ETV Bharat / city

ଖସୁଛି କୋରୋନା ଗ୍ରାଫ୍: ଦିନକରେ ୧୭୦ ପଜିଟିଭ ଚିହ୍ନଟ, ୨୪ ଶିଶୁ ଆକ୍ରାନ୍ତ

author img

By

Published : Nov 5, 2021, 10:29 AM IST

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୦ କୋରୋନା ପଜିଟିଭ ଚିହ୍ନଟ । ୨୪ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ । ଅଧିକ ପଢନ୍ତୁ...

ଖସୁଛି କୋରୋନା ଗ୍ରାଫ୍: ଦିନକରେ ୧୭୦ ପଜିଟିଭ ଚିହ୍ନଟ, ୨୪ ଶିଶୁ ଆକ୍ରାନ୍ତ
ଖସୁଛି କୋରୋନା ଗ୍ରାଫ୍: ଦିନକରେ ୧୭୦ ପଜିଟିଭ ଚିହ୍ନଟ, ୨୪ ଶିଶୁ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ୨୦୦ ତଳକୁ ଖସିଲା କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୪ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୯୮ ଜଣ ଥିବାବେଳେ ୭୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ସେହିପରି ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୧ ଜଣ ଥିବାବେଳେ ବାଲେଶ୍ବରରୁ ୧୧, ବରଗଡରୁ ୨, ଭଦ୍ରକରୁ ୪, ବଲାଙ୍ଗୀରରୁ ୩, କଟକରୁ୧୯, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଜପତିରୁ ୧, ଗଞ୍ଜାମରୁ ୩, ଜଗତସିଂହପୁରରୁ ୭, ଯାଜପୁରରୁ ୮, ଝାଡସୁଗୁଡା ୧, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୨, ମୟୂରଭଞ୍ଜରୁ ୩, ପୁରୀରୁ ୧, ସମ୍ବଲପୁରରୁ ୯, ସୋନପୁରରୁ ୩, ସୁନ୍ଦରଗଡରୁ ୫, ଏବଂ ଷ୍ଟେଟ ପୁଲ୍‌ରୁ ୧୪ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୨ ହଜାର ୯୪୩ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.