ଭୁବନେଶ୍ବର: ଚେକିଂକୁ ନେଇ ଲୋକେ ଭୟଭୀତ ହେବା ପରେ ମାସକ ପାଇଁ ନିୟମ କୋହଳ କରିଛି ପୋଲିସ । ଲୋକେ ଭୟଭୀତ ହୋଇ ରାସ୍ତାରେ ଗାଡି ଚାଳନା କରନ୍ତୁ ନାହିଁ । ପୋଲିସକୁ ଅଯଥାରେ ବିରୋଧ ନକରିବାକୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୋଲିସ କମିସନର ସୁଧାଂଶୁ ଷଢଙ୍ଗୀ ।
ପାଞ୍ଚଟି ପ୍ରମୁଖ ଘଟଣା ଉପରେ ପୋଲିସ ନଜର ରଖିଛି । ତେଣୁ ଗାଡ଼ି ଚାଳନା ସମୟରେ ଏହି ସବୁ ଜିନିଷ ଉପରେ ଧ୍ୟାନ ଦେବାକୁ କହିଛନ୍ତି କମିସନର। ତେବେ ଗାଡି ଚଳାଇବା ବେଳେ କାହା ଉପରେ ଦେବେ ଧ୍ୟାନ
- 1-ବାଇକ ଚଲାଉଥିଲେ ହେଲମେଟ୍ ପିନ୍ଧନ୍ତୁ
- ୨- କାର ଚଳାଉଥିଲେ ସିଟ ବେଲଟ ପିନ୍ଧନ୍ତୁ
- ୩- ତିନିଜଣିଆ ବାଇକରେ ଯିବାଆସିବା କରନ୍ତୁ ନାହିଁ
- ୪- ମଦ୍ୟପାନ କରି ଗାଡି ଚଳାନ୍ତୁ ନାହିଁ କାରଣ ଗିରଫ ହୋଇପାରନ୍ତି ଏବଂ ଗାଡ଼ି ଚଳାଇବା ସମୟରେ ମୋବାଇଲରେ କଥା ହୁଅନ୍ତୁ ନାହିଁ
ଆଜି ରାଜଧାନୀର ରାଜମହଲ ଛକରେ ଚେକିଂକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଯାହାକୁ ନେଇ ସେଠାରେ ପୋଲିସ ଏବଂ ସାଧାରଣ ଜନତା ମୁହାଁମୁହିଁ ହୋଇଥିଲେ । ନୂଆ ମୋଟର ଯାନ ଆଇନ ଲାଗୁ ପରେ ଫାଇନକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଘଟଣାରେ ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସୂଚନା ଦେଇଛନ୍ତି ପୋଲିସ କମିସନର।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ