ETV Bharat / city

ଆଶ୍ବସ୍ତି ପରେ ପ୍ରଦୂଷଣ ଯାଞ୍ଚ ଭ୍ୟାନ ପାଖରେ ଗହଳି

author img

By

Published : Sep 10, 2019, 5:14 PM IST

ନୂଆ ମଟରଯାନ ଆଇନରୁ 3ମାସ ମୁକ୍ତି ପରେ ଗାଡି ଚାଳକଙ୍କୁ ଆଶ୍ବସ୍ତି । ଚାଲିଛି ସମସ୍ତ କାଗଜ ପତ୍ରର ପ୍ରସ୍ତୁତି। ଏହା ପରେ କଡାକଡି ଭାବେ କାର୍ଯ୍ୟକାରୀ ହେବ ଏହି ଆଇନ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ନୂଆ ମଟରଯାନ ଆଇନ ଲାଗୁହେବା ପରେ ସାରା ଦେଶରେ ବିରୋଧଭାଷା ଆରମ୍ଭ ହୋଇଥିଲା । ଖାଲି ଏତିକି ନୁହେଁ ରାଜଧାନୀ ଭୁବନେଶ୍ବରର ରାଜମହଲରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ । ଯାହାକୁ ନେଇ ପୋଲିସ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲା । ପରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ହସ୍ତକ୍ଷେପ କରି 3ମାସ ପର୍ଯ୍ୟନ୍ତ ଆଇନକୁ କୋହଳ କରିବା ସହ ଆଗାମୀ 3ମାସ ମଧ୍ୟରେ ସମସ୍ତ ଗାଡି ଚାଳକ ନିଜ ନିଜ କାଗଜ ପତ୍ର ଠିକ କରିବାକୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦେଶ ପରେ ଜନସାଧାରଣ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିବା ସହ ନିଜ ନିଜ କାଗଜ ପତ୍ର ଠିକ କରିବାକୁ ଲାଗିପଡିଛନ୍ତି। ଏହା ପରେ ଆଜି ଠାରୁ ବଦଳିଯାଇଛି ରାଜଧାନୀର ଚିତ୍ର । ପରିବହନ ବିଭାଗ ପକ୍ଷରୁ ରାଜରାସ୍ତାରେ ପ୍ରଦୂଷଣ ଯାଞ୍ଚ ପାଇଁ ବ୍ୟବସ୍ଥା କେବେଠୁ କରିଛନ୍ତି । ନିତିଦିନ ରାଜଧାନୀର ବିଭିନ୍ନ ସ୍ଥାନରେ ଏହି ପ୍ରଦୂଷଣ ଯାଞ୍ଚ ଭ୍ୟାନ ସେମିତି ରହିଥାଏ । ଭ୍ୟାନ ପାଖରେ କାଉ କି କୋଇଲି ମଧ୍ୟ ବୁଲନ୍ତି ନାହିଁ । ହେଲେ ନୂଆ ମଟରଯାନ ଆଇନ ଲାଗୁ ହେବା ପରେ ଏବେ ଏହି ଭ୍ୟାନ ପାଖରେ ମହୁଫେଣା ଭଳି ଲୋକ ଜମା ହେଉଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ 3 ମାସ ସମୟ ମିଳିଥିବାରୁ ଲୋକେ ସତର୍କତା ହେଉ ଅବା ଜରିମାନାରୁ ମୁକ୍ତି ପାଇଁ ହେଉ ନିଜ ନିଜ ଗାଡିର କାଗଜପତ୍ର ଠିକ କରିବାରେ ଲାଗିଛନ୍ତି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ତିନି ମାସ ଭିତରେ ସବୁ କାଗଜ ପତ୍ର ରେଡି କରିବା ଲୋକେ ପ୍ରସ୍ତୁତ ଅନ୍ୟ ପଟେ ଆଜି ପଲ୍ୟୁସନ ଚେକିଂ ପାଇଁ ଗାଡି ଚାଳକ ଙ୍କ ଲମ୍ବା ଭିଡ଼

କିଛି ଦିନ ପୂର୍ବ ରୁ ସଂପୂର୍ଣ୍ଣ ରାଜ୍ୟ ରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଏକ ପ୍ରକାର ର ଉତେଜନା ସହ ଜନ ଅସନ୍ତୋଷ ଦେଖିବା କୁ ମିଳିଥିଲା। ହେଲେ ଗତ କାଲି ମୁଖ୍ୟମନ୍ତ୍ରୀ ଟ୍ରାଫିକ ର ଏହି ନିୟମ ଗୁଡିକୁ ତିନି ମାସ ପାଇଁ କେହଳ କରିଥିବା ବେଳେ ସମସ୍ତ ରାଜ୍ୟ ବାସୀ ଙ୍କୁ ନିବେଦନ ମଧ୍ୟ କରି ଥିଲେ ଯେ ଏହି ତିନି ମାସ ଭିତରେ ଗାଡି ର ସବୁ କାଗଜ ପତ୍ର ପ୍ରସ୍ତୁତ କରିବା ।କିନ୍ତ ଆଜି ବି ରାଜ ରାସ୍ତା ଉପର ଅନେକ ସ୍ଥାନ ରେ ନିଜ ନିଜ ଗାଡି ର ପଲ୍ୟୁସନ ଚେକ କରିବା ପାଇଁ ଲମ୍ବା ଲାଇନ ଦେଖିବା କୁ ମିଳିଥିଲା। ଅନ୍ୟ ପଟେ ଲୋକେ ମଧ୍ୟ ଟ୍ରଫିକ ନିୟମ ପାଇଁ ସଜାଗ ହେବା ସହ ଏହି ତିନି ମାସ ଭିତରେ ଗାଡି ର ସବୁ କାଗଜପତ୍ର କୁ ଯଥା ଶୀଘ୍ର ରେଡି କରିବା କୁ ଲାଗିପଡି ଥିବାର ଦେଖିବା କୁ ମିଳିଛି।

Body:କିଛି ଦିନ ପୂର୍ବ ରୁ ସଂପୂର୍ଣ୍ଣ ରାଜ୍ୟ ରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଏକ ପ୍ରକାର ର ଉତେଜନା ସହ ଜନ ଅସନ୍ତୋଷ ଦେଖିବା କୁ ମିଳିଥିଲା। ହେଲେ ଗତ କାଲି ମୁଖ୍ୟମନ୍ତ୍ରୀ ଟ୍ରାଫିକ ର ଏହି ନିୟମ ଗୁଡିକୁ ତିନି ମାସ ପାଇଁ କେହଳ କରିଥିବା ବେଳେ ସମସ୍ତ ରାଜ୍ୟ ବାସୀ ଙ୍କୁ ନିବେଦନ ମଧ୍ୟ କରି ଥିଲେ ଯେ ଏହି ତିନି ମାସ ଭିତରେ ଗାଡି ର ସବୁ କାଗଜ ପତ୍ର ପ୍ରସ୍ତୁତ କରିବା ।କିନ୍ତ ଆଜି ବି ରାଜ ରାସ୍ତା ଉପର ଅନେକ ସ୍ଥାନ ରେ ନିଜ ନିଜ ଗାଡି ର ପଲ୍ୟୁସନ ଚେକ କରିବା ପାଇଁ ଲମ୍ବା ଲାଇନ ଦେଖିବା କୁ ମିଳିଥିଲା। ଅନ୍ୟ ପଟେ ଲୋକେ ମଧ୍ୟ ଟ୍ରଫିକ ନିୟମ ପାଇଁ ସଜାଗ ହେବା ସହ ଏହି ତିନି ମାସ ଭିତରେ ଗାଡି ର ସବୁ କାଗଜପତ୍ର କୁ ଯଥା ଶୀଘ୍ର ରେଡି କରିବା କୁ ଲାଗିପଡି ଥିବାର ଦେଖିବା କୁ ମିଳିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.