ଭୁବନେଶ୍ବର: ନୂଆବର୍ଷରେ ରାଜନୈତିକ ଦଳମାନେ ନିଜର ସଂକଳ୍ପ ଓ ଆଗାମୀ ରଣନୀତି ନେଇ ପ୍ରତିକ୍ରିୟା ରଖିଛନ୍ତି । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ବେକାରୀ ସମସ୍ୟା, ଚାଷୀ ମାନଙ୍କ ସମସ୍ୟା ଓ ଦାରିଦ୍ର୍ୟ ଦୂରୀକରଣ, ନାରୀ ସୁରକ୍ଷା ଏସବୁ ଦିଗରେ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି ତାର ପରିବର୍ତ୍ତନ ହେଉ ବୋଲି ସେ କହିଛନ୍ତି ।
ଏବେ କେବଳ ଚିଠି ଲେଖାରେ ଚାଲିଛି ସରକାର ପ୍ରକୃତରେ ଓଡ଼ିଆଙ୍କ ବିକାଶ କରୁନାହାନ୍ତି ବୋଲି ସେ କହିଛନ୍ତି । ଏହାସହ ମହିଳା ମାନଙ୍କ ଭୋଟ ହାତେଇବା ପାଇଁ ପ୍ରତିଯୋଗିତା ଚାଲିଛି ବୋଲି ସେ କହିଛନ୍ତି । କିନ୍ତୁ, ଉଭୟ ବିଜେପି ଓ ବିଜେଡି ମହିଳା ମାନଙ୍କ ପାଇଁ କ’ଣ କରିଛନ୍ତି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏପର୍ଯ୍ୟନ୍ତ ଯାହା କିଛି ହୋଇଛି ସବୁ କଂଗ୍ରେସ କରିଛି ।ଏବେବି ଅନେକ ଇଚ୍ଛା ଅଛି ରାଜ୍ୟର ବିକାଶ କରିବା ପାଇଁ । ଆଗାମୀ ଦିନରେ କଂଗ୍ରେସ ଆଦିବାସୀ ଦଳିତ ମହିଳା, ବେକାରୀ ଓ ଚାଷୀଙ୍କ ସମସ୍ୟା ନେଇ ଲଢେଇ ଜାରିରଖିବ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।
ସେପଟେ ବିଜେଡି ମଧ୍ୟ କହିଛି ଯେ ରାଜ୍ୟ ସରକାର ଯାହା କହିଛନ୍ତି ତାହା ପୂରଣ କରିଛନ୍ତି । ଲୋକଙ୍କ ସାଥୀରେ ରହିଛୁ ଆମେ ପ୍ରତିଦିନ ଲୋକଙ୍କ ବିକାଶ ସହ ରହିଛୁ । ଦଳ ସଂଘଠିତ ରହିଛି । ସବୁ ନିର୍ବାଚନର ଚ୍ୟାଲେଞ୍ଜ ପାଇଁ ଦଳ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଅମର ଶତପଥୀ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ