ETV Bharat / city

କୀଟ ମାରିବ ମୋବାଇଲ ଆପ; ବିକଶିତ କଲା ଏନଆଇସି - କୃଷି ଭବନ

ମୋବାଇଲ ଆପ ମାଧ୍ୟମରେ ଚାଷୀ କେମିତି ଫସଲକୁ ରୋଗରୁ ରକ୍ଷାକରି ପାରିବେ ବିଶେଷଜ୍ଞଙ୍କ ଠାରୁ ଆବଶ୍ୟକ ପରାର୍ମଶ ମଧ୍ୟ ନେଇ ପାରିବେ। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 8, 2019, 9:31 AM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଚାଷୀଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡୁଛି । କେତେବେଳେ ବର୍ଷା ଅଭାବ ତ କେତେବେଳେ ରୋଗ ପୋକ ଚାଷୀଙ୍କ ଫସଲ କରୁଛନ୍ତି ନଷ୍ଟ । ଯେଉଁଥିପାଇଁ ଚାଷୀ ପ୍ରତି ବର୍ଷ କିଛି ନା କିଛି ସମସ୍ୟା ଦେଇ ଗତି କରୁଛି ।

ଚାଷିଙ୍କୁ ତାଙ୍କ ଫସଲ ରୋଗ ପୋକରୁ ରକ୍ଷା କରିବା ପାଇଁ ଭୁବନେଶ୍ବର ଏନଆଇସି ପକ୍ଷରୁ ଏକ ସ୍ବତନ୍ତ୍ର ମୋବାଇଲ ଆପ ବିକଶିତ କରାଯାଇଛି । ଯେଉଁ ଆପ ମାଧ୍ୟମରେ ବିଭିନ୍ନ ଫସଲରେ କେଉଁ ରୋଗ ଲାଗିଛି ତାହା ଅତି ସହଜରେ ଚିହ୍ନଟ ହୋଇପାରିବ । ଏହି ମୋବାଇଲ ଆପ ମାଧ୍ୟମରେ ଚାଷି କେମିତି ଫସଲକୁ ରୋଗରୁ ରକ୍ଷାକରି ପାରିବେ ବିଶେଷଜ୍ଞଙ୍କ ଠାରୁ ଆବଶ୍ୟକ ପରାର୍ମଶ ମଧ୍ୟ ନେଇ ପାରିବେ ।

ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ଆପ ମାଧ୍ୟମରେ ଆଗୁଆ ଚାଷି ଓ କ୍ଷେତ୍ର କର୍ମଚାରୀ ଫସଲରେ ଲାଗିଥିବା ରୋଗପୋକର ଫଟୋ ଉଠାଇ ସିଧାସଳଖ ବିଶେଷଜ୍ଞଙ୍କ ପାଖକୁ ପଠାଇ ପାରିବେ ଓ ଏହାର ନିରାକରଣ ପାଇଁ ଆବଶ୍ୟକ ପରାର୍ମଶ ନେଇ ପାରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗତକାଲି ଭୁବନେଶ୍ବର କୃଷି ଭବନରେ ଉକ୍ତ ମୋବାଇଲ ଆପରେ ରୋଗପୋକ ସର୍ବେକ୍ଷଣ ନେଇ କୃଷି ବିଭାଗର ମାଷ୍ଟର ଟ୍ରେନରଙ୍କର ଦୁଇ ଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହାପରେ ସମସ୍ତ ଜିଲ୍ଲାର କୃଷି ଅଧିକାରୀଙ୍କୁ ମଧ୍ୟ ଏନେଇ ତାଲିମ ଦିଆଯିବ । ଆଗାମୀ ଦିନରେ ରାଜ୍ୟର 3ଲକ୍ଷ ଚାଷୀଙ୍କୁ ଏହି ମୋବାଇଲ ଆପ କେମିତି ପରିଚାଳନା କରିବେ ସେ ନେଇ ତାଲିମ ଦିଆଯିବ ।

ଏହି କର୍ମଶାଳାରେ ମୁଖ୍ୟତଃ ଦୁଇଟି ଦିଗକୁ ନେଇ ତାଲିମ ଦିଆଯିବ । ପ୍ରଥମତଃ ଚାଷୀ କିପରି କୀଟନାଶକ ବ୍ୟବହାର ଓ ଫସଲରେ ରୋଗପୋକ ଲାଗିଲେ କେମିତି ମୋବାଇଲ ଆପ ଜରିଆରେ ଫଟୋ ପଠେଇବେ ସେନେଇ ତାଲିମ ଦିଆଯିବ । ପ୍ରଥମେ ମାଷ୍ଟର ଟ୍ରେନର ପ୍ରତି ଜିଲ୍ଲା, ବ୍ଲକଓ ପଞ୍ଚାୟତ ପର୍ଯ୍ୟନ୍ତ ଯାଇ ଚାଷୀଙ୍କୁ ତାଲିମ ଦେବେ ବୋଲି କୃଷି ନିର୍ଦ୍ଦେଶକ ଏମ. ମୁଥୁକୁମାର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.