ETV Bharat / city

ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ନୂଆ ରଣନୀତି - ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ

ରାଜଧାନୀରେ ଲୋକଙ୍କୁ ନିୟନ୍ତ୍ରଣ ପାଇଁ ନୂଆ ପଦକ୍ଷେପ । ଜୁନ ୧ ଯାଏଁ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ନୂଆ ରଣନୀତି । ଏଥର ଅମାନିଆ ହେଉଥିବା ଦୋକାନ ବଜାର ଓ ବିବାହ ଉପରେ କଡାନଜର । ଅଧିକ ପଢନ୍ତୁ...

ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ନୂଆ ରଣନିତୀ
ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ନୂଆ ରଣନିତୀ
author img

By

Published : May 20, 2021, 6:49 AM IST

ଭୁବନେଶ୍ବର: ରାଜଧାନୀରେ ଲୋକଙ୍କୁ ନିୟନ୍ତ୍ରଣ ପାଇଁ ନୂଆ ପଦକ୍ଷେପ । ଜୁନ ୧ ଯାଏଁ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ନୂଆ ରଣନୀତି । ଏଥର ଅମାନିଆଙ୍କ ଦୋକାନ ବଜାର ଓ ବିବାହ ଉପରେ କଡାନଜର । ସଂକ୍ରମଣ ରୋକିବା ଦୃଷ୍ଟିରେ କେତୋଟି ପଦକ୍ଷେପକୁ ଗୁରୁତ୍ବ ଦିଆଯାଇଛି । ଯେପରିକି ବିବାହ ପାଇଁ ଆସୁଥିବା ଅତିଥିଙ୍କୁ ମେସେଜ ଜରିଆରେ ମିଳିବ ଇ-ପାସ ବ୍ୟବସ୍ଥା । ସେହି ମେସେଜ ଦେଖାଇ ବିବାହ ସ୍ଥଳକୁ ଯାଇ ପାରିବେ ଅତିଥି । ସେହିପରି ବିବାହ ଉତ୍ସବରେ କଡାନଜର ରଖାଯାଇଛି ।୨୫ରୁ ଅଧିକା ଲୋକଙ୍କୁ ଅନୁମତି ନାହିଁ । ସେହିପରି ଶୁଦ୍ଧିକ୍ରିୟା ପାଇଁ ମଧ୍ୟ ସମାନ ବ୍ୟବସ୍ଥା ୨୦ରୁ ଅଧିକ ଲୋକକୁ ଅନୁମତି ନାହିଁ ।

ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ନୂଆ ରଣନିତୀ

ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରି ପରିଚୟ ପତ୍ର ସହ ଅଥରାଇଜେସନ ଲେଟର ବାଧ୍ୟତାମୂଳକ ଦେଖାଇବେ । ଯଦି କେହି ବାହାନାରେ ବୁଲୁଥିବେ ତାଙ୍କ ଗାଡି ନମ୍ବର ନୋଟ କରାଯାଉଛି । ସମ୍ପୃକ୍ତ ଅଫିସ ସହ ଯୋଗାଯୋଗ କରାଯିବ । ଗହଳି ପାଇଁ ଦୋକାନ ବଜାର ଉପରେ ଗୁରୁତ୍ବ ଦିଆଯିବ । ମାର୍କେଟିଂ ପାଇଁ ବା ପରିବା କିଣିବାକୁ ଗାଡି ଆଣିଲେ କାର୍ଯାନୁଷ୍ଠାନ ହେବ । ଅନୁମତି ଥିବା ବ୍ୟକ୍ତି ସହ ଆଉ ଜଣେ ଆସିଲେ ଫାଇନ ଦେବେ । ଅର୍ଥାତ ପତ୍ନୀ ଚାକିରି କରିଥିଲେ ତାଙ୍କୁ ଯିବାପାଇଁ ଅନୁମତି ଥିଲେ ମଧ୍ୟ ତାଙ୍କ ସହ ତାଙ୍କୁ ଛାଡିବା ବାହାନାରେ ସ୍ବାମୀ ଆସିପାରିବେ ନାହିଁ ।

କୌଣସି ଜରୁରୀ କାମ ପାଇଁ ଡାଏଲ ୧୦୦ ଜରିଆରେ ଇ-ପାସର ବ୍ୟବସ୍ଥା ନାହିଁ । ଏଥିପାଇଁ ଚେକପୋଷ୍ଟରେ କେବଳ ଉପଯୁକ୍ତ କାରଣ ଦେଖାଇ ଯାଇପାରିଵେ । ଅର୍ଥାତ ଔଷଧ ପାଇଁ ଯାଉଥିଲେ ପ୍ରେସ୍କିପସନ ଦେଖାଇ ଯାଇପାରିଵେ । ଏଥିପାଇଁ ପୂର୍ବପରି ୫୩ଟି ଚେକପୋଷ୍ଟ ସହ ୨୦୦ ଅଫିସର ନିୟୋଜିତ ରହିବେ । ୧୫୦ଟ୍ରାଫିକ କର୍ମଚାରୀ ପୋଲିସ ସହ ନିୟୋଜିତ ରହିଛନ୍ତି । ପିସିଆର ପାଟ୍ରୋଲିଂ କଡାକଡି ହେବ । ଥାନା ସ୍ତରର ତଦନ୍ତ ପାଇଁ ଅଫିସର ମାନେ ରାସ୍ତା ଉପରେ ୪ ଘଣ୍ଟା ଡ଼୍ୟୁଟି କରିବା ପରେ ଆଉ ବାକି ସମୟ ଥାନାର ଅପରାଧ ନିୟନ୍ତ୍ରଣର ତଦନ୍ତ କରିବେ ।

ତେବେ ସୂଚନା ମୁତାବକ ପ୍ରଥମ ପର୍ଯାୟ ଲକଡାଉନ ସମୟରେ ସାମାଜିକ ଦୂରତା ଭାଙ୍ଗିବା ପାଇଁ ୬୧୪୪ ଜଣ, ମାସ୍କ ବ୍ୟବହାର କରିନଥିବା ପାଇଁ ୫୧୭୪ ଜଣ, ସେହିପରି ପୋଲିସ ଚେକପୋଷ୍ଟରେ ଚେକିଂ ବେଳେ ଧରାପଡି ୭୪୧୩ ଜଣଙ୍କ ଠାରୁ ଆଦାୟ ହୋଇଛି ୯୭୯୭୦୦ ଟଙ୍କା ।

ସେହିପରି ହାଟକୁ ଗାଡି ଆଣି ଆସିବା ଓ ବାଟରେ ପୋଲିସ ଗାଡ଼ି ହାବୁଡ଼ରେ ପଡିବା ଓ ପିସିଆର ହାତରେ ପାଟ୍ରୋଲିଂ ବେଳେ ଧରାପଡି ୫୩୮୨୦୦ ଟଙ୍କା ଫାଇନ ଆଦାୟ ହୋଇଛି । ମୋଟ ୨୦ ଲକ୍ଷ ୫୬ ହଜାର ୧୦୦ ଟଙ୍କା ଆଦାୟ କରିଛି ଭୁବନେଶ୍ବର କମିସନରେଟ ପୋଲିସ । ସେହିପରି ଲକଡାଉନ ସମୟରେ ଅପରାଧିକ କାର୍ଯକଳାପ ଯୋଗୁଁ ସରକାରୀ ଅଫିସଠାରୁ ଆରମ୍ଭ କରି ଏଟିଏମ ତାଡିବା, ଘରୁ ପଶି ଚୋରି କରିବା, ରାସ୍ତାରୁ ଝାମ୍ପିନେବା ଭଳି ଅପରାଧ ମଧ୍ୟ ଥାନାରେ ରିପୋର୍ଟ ହୋଇଛି । ୮୬ଟି ସ୍ଥାନରୁ ବିଭିନ୍ନ ଜିନିଷ ଚୋରି, ଛିନତାଇ, ଡ଼କାୟତି ଭଳି ୮୬ଟି ଅଭିଯୋଗ ପୋଲିସର ହସ୍ତଗତ ହୋଇଛି ।

ଲୋକଙ୍କ ଅଭିଯୋଗ ଆଧାରରେ ଘରୁ ଯାଇ ଡୋରଷ୍ଟେପ ଏଫାଇଆର ଆଣିଛି ପୋଲିସ । ସେହି ଆଧାରରେ ୩୬ଟି ବିଭିନ୍ନ ପ୍ରକାରର ଅଭିଯୋଗ ପୋଲିସ ଯାଇ ଗ୍ରହଣ କରିଛି । ତେଣୁ ପ୍ରଥମ ପର୍ଯାୟ ପରେ ଦିତିୟ ପର୍ଯାୟ ଲକଡାଉନ ଦୃଷ୍ଟିରେ ରଖି ବିଭିନ୍ନ ଦିଗକୁ ଧ୍ୟାନ ଦେଇ ପୋଲିସ କିପରି ଭୁବନେଶ୍ବର ଜନସାଧାରଣଙ୍କୁ ସୁରକ୍ଷିତ ଓ ସଂକ୍ରମଣ ରୋକିବାରେ ପୋଲିସ ସହଯୋଗ କରିପାରିବ ସେନେଇ ଗୁରୁତ୍ବ ଦିଆଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.