ETV Bharat / city

ଶପଥ ଗ୍ରହଣ କଲେ ବିଧାୟକ ବିଜୟ ଶଙ୍କର ଓ ସ୍ୱରୂପ

author img

By

Published : Nov 18, 2020, 12:38 PM IST

Updated : Nov 18, 2020, 6:00 PM IST

ବିଧାନସଭାର ସଦସ୍ୟ ଭାବେ ଶପଥ ନେଲେ 2 ନବନିର୍ବାଚିତ ବିଧାୟକ ଜୟ ଶଙ୍କର ଦାସ ଓ ସ୍ୱରୂପ ଦାସ । ଶପଥ ଗ୍ରହଣ ପରେ ଉଭୟ କରିବେ ଏହି ଏହି କାମ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିଧାୟକ ବିଜୟ ଶଙ୍କର  ସ୍ୱରୂପ
ବିଧାୟକ ବିଜୟ ଶଙ୍କର ସ୍ୱରୂପ

ଭୁବନେଶ୍ବର: ବାଲେଶ୍ଵର ସଦର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଦୁଇ ନବ-ନିର୍ବାଚିତ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସ ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଭୟ ନବ ନିର୍ବାଚିତ ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଶପଥ ଗ୍ରହଣ କଲେ ବିଧାୟକ ବିଜୟ ଶଙ୍କର ଓ ସ୍ୱରୂପ

ଆଜିର ଶପଥ ଗ୍ରହଣ ପରେ ଆସନ୍ତା 20 ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ଶୀତକାଳିନ ଅଧିବେଶନରେ ଉଭୟ ବିଧାୟକ ଅଶଂଗ୍ରହଣ କରିବେ ।

ସୂଚନାଯୋଗ୍ୟଯେ 2019ରେ ବାଲେଶ୍ବରର ସଦର ଆସନରୁ ବିଜେପିରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ ମଦନ ମୋହନ ଦତ୍ତଙ୍କ ଅକାଳ ବିୟୋଗ ହୋଇଥିଲା । ଫଳରେ ତାଙ୍କ ଅନ୍ତେ ଖାଲି ପଡିଥିବା ସଦର ଆସନ ପାଇଁ ନିର୍ବାଚନ କମିଶନ ଉପ-ନିର୍ବାଚନ କରାଇଥିଲେ । ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ସ୍ବରୂପ ଦାସ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ସେହିପରି ଜଗତସିଂପୁର ତିର୍ତ୍ତୋଲରୁ ପ୍ରତିନିଧିତ୍ବ କରୁଥିବା ବିଷ୍ଣୁ ଦାସଙ୍କ ମଧ୍ୟ ଅକାଳ ବିୟୋଗ ହୋଇଥିଲା । ଫଳରେ ସେଠି ମଧ୍ୟ ଉପ-ନିର୍ବାଚନ ହୋଇଥିଲା । ଏହି ଆସନରେ ଦିବଂଗତ ନେତା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଦଳ ପ୍ରାର୍ଥୀ କରିଥିଲା । ବିଜୟ ଶଙ୍କର ମଧ୍ୟ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରି ବିଧାନସଭା ପହଞ୍ଚିଛନ୍ତି । ଆଜି ଉଭୟ ସଦସ୍ୟଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶପଥ ପାଠ କରାଇଛନ୍ତି । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଦଳୀୟ ନେତାମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Nov 18, 2020, 6:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.