ETV Bharat / city

ଅକ୍ଟୋବର କୋଭିଡ୍ ଗାଇଡଲାଇନ: ବାଣ କିଣା-ବିକାରେ ପ୍ରତିବନ୍ଧକ

author img

By

Published : Sep 30, 2021, 6:37 PM IST

Updated : Sep 30, 2021, 8:50 PM IST

ଅକ୍ଟୋବର ମାସ ପାଇଁ ଆସିଲା ନୂତନ କୋଭିଡ ଗାଇଡଲାଇନ । ପାର୍ବଣରେ ସତର୍କତା ଅବଲମ୍ବନ କରିବାକୁ ଆହ୍ବାନ ଦିଆଯାଇଛି । ରାଜ୍ୟରେ ବାଣ କିଣାବିକା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ଗାଇଡଲାଇନ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଅଧିକ ପଢନ୍ତୁ...

ଅକ୍ଟୋବର ପାଇଁ ଆସିଲା ନୂତନ ଗାଇଡଲାଇନ
ଅକ୍ଟୋବର ପାଇଁ ଆସିଲା ନୂତନ ଗାଇଡଲାଇନ

ଭୁବନେଶ୍ବର: ଅକ୍ଟୋବର ମାସ ପାଇଁ ଆସିଲା ନୂତନ କୋଭିଡ ଗାଇଡଲାଇନ । ଏହି ଗାଇଡଲାଇନ ଅକ୍ଟୋବର 1 ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏନେଇ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା । ପାର୍ବଣରେ ସତର୍କତା ଅବଲମ୍ବନ କରିବାକୁ ଆହ୍ବାନ ଦିଆଯାଇଛି । କୋରନା ସଂକ୍ରମଣ ହାର କମିବାରେ ଲାଗିଛି ବୋଲି କହିଛନ୍ତି ଏସଆରସି ।

ଅକ୍ଟୋବର ପାଇଁ ଆସିଲା ନୂତନ ଗାଇଡଲାଇନ: ବାଣ କିଣାବିକାରେ ପ୍ରତିବନ୍ଧକ

ସତର୍କ ରହିବା ସହ ୩ଟି ମହାସ୍ତ୍ର ଯଥା, ମାସ୍କ, ସାମାଜିକ ଦୂରତା ଏବଂ ଯେତେ ସମ୍ଭବ ହାତ ଧୋଇବା ଭଳି କାର୍ଯ୍ୟ କରିବାକୁ କୁହାଯାଇଛି । ଦେଶରେ ବର୍ତ୍ତମାନ ୨ ଲକ୍ଷ ୭୭ ହଜାର କେସ ରହିଥିବା ବେଳେ ଓଡିଶାରେ ଆଜି ୬୦୨ କୋଭିଡ କେସ ଆସିଥିବା ବେଳେ ମୋଟ ୫୬୪୨ ଜଣ ଚିକିତ୍ସା ଅବସ୍ଥାରେ ଅଛନ୍ତି ବୋଲି SRC ପ୍ରଦୀପ କୁମାର ଜେନା କହିଛନ୍ତି ।

ସହରାଞ୍ଚଳ ଗୁଡିକରେ ରାତ୍ରିକାଳୀନ କର୍ଫ୍ୟୁ ସେପ୍ଟେମ୍ବର ମାସ ପରି ରହିବ । ସଭାସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପୂର୍ବଭଳି ବନ୍ଦ ରହିବ । ବିବାହରେ ମଧ୍ୟ ସେପ୍ଟେମ୍ବରରେ ଥିବା ଗାଇଡଲାଇନ ଯେପରି, ବିବାହରେ ୨୫୦ ଜଣକୁ ଅନୁମତି ମିଳିଥିବା ବେଳେ ବିବାହ ଶୋଭାଯାତ୍ରାରେ ମାତ୍ର ୫୦ ଜଣକୁ ଅନୁମତି ଦିଆଯାଇଛି । ସେହିପରି ରାଜ୍ୟରେ ବାଣ କିଣା-ବିକା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଏହାସହିତ ଟ୍ବିନସିଟି ପାଇଁ ନାଇଟ କର୍ଫ୍ୟୁ ଅଧିକ କଡ଼ାକଡ଼ି ହେବ । କଟକ, ଭୁବନେଶ୍ବରରେ ୧୦ ଦିନ ପାଇଁ ରାତି ୮ରୁ ସକାଳ ୫ ନାଇଟ କର୍ଫ୍ୟୁ ଲାଗୁ ହେବ । ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ନାଇଟ କର୍ଫ୍ୟୁ ଲାଗୁ ହେବ ବୋଲି SRC ପ୍ରଦୀପ କୁମାର ଜେନା କହିଛନ୍ତି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

Last Updated : Sep 30, 2021, 8:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.