ETV Bharat / city

ପ୍ରତିଷ୍ଠା ହେବ ତାଳଚେର ଥର୍ମାଲ ପ୍ଲାଣ୍ଟର ନୂଆ ୟୁନିଟ୍, ଏନ୍.ଟି.ପି.ସି ଅଧ୍ୟକ୍ଷଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ତାଳଚେର ଥର୍ମାଲ ପ୍ଲାଣ୍ଟରେ ପ୍ରତିଷ୍ଠା ହେବ ନୂଆ ୟୁନିଟ । ଅଧିକ ପଢନ୍ତୁ...

author img

By

Published : Mar 31, 2021, 8:26 PM IST

ପ୍ରତିଷ୍ଠା ହେବ ତାଳଚେର ଥର୍ମାଲ ପ୍ଲାଣ୍ଟର ନୂଆ ୟୁନିଟ୍, ଏନ୍.ଟି.ପି.ସି. ଅଧ୍ୟକ୍ଷଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ
ପ୍ରତିଷ୍ଠା ହେବ ତାଳଚେର ଥର୍ମାଲ ପ୍ଲାଣ୍ଟର ନୂଆ ୟୁନିଟ୍, ଏନ୍.ଟି.ପି.ସି. ଅଧ୍ୟକ୍ଷଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବପ୍ରତିଷ୍ଠା ହେବ ତାଳଚେର ଥର୍ମାଲ ପ୍ଲାଣ୍ଟର ନୂଆ ୟୁନିଟ୍, ଏନ୍.ଟି.ପି.ସି. ଅଧ୍ୟକ୍ଷଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଶିଳ୍ପାୟନ ମାଧ୍ୟମରେ ନୂତନ ନିଯୁକ୍ତି ସୃଷ୍ଟି ଦିଗରେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜାତୀୟ ତାପଜ ବିଦ୍ୟୁତ ନିଗମ ( NTPC) ର ଅଧ୍ୟକ୍ଷ ଗୁରୁଦୀପ ସିଂଙ୍କ ସହ ଆଲୋଚନା କରିଛନ୍ତି । ତାଳଚେରଠାରେ ଟି.ଟି.ପି.ଏସର ଏକ ନୂଆ ୟୁନିଟ୍ ପ୍ରତିଷ୍ଠା କରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏଥିସହ ସ୍ଥାନୀୟ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଓ ଅସୁବିଧା ଆଦି ବିଷୟରେ ମଧ୍ୟ ଆଲୋଚନାରେ ସ୍ଥାନ ପାଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ପ୍ରତିଷ୍ଠା ହେବ ତାଳଚେର ଥର୍ମାଲ ପ୍ଲାଣ୍ଟର ନୂଆ ୟୁନିଟ୍, ଏନ୍.ଟି.ପି.ସି. ଅଧ୍ୟକ୍ଷଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ତାଳଚେରରେ ଟି.ଟି.ପି.ଏସର ନୂଆ ୟୁନିଟ୍ ପ୍ରତିଷ୍ଠା ବିଷୟରେ ନିତୀଗତ ନିଷ୍ପତ୍ତି ହୋଇଛି । ଖୁବ୍‌ ଶୀଘ୍ର ଗ୍ରୀଡକୋ, ଏନ୍.ଟି.ପି.ସି, ଶକ୍ତି ଏବଂ ଅନ୍ୟାନ୍ୟ ସଂପୃକ୍ତ ବିଭାଗମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ । ଏଥିରେ ନୂଆ ୟୁନିଟ୍ ପ୍ରତିଷ୍ଠା ଏବଂ ସ୍ଥାନୀୟ ବାସିନ୍ଦାଙ୍କର ଅଭିଯୋଗର ଆଶୁ ସମାଧାନ ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହେବ । ଏହି ମିଳିତ କାର୍ଯ୍ୟ ଯୋଜନାର ତ୍ଵରାନିତ୍ବ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.