ETV Bharat / city

ଭାଙ୍ଗିବ କି କୋଭିଡ ଚେନ ? ନୂଆ କମିଶନରଙ୍କ ଫୋକସରେ କଣ୍ଟ୍ରୋଲ ରୁମ - ବିଏମସି କମିଶନର

ଲକଡାଉନକୁ ୭ ଦିନ ବିତିଯାଇଥିଲେ ବି ରାଜ୍ୟରେ ହେଉ ବା ରାଜଧାନୀରେ ସଂକ୍ରମଣ କମିବାର ନାଁ ଧରୁନି। ନୂଆ କମିଶନରଙ୍କ ନୂଆ ଫଣ୍ଡା ଭୁବନେଶ୍ୱରରେ ସଂକ୍ରମଣ ଚେନକୁ ବ୍ରେକ ଦେବାରେ କେତେ ସକ୍ଷମ ହେବ ? ତାହା ସମୟ କହିବ

କୋଭିଡ କଣ୍ଟ୍ରୋଲ ରୁମକୁ ଅଧିକ ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଦେଲେ ବିଏମସି କମିଶନର

author img

By

Published : May 13, 2021, 10:48 PM IST

ଭୁବନେଶ୍ବର: ସାରା ରାଜ୍ୟରେ ଏବେ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ରାଜଧାନୀ ଭୁବନେଶ୍ବର ଏବେ ହଟସ୍ପଟ ପାଲଟିଛି । ଦୈନିକ ହଜାର ହଜାର ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଲକଡାଉନକୁ ୭ ଦିନ ବିତିଯାଇଥିଲେ ବି ରାଜ୍ୟରେ ହେଉ ବା ରାଜଧାନୀରେ ସଂକ୍ରମଣ କମିବାର ନାଁ ଧରୁନି । ବିଏମସି ସୂଚନା ଅନୁସାରେ ଭୁବନେଶ୍ୱରରେ ଗୃହ ସଂଗରୋଧରେ ୯୦ ପ୍ରତିଶତ ଲୋକ ରହୁଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବଦଳିଛନ୍ତି ବିଏମସି କମିଶନର । ନୂଆ କମିଶନର ଦାୟିତ୍ୱ ନେବା ପରେ ପରେ ପ୍ରଥମେ 1929 କଲ ସେଣ୍ଟରରେ ପହଞ୍ଚି ସମୀକ୍ଷା କରିଛନ୍ତି । ଲୋକଙ୍କୁ ସୂଚନା ଦେବା, ଲୋକଙ୍କୁ ସଚେତନ କରିବା ଏବଂ ସର୍ବୋପରି ଠିକ ସମୟରେ କୋଭିଡ ଜନିତ ସମସ୍ୟାର ସମାଧାନ କରିବା ଅତ୍ୟନ୍ତ ଜରୁରୀ ସେହି ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେଇଛନ୍ତି।

ଗତ ବର୍ଷ ପ୍ରଥମ କୋଭିଡ ପରିଚାଳନାରେ ବିଏମସି ପକ୍ଷରୁ ଯେଉଁଭଳି ପଦକ୍ଷେପ ନିଆଯାଇଥିଲା । ସେହିପରି ସଂକ୍ରମଣକୁ ଆୟତ୍ତ କରିବାରେ ସକ୍ଷମ ମଧ୍ୟ ହୋଇଥିଲେ ବିଏମସି କର୍ତ୍ତୃପକ୍ଷ । ବୋଧହୁଏ ଚଳିତ ବର୍ଷ ସେକେଣ୍ଡ ୱେଭରେ ଏଥିରେ କେଉଁଠି ନା କେଉଁଠି ତ୍ରୁଟି ପରିଲକ୍ଷିତ ହେଉଛି ବୋଲି ଭାବୁଛନ୍ତି କି ନୂଆ କମିଶନର ସଞ୍ଜୟ ସିଂହ। ସେଥିପାଇଁ ଦାୟିତ୍ୱ ନେବାର କିଛି ସମୟ ମଧ୍ୟରେ ସିଧା ଯାଇ ୧୯୨୯ କଲ ସେଣ୍ଟରରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।

ଆଉ କଲ ସେଣ୍ଟରକୁ ସଠିକ ପରିଚାଳନା କରିବାକୁ ତୁରନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଅଧିକ ୫ ୱାର୍କ ଷ୍ଟେସନ ଖୋଲିବା, ପ୍ରତି କୋଭିଡ ହସ୍ପିଟାଲରେ ହେଲ୍ପଡେସ୍କ ଖୋଲିବା, ହେଳ୍ପ ଡେସ୍କରେ ୨୪ ଘଣ୍ଟିଆ କର୍ମଚାରୀ ମୁତୟନ , କଲ ସେଣ୍ଟରରେ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି କରିବାକୁ ତୁରନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଥମେ ସୂଚନା, ସଚେତନତା, ଟେଷ୍ଟିଂ ଏବଂ ଆକ୍ରାନ୍ତଙ୍କ ବିଷୟରେ ପରିବାର ଲୋକଙ୍କୁ ସୂଚନା ଦେବା ଗୃହ ସଂଗରୋଧରେ ଥିବା ସକ୍ରିୟ ଆକ୍ରାନ୍ତଙ୍କୁ ସଠିକ ସମୟରେ ଡାକ୍ତରୀ ପରାମର୍ଶ ଦେଲେ ହୁଏତ ସଂକ୍ରମଣ ହାର ହ୍ରାସ ପାଇବ ବୋଲି ସେ ଆକଳନ କରିଛନ୍ତି ।

ତେବେ ନୂଆ କମିଶନରଙ୍କ ନୂଆ ଫଣ୍ଡା ଭୁବନେଶ୍ୱରରେ ସଂକ୍ରମଣ ଚେନକୁ ବ୍ରେକ ଦେବାରେ କେତେ ସକ୍ଷମ ହେବ ତାହା ସମୟ କହିବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.