ETV Bharat / city

ଟୀକାକରଣ ପାଇଁ ନୂଆ ସ୍ଲଟ ବୁକିଂ ଆରମ୍ଭ - ନୂଆ ସ୍ଲଟ ବୁକିଂ

ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ୧୦୦୦ ଉପରେ ରହୁଛି କରୋନା ସଂକ୍ରମଣ । ବିଏମସି ପକ୍ଷରୁ ଜାରି ରହିଛି ଟୀକାକରଣ । ପ୍ରାୟ ୨୮ ଟି ସେଣ୍ଟରରେ ଟୀକାକରଣ ଜାରି ରହିଛି । ଅଧିକ ପଢନ୍ତୁ...

ଟୀକାକରଣ ପାଇଁ ନୂଆ ସ୍ଲଟ ବୁକିଂ ଜାରି
ଟୀକାକରଣ ପାଇଁ ନୂଆ ସ୍ଲଟ ବୁକିଂ ଜାରି
author img

By

Published : May 19, 2021, 11:00 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ୧୦୦୦ ଉପରେ ରହୁଛି କରୋନା ସଂକ୍ରମଣ । ବିଏମସି ପକ୍ଷରୁ ଜାରି ରହିଛି ଟୀକାକରଣ, ପ୍ରାୟ ୨୮ ଟି ସେଣ୍ଟରରେ ଟୀକାକରଣ ଜାରି ରହିଛି ।

ତେବେ ଟୀକାକରଣ ପାଇଁ ବୁଧବାର ସନ୍ଧ୍ୟା ୬ ଘଟିକା ଠାରୁ ଆରମ୍ଭ ହେବ ନୂଆ ସ୍ଲଟ ବୁକିଙ୍ଗ, ବୁକିଙ୍ଗ ପାଇଁ ସ୍ଲଟ ଉପଲବ୍ଧ ହେବ । ୨୦ ମଇରୁ ୨୮ ମଇ -୨୦୨୧ ପର୍ଯ୍ୟନ୍ତ ଏହି ଟୀକାକରଣ ଜାରି ରହିବ । ଭୁବନେଶ୍ୱରରେ ଥିବା ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ ଲୋକ ଟିକା ନେଇ ପାରିବେ । ପ୍ରତ୍ୟକ ସେଣ୍ଟରରେ ସକାଳ ୮.୩୦ ରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଟୀକାକରଣ ଚାଲିବ । ସେହିପରି ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ମାନେ ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ । ତେବେ ଯେଉଁମାନେ ଟିକା ପାଇଁ ସ୍ଲଟ ବୁକିଙ୍ଗ କରିଥିବେ ସେହିମାନେ କେବଳ ଟୀକାକରଣ କେନ୍ଦ୍ରକୁ ଯାଇପାରିବେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.