ETV Bharat / city

ବାପୁଜୀ ନଗର ପାଇଁ ନୂଆ ନିୟମ, ଗାଡି ଧରି ଆସୁଥିଲେ ଦିଅନ୍ତୁ ଧ୍ୟାନ

author img

By

Published : Feb 2, 2020, 8:22 PM IST

ବାପୁଜୀ ନଗର ଯାଉଛନ୍ତି କି । ବାପୁଜୀ ନଗର ମାର୍କେଟ ପାଇଁ ଲାଗିଲା ନୂଆ କଟକଣା । କଣ ରହିଛି କଟକଣା ପଢନ୍ତୁ ..

NEW RULE
ବାପୁଜୀ ନଗର ପାଇଁ ନୂଆ ନିୟମ

ଭୁବନେଶ୍ବର: ବାପୁଜୀ ନଗର ମାର୍କେଟ ପାଇଁ ଲାଗିଲା କଟକଣା । ଏଣିକି ବାପୁଜୀ ନଗର ଯାଉଥିଲେ କଳ୍ପନାରୁ ରାଜମହଲ ରାସ୍ତାରେ ଉଭୟ ପାର୍ଶ୍ବରେ ରଖନ୍ତୁ ନାହିଁ ଗାଡି । ବାପୁଜୀ ନଗର ଲେନରେ ୱାନ ୱେରେ ଯାଆନ୍ତୁ ଅର୍ଥାତ ଲେନ ନମ୍ବର ୧ରେ ପ୍ରବେଶ କଲେ ସେହି ଲେନରେ ରିଟର୍ଣ୍ଣ ନ କରି ଲେନ ୨ଦେଇ ବାହାରନ୍ତୁ ।

ବାପୁଜୀ ନଗର ପାଇଁ ନୂଆ ନିୟମ, ଗାଡି ଧରି ଆସୁଥିଲେ ଦିଅନ୍ତୁ ଧ୍ୟାନ

ଏଥିସହ ଲେନରେ ଏଣ୍ଟ୍ରି ପରେ ଗାଡି ରଖିବା ସମୟରେ ମଙ୍ଗଳବାର, ଗୁରୁବାର, ଶନିବାର ଏବଂ ରବିବାର ଦିନ ଡାହାଣ ପାର୍ଶ୍ବରେ ପାର୍କିଂ କରନ୍ତୁ । ବାକି ଅନ୍ୟଦିନ ବାମ ପାର୍ଶ୍ବରେ ପାର୍କିଂ କରିବେ । କାରଣ ବାପୁଜୀ ନଗରକୁ ଯିବା ଆସିବା ସମୟରେ ହୋଇଥାଏ ଅନେକ ସମସ୍ୟା । ସପିଂ କରିବା ସମୟରେ ଉପୁଜିଥାଏ ବାଧା । ତେଣୁ ଏନେଇ ବାପୁଜୀ ନଗର ବଜାର କମିଟି ସହ ଆଲୋଚନା କରି ଏଭଳି ନିୟମ ଜାରି କରିଛି କମିଶନରେଟ ପୋଲିସ ।

ଏଥିପାଇଁ ସ୍ବତନ୍ତ୍ର ଫଳକ ଜରିଆରେ ସର୍ବସାଧାରଣଙ୍କୁ ଅବଗତ କରାଯିବ । ନିୟମ ନମାନିଲେ ରହିଛି ୧୦୦୦ଟଙ୍କା ପର୍ଯ୍ୟନ୍ତ ଫାଇନ ବ୍ୟବସ୍ଥା । ବାପୁଜୀ ନଗରରେ ଥିବା ରବିନ୍ଦ୍ର ମେଡିକାଲ ଷ୍ଟୋର ସାମ୍ନା ଓ ଜଗନ୍ନାଥ ସେନା ସଦନ ସାମ୍ନା ଓ ବ୍ୟାଙ୍କ ଅଫ ବରୋଦା ସାମ୍ନାରେ ସ୍ବତନ୍ତ୍ର ପାର୍କିଂ ପାଇଁ ରହିଛି ସୁବିଧା । ତାହାସହ ରାଜମହଲରୁ ଏଜିଛକ ପର୍ଯ୍ୟନ୍ତ ସିଙ୍ଗଲ ଲେନ ପାର୍କିର ବ୍ୟବସ୍ଥା ଥିବାବେଳେ ବାଇକ ପାର୍କିଂ ପାଇଁ ରହିଛି ସ୍ବତନ୍ତ୍ର ସ୍ଥାନ । ରାସ୍ତା ଉପରେ ଠେଲା ଦୋକାନ ବା ବାଇକ ପାର୍କିଂ କଲେ ଲାଗିବ ଜୋରିମାନା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ବାପୁଜିନଗର ପାଇଁ ନୁଆ ନିୟମ।
ଗାଡି ଧରି ଆସୁଥିଲେ ଦିଅନ୍ତୁ ଧ୍ଯାନ।Body:

ବାପୁଜିନଗର ମାର୍କେଟ ପାଇଁ ଲାଗିଲା କଟକଣା।ଏଣିକି ବାପୁଜିନଗର ଯାଉଥିଲେ କଳ୍ପନା ରୁ ରାଜମହଲ ରସ୍ତାରେ ଉଭୟ ପାର୍ଶରେ ରଖନ୍ତୁ ନାହିଁ ଗାଡି।ଏତଦ ବ୍ଯତିତ ବାପୁଜି ନଗର ଲେନରେ ୱାନ ୱେରେ ଯାଆନ୍ତୁ।ଅର୍ଥାତ ଲେନ ନମ୍ବର ୧ରେ ପ୍ରବେଶ କଲେ ସେହି ଲେନରେ ରିଟର୍ଣ୍ଣ ନ କରି ଲେନ ୨ଦେଇ ବାହାରନ୍ତୁ।ଏଥିସହ ଲେନ ରେ ଏଣ୍ଟ୍ରି ପରେ ଗାଡି ରଖିବା ସମୟରେ ମଙ୍ଗଳବାର , ଗୁରୁବାର , ଶନିବାର ଏବଂ ରବିବାର ଦିନ ଡାହାଣ ପାର୍ଶ୍ୱରେ ପାର୍କିଙ୍ଗ କରନ୍ତୁ।ବାକି ଅନ୍ଯ ଦିନ ବାମ ପାର୍ଶରେ ପାର୍କି କରିବେ।କାରଣ ବାପୁଜି ନଗରକୁ ଯିବା ଆସିବା ସମୟରେ ହୋଇଥାଏ ଅନେକ ସମସ୍ଯା।ଦିର୍ଘ ସମୟ ଧରି ଅପେକ୍ଷା କରିବା ସହ ସପିଂ କରିବା ସମୟରେ ଉପୁଜିଥାଏ ବାଧା ।ତେଣୁ ଏନେଇ ବାପୁଜିନଗର ବଜାର କମିଟି ସହ ଆଲୋଚନା କରି ଏଭଳି ନିୟମ ଜାରି କରିଛି କମିସନରେଟ ପୋଲିସ।ଏଥିପାଇଁ ସ୍ବତନ୍ତ୍ର ଫଳକ ଜରିଆରେ ସର୍ବସାଧାରଣ ଅବଗତ ସହ ନିୟମ ନମାନିଲେ ରହିଛି ୧୦୦୦ଟଙ୍କା ପର୍ଯନ୍ତ ଫାଇନ ବ୍ଯବସ୍ଥା।ଏଥି ସହିତ ବାପୁଜି ନଗରରେ ଥିବା ରବିନ୍ଦ୍ର ମେଡିକାଲ ଷ୍ଟୋର ସାମ୍ନା ଓ ଜଗନ୍ନାଥ ସେନା ସଦନ ସାମ୍ନା ଓ ବ୍ଯାଙ୍କଅଫ ବରୋଦା ସାମ୍ନାରେ ସ୍ବତନ୍ତ୍ର ପାର୍କିଂ ପାଇଁ ରହିଛି ସୁବିଧା।ତତସହ ରାଜମହଲରୁ ଏଜି ପର୍ଯନ୍ତ ସିଙ୍ଗଲ ଲେନ ପାର୍କି ର ବ୍ଯବସ୍ଥା ଥିବା ବେଳେ ବାଇକ ପାର୍କିପାଇଁ ରହିଛି ସ୍ବତନ୍ତ୍ର ସ୍ଥାନ।ରାସ୍ତା ଉପରେ ଠେଲା ଦୋକାନ ବା ବାଇକ ପାର୍କି କଲେ ଲାଗିବ ଜରିମନା।
Conclusion:ବାଇଟ-ସାଗରିକା ନାଥ,ଡିସିପି ଟ୍ରାଫିକ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.