ETV Bharat / city

ଗତ 24 ଘଣ୍ଟାରେ ରାଜ୍ୟରେ 122 ଆକ୍ରାନ୍ତ ଚିହ୍ନଟ - ରାଜ୍ୟରେ ନୂଆ 122 ଆକ୍ରାନ୍ତ ଚିହ୍ନଟ

ରାଜ୍ୟର ଗତ 24 ଘଣ୍ଟା ମଧ୍ୟରେ ନୂଆ 122 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

New 122 corona positives detected in Odisha
ଗତ 24 ଘଣ୍ଟାରେ ରାଜ୍ୟରେ ନୂଆ 122 ଆକ୍ରାନ୍ତ ଚିହ୍ନଟ
author img

By

Published : Jan 19, 2021, 2:21 PM IST

ଭୁବନେଶ୍ବର: ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ ନୂଆ 122 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ କ୍ବାରେଣ୍ଟାଇନ ସେଣ୍ଟରରୁ 72 ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 50 ଜଣ ଚିହ୍ନଟ ହୋଇଛନ୍ତି । ଏହାସହିତ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 33 ହଜାର 566ରେ ପହଞ୍ଚିଛି ।

ରାଜ୍ୟର 19 ଟି ଜିଲ୍ଲାରୁ ଏହି 122 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 26 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଅନ୍ୟ ଜିଲ୍ଲା ମଧ୍ୟରେ ଅନୁଗୋଳରୁ 10, ପୁରୀରୁ 17, ସମ୍ବଲପୁରରୁ 23, ସୁନ୍ଦରଗଡ଼ରୁ 26 ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ବାଲେଶ୍ବର, ଦେବଗଡ଼, ଜଗତସିଂହପୁର ଓ ଷ୍ଟେଟ ପୋଲରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀର, ଯାଜପୁରରୁ 2 ଜଣ ଲେଖାଏଁ, କଟକ, ମୟୂରଭଞ୍ଜରୁ 3 ଜଣ ଲେଖାଏଁ, ଝାରସୁଗୁଡ଼ା ଓ ଗଞ୍ଜାମରୁ 4 ଜଣ ଲେଖାଏଁ, ଭଦ୍ରକ, ଖୋର୍ଦ୍ଧାରୁ 5 ଜଣ ଲେଖାଏଁ ଏବଂ ବରଗଡ଼, ନୂଆପଡ଼ାରୁ 6 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ 255 ଜଣ ସୁସ୍ଥ ହୋଇଥିବା ବେଳେ 1810 ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.