ଭୁବନେଶ୍ବର : ନନ୍ଦନକାନନରେ ନୂଆ ଅତିଥି, ଜନ୍ମ ହେଲା ସମ୍ବର ଛୁଆ। ବର୍ତ୍ତମାନ ସମ୍ବର ଛୁଆ ମା ପାଖରେ ସୁରକ୍ଷିତ ଭାବରେ ରହିଛି।
ନନ୍ଦନକାନନରେ ସମ୍ବରମାନେ ରହିଥିବା ଏନକ୍ଲୋଜରରେ ସମ୍ବର ଏକ ଛୁଆକୁ ଜନ୍ମ ଦେଇଛି। ନନ୍ଦନକାନନରେ ଆଜି ସକାଳ ସମୟରେ ଜନ୍ମ ଗ୍ରହଣ କରିଥିବା ସୂଚନା ମିଳିଛି। ଦୁଇ ଜଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ଠିକ ରହିଥିବା ଜଣାପଡିଛି ।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ