ଭୁବନେଶ୍ବର: କଂଗ୍ରେସର ନୂଆ ଯୁବ ସଭାପତି ଭାବେ ନିଯୁକ୍ତି ହେଲେ ସ୍ମୃତି ରଞ୍ଜନ ଲେଙ୍କା । ଯୁବ କଂଗ୍ରେସ ପକ୍ଷରୁ ସ୍ମୃତିଙ୍କୁ ସ୍ବାଗତ କରାଯାଇଛି ।
ବିରାଟ ପଟୁଆରରେ କଂଗ୍ରେସ ଭବନରେ ପହଞ୍ଚିଥିଲେ ସ୍ମୃତି ଲେଙ୍କାଙ୍କ ସମର୍ଥକ । ଗେଟ ତାଲା ଭାଙ୍ଗି କଂଗ୍ରେସ ଭବନରେ ପଶିଥଲେ । ଇତୀଶ ପ୍ରଧାନଙ୍କ ନେତୃତ୍ବରେ 50ରୁ ଊର୍ଦ୍ଧ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ସ୍ମୃତି ଲେଙ୍କାଙ୍କୁ ସମର୍ଥନ କରିବା ସହ ସ୍ବାଗତ କରିଥିଲେ । ଏହି ସ୍ବାଗତ ସମୟରେ ସ୍ମୃତି ଲେଙ୍କା କହିଛନ୍ତି ଯେ ପ୍ରତି ବ୍ଲକ ସ୍ତର ଓ ଗାଁକୁ ବୁଲିବ କଂଗ୍ରେସ । ଗୋଷ୍ଠୀ ମଧ୍ୟରେ ବିରୋଧ ନକରି ସମସ୍ତଙ୍କ ସହ ମିଳିମିଶି କାମ କରାଯିବ ।
ସେପଟେ ଏନେଇ ମାଲକାନଗିରି ସାଂସଦ ସପ୍ତଗିରି ଉଲାକା ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଚୟନ ପ୍ରକ୍ରିୟା କେନ୍ଦ୍ରରୁ କରାଯାଇଛି । ଏହାକୁ ବିରୋଧ କରିବା ଅନୁଚିତ୍ । ସବୁ ସମୟରେ ସମସ୍ତଙ୍କୁ ସାହାଯ୍ୟ ଓ ସମର୍ଥନ କରାଯିବ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ