ଭୁବନେଶ୍ବର: ମନ୍ତ୍ରିମଣ୍ଡଳର ଅଦଳବଦଳ ପରେ ଆଜିଠାରୁ ଦାୟିତ୍ବ ନେଉଛନ୍ତି ନୂଆ ମନ୍ତ୍ରୀ । କିଛି ପୁରୁଣା ମନ୍ତ୍ରୀ ଅଫିସ ଯାଇ ଦାୟିତ୍ବ ଭାର ନେଇଛନ୍ତି । କିନ୍ତୁ ନୂଆ ମନ୍ତ୍ରୀଙ୍କୁ ନୂଆ ଅଫିସ ମିଳିନଥିବାରୁ ସେମାନଙ୍କ ଦାୟିତ୍ବ ନେବାରେ ବିଳମ୍ବ ହୋଇଛି ।
ବନ୍ଦ ହୋଇ ରହିଥିବା ମନ୍ତ୍ରୀଙ୍କ ଚାମ୍ବର ଖୋଲିଛି । ଚଳଚଞ୍ଚଳ ହୋଇଛି ଲୋକସେବା ଭବନ । ଦାୟିତ୍ବ ନେଇଛନ୍ତି ପୁରୁଣା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସମୀର ଦାସ, ତୁଷାରକାନ୍ତି ବେହେରା । ପୁରୁଣା ଅଫିସ ଯାଇ ଦାୟିତ୍ବ ଗ୍ରହଣ କରିଛନ୍ତି ଏହି ମନ୍ତ୍ରୀ । ସରକାରୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଫାଇଲ କାର୍ଯ୍ୟ ମଧ୍ୟ ମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି ବିଭାଗୀୟ ସଚିବ ଓ ଅଧିକାରୀ ।
ସେପଟେ ନବ ନିଯୁକ୍ତ ମନ୍ତ୍ରୀ ଦାୟିତ୍ବ ନେଇନାହାଁନ୍ତି । କାର୍ଯ୍ୟାଳୟ ସ୍ଥିର ହୋଇ ନଥିବାରୁ ଦାଇତ୍ବ ନେଇ ନାହାନ୍ତି ନୂଆ ମନ୍ତ୍ରୀ । ମନ୍ତ୍ରୀଙ୍କ ଲାଗି ବଡ ଚ୍ୟାଲେଞ୍ଜ ହେବ ନୂଆ ଦାଇତ୍ବ । ସରକାରୀ ଯୋଜନାର ସଫଳ ରୂପାୟନ କରିବା ମନ୍ତ୍ରୀଙ୍କ ଲାଗି ନୂଆ ଚ୍ୟାଲେଞ୍ଜ ହେବ । 2019ରେ ସରକାର ଗଠନ ବେଳେ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା, ତାହା କିପରି କାର୍ଯ୍ୟକାରୀ କରାଯିବ ସେ ନେଇ ପଦକ୍ଷେପ ନେବେ ନୂଆ ମନ୍ତ୍ରୀ ।
ଅନ୍ୟପଟେ ନବ ନିଯୁକ୍ତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବାଲି ଚୋରା ଚାଲାଣ ଉପରେ ନଜର ରଖାଯିବ । ରାଜ୍ୟ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି । ସରକାର ଏନେଇ ଅନେକ ପଦକ୍ଷେପ ନେଇଛନ୍ତି । ଏନେଇ ନୂଆ କଣ କରାଯାଇପାରିବ ତାହା ଉପରେ ନଜର ରଖାଯିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ