ଭୁବନେଶ୍ବର: ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ସାଧାରଣ ଜନତା ଠାରୁ ଆରମ୍ଭ କରି ଛୋଟ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ଯେମିତି ଏକ ଅଜଣା ଆତଙ୍କରେ ଅଛନ୍ତି ଦେଶର ଗାଡି ଚାଳକ ଓ ମାଲିକ । ଯାହାର ସିଧାସଳଖ ପ୍ରଭାବ ଏବେ ରାଜଧାନୀରେ ପଡିଛି । ଦୁଇଟି ଅଟୋ ଚାଳକଙ୍କୁ ମୋଟା ଅଙ୍କର ଫାଇନ ପଡିବା ପରେ ଏବେ ଅଟୋ ଚାଳକ ଆତଙ୍କିତ ।
ଆଜି ଏନେଇ ଓଡିଶା ଅଟୋ ଟ୍ୟାକ୍ସି ମହାସଙ୍ଘ ପକ୍ଷରୁ ପରିବହନ ସଚିବ ଜି.ଶ୍ରୀନିବାସନଙ୍କୁ ଭେଟିଛି ଏକ ପ୍ରତିନିଧି ଦଳ। ପରିବହନ ସଚିବଙ୍କ ନିକଟରେ ତିନୋଟି ଦାବି ରଖିଛନ୍ତି ସେମାନେ । ପ୍ରଥମେ ଗୋଟିଏ ଘଟଣାରେ 5ପ୍ରକାରର ଫାଇନ ଲଗାଇବା ବନ୍ଦ କରାଯାଉ । ଅନ୍ୟ ଟିକସକୁ କୋହଳ କରିବା ସହ ଫିଟିନେସରେ ସରଳୀକରଣ ଲାଇସେନ୍ସ ପାଇଁ 3 ମାସର ସମୟ ଦେବାକୁ ଦାବି କରିଛି ସଂଘ । ଅଟୋ ଚାଳକଙ୍କ ପାଇଁ ପାର୍କିଂ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି ସଂଘର ସଭାପତି ସୁବାସ ସିଂ ।
କିନ୍ତୁ ସଂଘର ଗୋଟିଏ ଦାବି ବ୍ୟତିତ ଅନ୍ୟ ସମସ୍ତ ଦାବିକୁ ପ୍ରତ୍ୟାଖାନ କରିଛନ୍ତି ପରିବହନ ସଚିବ । ଅନ୍ୟପଟେ ଓଡିଶା ମଟର ଯାନ ମାଲିକ ସଂଘର ସଭାପତି ନବ କିଶୋର ମହାନ୍ତି କହିଛନ୍ତି ଯଦି ଦାବି ପୂରଣ କରାନଯାଏ ତେବେ ଆଗାମୀ ଦିନରେ ସଂଘ ଓଡିଶା ବନ୍ଦ କରାଯିବ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ