ETV Bharat / city

ନୂଆ ଶିକ୍ଷାନୀତି ଆଣିବ ନୂଆ ଭାରତର ପରିଚୟ

author img

By

Published : Jan 7, 2020, 5:01 AM IST

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍ଖ କହିଲେ 33 ବର୍ଷ ପରେ ଦେଶରେ ଆସିବ ନୂଆ ଶିକ୍ଷାନୀତି । ଅଧିକ ପଢନ୍ତୁ...

ନୂଆ ଶିକ୍ଷାନୀତି ଆଣିବ ନୂଆ ଭାରତର ପରିଚୟ
ନୂଆ ଶିକ୍ଷାନୀତି ଆଣିବ ନୂଆ ଭାରତର ପରିଚୟ

ଭୁବନେଶ୍ବର: ରାଜଧାନୀରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍ଖ କହିଲେ 33 ବର୍ଷ ପରେ ଦେଶରେ ଆସିବ ନୂଆ ଶିକ୍ଷାନୀତି । ସାରା ବିଶ୍ବରେ ଅଦ୍ବିତୀୟ ଶିକ୍ଷାନୀତିର ମାନ୍ୟତା ପାଇବ ।

ନୂଆ ଶିକ୍ଷା ନୀତି ଭାରତୀୟ ଜାତୀୟ ଦୃଶ୍ୟପଟରେ ନୂଆ ପରିଚୟ ଆଣିବ ବୋଲି ଆଶା ପ୍ରକଟ କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ । ଭୁବନେଶ୍ୱରରେ ଆୟୋଜିତ ନୂଆ ଭାରତର ନୂଆ ଶିକ୍ଷାନୀତି ଶୀର୍ଷକ ଏକ ଆଲୋଚନା ଚକ୍ରରେ ଭାଗନେବା ଅବସରସରେ ଏହା କହିଛନ୍ତି । ଭାରତ ହେଉଛି ବିଶ୍ବଗୁରୁ । ୩୩ ବର୍ଷ ପରେ ଦେଶରେ ଭାରତ ସରକାର ଆଣିବାକୁ ଯାଉଛନ୍ତି ନୂଆ ଶିକ୍ଷାନିତିର ପରିପାଟି ଏବଂ ବାସ୍ତବ ଉପଲବ୍ଧିକୁ ନେଇ ଅନେକ ଆଶା ଦେଖାଇଛନ୍ତି ବିଭାଗୀୟ କେନ୍ଦ୍ରମନ୍ତ୍ରୀ ।

ନୂଆ ଶିକ୍ଷାନୀତି ଆଣିବ ନୂଆ ଭାରତର ପରିଚୟ

33 ବର୍ଷ ପରେ ସାରା ଦେଶରେ ଆସିବ ନୂଆ ଶିକ୍ଷାନୀତି ।ନୂଆ ଶିକ୍ଷାନୀତିରେ ପ୍ରାଦ୍ୟୋଗୀକ ବ୍ୟବସ୍ଥାକୁ ଦିଆଯିବ ବିଶେଷ ଗୁରୁତ୍ବ । ଖାସ କରି ମେକ ଇନ୍ ଇଣ୍ଡିଆ, ଷ୍ଟାର୍ଟ ଅପ, ଯୁବ ଉଦ୍ୟୋଗୀଙ୍କ ପାଇଁ ଏଭଳି କାର୍ଯ୍ୟକ୍ରମକୁ ଏହି ଶିକ୍ଷାନୀତିରେ ସ୍ଥାନିତ କରାଯିବ ଏହାଦ୍ବାରା ଶିକ୍ଷା ଆଉ ପାଠ୍ୟ ପୁସ୍ତକ ଭିତରେ ରହିବ ନାହିଁ । ସେହିପରି ଛାତ୍ରଛାତ୍ରୀ ମାନେ ଏହାର ବାସ୍ତବ ଉପଲବ୍ଧି ଆରମ୍ଭରୁ ଅନୁଭବ କରିବେ ଏବଂ ଅନୁଭବ କରିବେ ଶିକ୍ଷା ସେମାନଙ୍କ ଜୀବନରେ ନୂଆ ପରିଚୟ ଆଣିବ । ସେମାନଙ୍କ ଭାବନାର ପରିପ୍ରକାଶ କରାଇବ, ବୌଦ୍ଧିକ ବିକାଶ ସହିତ ସେମାନଙ୍କୁ କର୍ମନିଯୁକ୍ତି ପାଇବାରେ ସୁଯୋଗ ସୃଷ୍ଟି କରିବ ।

କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ କହିଛନ୍ତି ଅନ୍ୟ ଦେଶ ତୁଳନାରେ ଏହି ନୂଆ ଶିକ୍ଷା ନୀତିରେ ଭାରତ ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିବାକୁ ଯାଉଛି କାରଣ ଏହି ଶିକ୍ଷା ନୀତିରେ ତଳ ସ୍ତରର ଲୋକଙ୍କଠାରୁ ଉଚ୍ଚ ବର୍ଗର ଲୋକଙ୍କ ସହ ବିଚାର ବିମର୍ଷ ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଲମ୍ବା ସମୟ ଧରି ଏ ଆଲୋଚନା ଭିତରେ ବିଭିନ୍ନ ମତାମତ ଆସିଥିଲା । ସବୁ ମତାମତକୁ ଗ୍ରହଣ କରି ତାକୁ ସ୍ଥାନିତ କରିଛନ୍ତି କେନ୍ଦ୍ର ସରକାର । ମୋଟ ଉପରେ ଏହି ଶିକ୍ଷା ନୀତି ନୂଆ ପିଢ଼ି ପାଇଁ ନୂଆ ପରିଚୟ ଆସିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:

h

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.