ETV Bharat / city

କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ଅତ୍ୟାଧୁନିକ ଓଟି

ଖୋଲିବ ଅତ୍ୟାଧୁନିକ ଓଟି । ବିମାନବନ୍ଦର କର୍ତ୍ତୃପକ୍ଷ ଏଥିପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ଅତ୍ୟାଧୁନିକ ଓଟିରେ ଅତ୍ୟାଧୁନିକ ଯନ୍ତ୍ରପାତି ରହିବ, ଯାହାଫଳରେ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ ହେବାକୁ ପଡିବ ନାହିଁ ବୋଲି କ୍ୟାପିଟାଲ ହସ୍ପିଟାଲର ଅଧିକ୍ଷକ ନାରାୟଣ ସେଠୀ ସୂଚନା ଦେଇଛନ୍ତି ।

author img

By

Published : Apr 27, 2019, 5:23 PM IST

Updated : Apr 28, 2019, 3:05 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ଅତ୍ୟାଧୁନିକ ଓଟି । ଏହାସହ ଆଉ ଏକ ଓଟି କାର୍ଯ୍ୟକ୍ଷମ ହେବ । ବିମାନବନ୍ଦର କର୍ତ୍ତୃପକ୍ଷ ଏଥିପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରିବେ । ହସ୍ପିଟାଲର ପ୍ରସୂତି ବିଭାଗ ବିଲଡିଂରେ ଏହି ଓଟି ଗୃହ ନିର୍ମାଣ ହେବ ବୋଲି ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ସୂଚନା ଅନୁଯାୟୀ, ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରରେ ୨ଟି ଓଟି ଚାଲୁଛି । ଗୋଟିଏ ଜେନେରାଲ ଓଟି ଓ ଅନ୍ୟଟି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ରହିଛି । ତେବେ ଦିନକୁ ଦିନ ଏଠାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏକ ଅତ୍ୟାଧୁନିକ ଓଟି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହାଛଡା ଜଟିଳ ରୋଗର ଅସ୍ତ୍ରପ୍ରଚାର ପାଇଁ ଏହି ଅତ୍ୟାଧୁନିକ ଓଟି ବ୍ୟବହାର ଉପଯୁକ୍ତ ହୋଇପାରିବ । ଏହାକୁ ନେଇ ବିମାନବନ୍ଦର ଅଧିକାରଣ କର୍ତ୍ତୃପକ୍ଷ ଓ କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ ଆଲୋଚନା ହୋଇଛି । ଏହି ଅତ୍ୟାଧୁନିକ ଓଟିରେ ଅତ୍ୟାଧୁନିକ ଯନ୍ତ୍ରପାତି ରହିବ, ଯାହାଫଳରେ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ପଡିବ ନାହିଁ ବୋଲି କ୍ୟାପିଟାଲ ହସ୍ପିଟାଲର ଅଧିକ୍ଷକ ନାରାୟଣ ସେଠୀ ସୂଚନା ଦେଇଛନ୍ତି ।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:Body:Conclusion:
Last Updated : Apr 28, 2019, 3:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.