ଭୁବନେଶ୍ବର: ନନ୍ଦନକାନନର ୬୦ ତମ ପ୍ରତିଷ୍ଠା ଦିବସରେ ତିନୋଟି ନୂଆ ଏନକ୍ଲୋଜରର ଉଦଘାଟନ କରାଯାଇଛି। ଏହା ସହ ନନ୍ଦନକାନନକୁ 3ଟି ପ୍ରଜାତିର ବିଦେଶୀ ମାଙ୍କଡ ଅଣାଯାଇଥିବା ବେଳେ ବାଘୁଣୀ ରେଣୁକାର ଦୁଇ ଛୁଆଙ୍କ ନାମକରଣ କରାଯାଇଛି । ଜଟଣୀ ବିଧାୟକ ସୁରେଶ ରାଉତରାୟ ଓ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଲଟେରୀ ଉଠାଇ ସେମାନଙ୍କ ନାମ ବାସୁ ଓ ସ୍ପନ୍ଦନ ରଖିଛନ୍ତି।
ନନ୍ଦନକାନନର ପ୍ରତିଷ୍ଠା ଦିବସ ଅବସରରେ ବାଘୁଣୀ ରେଣୁକାର ଦୁଇ ଛୁଆଙ୍କ ନାମକରଣ କରାଯାଇଛି। ସେମାନଙ୍କ ନାମକରଣ ପାଇଁ ଏକ ମାସ ପୂର୍ବରୁ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ବିଭିନ୍ନ ନାମ ଲେଖି ଲଟେରୀ ବାକ୍ସରେ ପକାଇଥିଲେ । ଆଜି ଜଟଣୀ ବିଧାୟକ ସୁରେଶ ରାଉତରାୟ ଓ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଲଟେରୀ ଉଠାଇ ସେମାନଙ୍କ ନାମ ବାସୁ ଓ ସ୍ପନ୍ଦନ ରଖିଛନ୍ତି । ଏହାପରେ ସେମାନଙ୍କୁ ଏନକ୍ଲୋଜର ମଧ୍ୟକୁ ଛଡାଯାଇଛି ।
ସେହିପରି ତିନୋଟି ପ୍ରଜାତିର ବିଦେଶୀ ମାଙ୍କଡ ଯଥା - ତାମାରିନ, ଗୁଣ୍ଡୁଚି ଓ କାପୁଚିନ ମାଙ୍କଡକୁ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୁଆଡରେ ରଖାଯାଇଛି । ତାମାରିନ ମାଙ୍କଡକୁ ଦୁଇ ବର୍ଷ ହୋଇଥିବା ବେଳେ ସେମାନେ ଆମେରିକାରେ ଦେଖାଯାଆନ୍ତି । ଏହି ମାଙ୍କଡଙ୍କ ଜୀବନ କାଳ 12ରୁ 15 ବର୍ଷ ମଧ୍ୟରେ ହୋଇଥାଏ । ଏମାନେ ଫଳ, ସବୁଜ ପନିପରିବା ଓ ସିଝା ଅଣ୍ଡା ଆଦି ଖାଇଥାନ୍ତି । ଗୁଣ୍ଡୁଚି ମାଙ୍କଡ ଆମେରିକାର ଉଷ୍ମ ମଣ୍ଡଳୀୟ ଅଞ୍ଚଳରେ ଦେଖାଯାଇଥାନ୍ତି। ଏମାନେ ସାଧାରଣତଃ ୧୨ରୁ ୧୫ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବା ବେଳେ ସାଧାରଣତଃ ଫଳ ସବୁଜ ପନିପରିବା, ସିଝା ଅଣ୍ଡା ଓ ସିଝା କୁକୁଡ଼ା ମାଂସ ଖାଇଥାନ୍ତି । ଅନ୍ୟ ଆମେରିକୀୟ ମାଙ୍କଡ ହେଉଛି କାପୁଚିନ ମାଙ୍କଡ। ଏମାନେ ଆମାଜନ ଜଙ୍ଗଲରେ ଦେଖାଯାଇଥାନ୍ତି । ଏମାନେ ୪୪ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା ସହ ସାଧାରଣତଃ ଫଳ ସବୁଜ ପନିପରିବା ଓ ସିଝା ଅଣ୍ଡା ଓ କୁକୁଡା ଖାଇପାରନ୍ତି । ଅନ୍ୟପକ୍ଷରେ ଏକ ଧୂସର ଗଧିଆକୁ ନନ୍ଦନକାନନକୁ ଅଣାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ