ଭୁବନେଶ୍ବର: ନକଲି ଡାକ୍ତର ରମେଶ ସ୍ବାଇଁ ନାଁରେ ବଢୁଛି ଠକେଇ ଅଭିଯୋଗ । ଦିନ ଗଡିବା ସହିତ ବୃଦ୍ଧି ପାଉଛି ଠକେଇ ମାମଲା । ଏବେ ଗୌହାଟିର ଜଣେ ସରକାରୀ ଡାକ୍ତରଣୀଙ୍କୁ ୨୧ ଲକ୍ଷର ଚୁନ ଲଗାଇଥିବା ଅଭିଯୋଗ ହୋଇଛି । ମ୍ୟାଟ୍ରିମୋନିଆଲ ସାଇଟରେ ପ୍ରଥମେ ଦେଖା ହୋଇଥିଲେ ମହିଳା ଡାକ୍ତର ଓ ଠକ ରମେଶ । ପରେ ୨୦୨୧ ମେ ୩୧ ତାରିଖ ଦିନ ଗୌହାଟିରେ କୋରୋନା କଟକଣା ଭିତରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିଲେ ରମେଶ ।
ରମେଶଙ୍କ ପକ୍ଷରୁ ରମେଶର ଭିଣୋଇ ଗଣେଶ ଓ ରମେଶ ଡ୍ରାଇଭର ପପୁ ଉପସ୍ଥିତ ରହିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ସେଠାରେ ସାବତ ମା’, ଭଉଣୀ, ପୁରୋହିତ ଉପସ୍ଥିତ ରହି ବୈଦିକ ରିତିନୀତି ଅନୁସାରେ ଗୃହ ପ୍ରବେଶ କରାଇଥିଲେ । ଭଉଣୀ ଜଣଙ୍କ ନଣନ୍ଦ ପୁଟୁଳି ବାବଦକୁ ସୁନା, ମୋବାଇଲ, ଦାମୀ ଶାଢି, ମଧ୍ୟ ନେଇଥିଲେ ।
ପରେ ଗୌହାଟିରେ ଏକ ଫ୍ଲାଟ କିଣିବା ନାଁରେ ୨୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଗତକାଲି(ଗୁରବାର) ଅଭିଯୋଗ କରିଛନ୍ତି ରମେଶଙ୍କ ସରକାରୀ ସ୍ତ୍ରୀ । ଏହା ସହ ମହିଳା ଡାକ୍ତର ଅନ୍ୟ ମହିଳାଙ୍କୁ ଅପିଲ କରିଛନ୍ତି । ସମସ୍ତ ଆସି ଠକ ଡାକ୍ତରଙ୍କ ନାଁରେ ଏତଲା ଦିଅନ୍ତୁ ଏବଂ କୋଠର ଦଣ୍ଡ ପାଇଁ ଅପିଲ କରନ୍ତୁ । ସରକାରୀ ଡାକ୍ତରାଣୀଙ୍କ ଅଭିଯୋଗ ଅନୁଯାୟୀ 161/164ରେ ବୟାନ ରେକର୍ଡ କରିଛି ପୋଲିସ । ସେହିପରି ୧୬୪ ଧାରାରେ ଉକ୍ତ ମହିଳା, ଭାଇ ଓ ତାଙ୍କ ବାପାଙ୍କ ବୟାନ ରେକର୍ଡ କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ