ETV Bharat / city

ଆସନ୍ତା ୩ ଦିନ ଘନକୁହୁଡି, ଶୁଖିଲା ରହିବ ପାଗ - ଆହୁରୀ ୩ ଦିନ ଯାଏଁ ଘନ କୁହୁଡି

ଉପକୂଳ ଓଡିଶାରେ ସାମାନ୍ୟ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ମଧ୍ୟମ ଧରଣର ଅନୁଭୂତ ହେବ। ତେବେ ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଘନ କୁହୁଡି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅଧିକ ଖବର ପଢନ୍ତୁ...

weather_update
ଆସନ୍ତା ୩ ଦିନ ଯାଏଁ ଘନ କୁହୁଡି,ଶୁଖିଲା ରହିବ ପାଗ
author img

By

Published : Feb 17, 2020, 7:01 PM IST

ଭୁବନେଶ୍ବର: ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ। ଉପକୂଳ ଓଡିଶାରେ ସାମାନ୍ୟ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ମଧ୍ୟମ ଧରଣର ଅନୁଭୂତ ହେବ। ତେବେ ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଘନ କୁହୁଡି ଦେଖାଦେବାର ସମ୍ଭାବନା ରହିଛି।

ଆସନ୍ତା ୩ ଦିନ ଯାଏଁ ଘନ କୁହୁଡି,ଶୁଖିଲା ରହିବ ପାଗ

ବିଶେଷଭାବେ ଉପକୂଳ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଘନ କୁହୁଡ଼ିର ସ୍ଥିତି ଦେଖା ଦେଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ।

ତେବେ ଗତ ୨୪ ଘଣ୍ଟାରେ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୫.୨ ରେକର୍ଡ କରାଯାଇଛି। ସେହିପରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ୩୫.୧ରେକର୍ଡ ହୋଇଥିବା ବେଳେ ଅନୁଗୁଳରେ ସର୍ବନିମ୍ନ ୧୦.୧ ତାପମାତ୍ରା ରେକର୍ଡ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.