ETV Bharat / city

ବିଚରା ବର, ଚଉଠି ରାତିରେ ଟଙ୍କା ଓ ଗହଣା ନେଇ ପ୍ରେମିକ ସହ ଚମ୍ପଟ ବୋହୂ - bride escaped at wedding night with ornaments

ଚଉଠି ରାତିରେ ବୋହୂ ଫେରାର । ଘରର ଲକ୍ଷ୍ମୀ ଘରେ ବୁଲାଇଦେଲା କଳା କନା । ପ୍ରେମିକ ସହ ଅଳଙ୍କାର ଓ ଟଙ୍କା ନେଇ ମାରିଲା ଚମ୍ଫଟ । ଅଧିକ ପଢନ୍ତୁ...

ଶ୍ବଶୁର ଘରେ କଳା କନା ବୁଲାଇଲା ବୋହୂ, ଚଉଠି ରାତିରେ ଅଳଙ୍କାର ଟଙ୍କା ନେଇ ଚମ୍ପଟ

author img

By

Published : May 14, 2021, 10:29 AM IST

ଭୁବନେଶ୍ବର: ଚଉଠି ରାତିରେ ବୋହୂ ଫେରାର । ଶ୍ବଶୁର ଘରୁ ଅଳଙ୍କାର ଓ ଟଙ୍କା ନେଇ ପ୍ରେମିକ ସହ ଚମ୍ପଟ ମାରିଲା ନବବଧୂ । ଏଭଳି ବିରଳ ଘଟଣା ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଦେଖିବାକୁ ମିଳିଛି । ଶ୍ବଶୁର ଘରର ଅଭିଯୋଗ ଭିତ୍ତି କରି ପୋଲିସ ଏକ ନିଖୋଜ ମାମଲା ରୁଜୁ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି କରିଛି ।

ସୂଚନା ଅନୁଯାୟୀ, ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ରଘୁନାଥ ନଗରରେ ଜଣେ ୨୩ ବର୍ଷର ଯୁବକ ତାଙ୍କ ପରିବାର ସହ ରୁହନ୍ତି । ସେ ଆଇଗିଣିଆ ଫୁଲେଶ୍ବରୀବସ୍ତିର ଜଣେ ୨୨ବର୍ଷୀୟା ଯୁବତୀଙ୍କୁ ଗତ ୭ ତାରିଖରେ ବିବାହ କରିଥିଲେ । ଗତ ୧୦ ତାରିଖ ରାତିରେ ନବବଧୂଙ୍କ ଚତୁର୍ଥି ଆୟୋଜନ ହୋଇଥିଲା । ଏତିକିବେଳେ ମୁଣ୍ଡ ବୁଲାଇବାର ଅଭିନୟ କରିଥିଲେ ବୋହୂ । ଏହାଜାଣି ଶ୍ବଶୂର ଘର ଲୋକେ ବୋହୂର ମୁଣ୍ଡରେ ତେଲ ଲଗାଇ ମାଲିସ୍ କରିଦେଇଥିଲେ । ପରେ ଘରେ ପାୱାର କଟ୍ ହୋଇଯିବାରୁ ଚାରିଆଡ଼େ ଅନ୍ଧାର ହୋଇଯାଇଥିଲା ।

ଏହି ସମୟରେ ପରିବାରଲୋକ ଶୋଇପଡ଼ିଥିଲେ । ଏହାର ସୁଯୋଗ ନେଇ ସମ୍ପୃକ୍ତ ନବବଧୂ ୩ ଭରି ସୁନାଗହଣା ଓ ୩୫ ହଜାର ବନ୍ଦାଣ ଟଙ୍କା ନେଇ ଘରୁ ଚମ୍ପଟ ମାରିଥିଲେ । ଲାଇଟ୍ ଆସିବା ପରେ ଶ୍ବଶୂର ଘର ଲୋକେ ବୋହୂକୁ ଖୋଜାଖୋଜି କରିଥିଲେ । ହେଲେ କେଉଁଠାରେ ନ ପାଇବା ପରେ ସେମାନେ ୧୧ ତାରିଖରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ନବବଧୂ ଜଣକ ଯୁକ୍ତଦୁଇରେ ପଢୁଥିଲେ । କଲେଜ ପଢୁଆ ଝିଅ ହୋଇଥିବାରୁ ତାଙ୍କର କାହା ସହିତ ପ୍ରେମସମ୍ପର୍କ ଥିବା ସନ୍ଦେହ କରାଯାଉଥିଲା । ପରେ ଶ୍ବଶୂରଘର ଲୋକେ ଛାନ୍‌ଭିନ କରିବାରୁ ସେ ତାଙ୍କ ପ୍ରେମିକ ସହ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ସମ୍ପୃକ୍ତ ଯୁବକ ଜଣକ ଗଙ୍ଗପଡ଼ା ଅଞ୍ଚଳର ହୋଇଥିବା ବେଳେ କିଛିବର୍ଷ ହେବ ଉଭୟ ପ୍ରେମସମ୍ପର୍କରେ ଥିଲେ । ହେଲେ ଘରଲୋକେ ବିବାହ ପାଇଁ ରାଜି ନଥିବାରୁ ଉଭୟ ଏକାଠି ହୋଇପାରିନଥିଲେ । ତେଣୁ ପ୍ରେମିକ ସହ ଫେରାର୍ ହେବା ପାଇଁ ବିବାହ ପରେ ଯୋଜନା କରିଥିଲେ ନବବଧୂ । ଏହି ସମସ୍ତ ତଥ୍ୟ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.