ETV Bharat / city

ଖୁବଶୀଘ୍ର ଆହାର କେନ୍ଦ୍ର ପାଇଁ ଜାରି ହେବ ଗାଇଡଲାଇନ - ahaar center

ଖୁବଶୀଘ୍ର ରାଜଧାନୀରେ ଥିବା ଆହାରକେନ୍ଦ୍ର ପାଇଁ ଆସିବ ଗାଇଡଲାଇନ । ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ। ଅଧିକ ପଢନ୍ତୁ...

ଖୁବଶୀଘ୍ର ଆହାରକେନ୍ଦ୍ର ପାଇଁ ଜାରି ହେବ ଗାଇଡଲାଇନ

author img

By

Published : Apr 28, 2021, 9:30 AM IST

ଭୁବନେଶ୍ବର: ରାଜଧାନୀରେ ଥିବା ଆହାରକେନ୍ଦ୍ର ପାଇଁ ଖୁବଶୀଘ୍ର ଆସିବ ଗାଇଡଲାଇନ୍ । କୋଭିଡ ସମୟରେ ମଧ୍ୟ ଆହାର କେନ୍ଦ୍ର ଖୋଲା ଥିବାରୁ ବିଭିନ୍ନ ସ୍ଥାନରୁ ଲୋକେ ଆହାର କେନ୍ଦ୍ରକୁ ଆସୁଛନ୍ତି । ଯେଉଁଥିପାଇଁ ଗହଳି ହେଉଛି, ତେଣୁ ସଂକ୍ରମଣର ଆଶଙ୍କା ରହିଛି । ଏଭଳି ସ୍ଥିତିକୁ ଏଡ଼ାଇବା ପାଇଁ ବିଏମସି ପକ୍ଷରୁ ଖୁବଶୀଘ୍ର ଆହାରକେନ୍ଦ୍ର ପାଇଁ ନୂଆ ଗାଇଡଲାଇନ ଜାରି କରାଯିବା ନେଇ ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ।

ଖୁବଶୀଘ୍ର ଆହାରକେନ୍ଦ୍ର ପାଇଁ ଜାରି ହେବ ଗାଇଡଲାଇନ

ରାଜ୍ୟରେ ଦୈନିକ ସଂକ୍ରମଣ ଏବେ 6 ହଜାର ଅତିକ୍ରମ କରିଥିବାବେଳେ ରାଜଧାନୀରେ ମଧ୍ୟ ଲଗାତାର କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ଦେଖି ଭୁବନେଶ୍ୱରର ଆହାର କେନ୍ଦ୍ର ଗୁଡିକରେ କୋରୋନା ସଂକ୍ରମଣ ଯେପରି ନହେବ ସେନେଇ ବିଏମସି ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।

ଏନେଇ ଆହାର କେନ୍ଦ୍ର ଗୁଡିକରେ ଭିଡ ନିୟନ୍ତ୍ରଣ କରାଯିବ, ବିଭିନ୍ନ ଫେଜରେ ଲୋକଙ୍କୁ ଭିତରକୁ ଛଡ଼ାଯିବ, କୋଭିଡ ନିୟମ ମାନି ଖାଦ୍ୟ ପରିବେଷଣ କରାଯିବ। ସେପଟେ ଗୋଟିଏ ଫେଜ ବାହାରି ଆସିଲା ପରେ କେନ୍ଦ୍ରକୁ ବିଶୋଧନ କରାଯିବ । ତାପରେ ଆଉ ଗୋଟିଏ ଫେଜ ଭିତରକୁ ଯିବେ। ଖାଦ୍ୟ ପରିବେଷଣର ସମୟକୁ ବଢାଯାଇଛି , ଅପରାହ୍ନ 3 ଟା ପର୍ଯ୍ୟନ୍ତ ଖୋଲା ରହିବ। ଖାଦ୍ୟ ଆହରଣ ବେଳେ ସାମାଜିକ ଦୂରତ୍ୱ ରକ୍ଷା କରିବା ବାଧ୍ୟତାମୂଳକ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.