ETV Bharat / city

ମହାନଦୀକୁ ଡେଇଁ ୩ ଜୀବନ ବଞ୍ଚାଇଥିଲେ ମାନସ, ମିଳିଲା 'ନେତାଜୀ ସୁବାଷ ଚନ୍ଦ୍ର ବୋଷ ସାହସୀ ସମ୍ମାନ'

author img

By

Published : Oct 12, 2021, 10:52 AM IST

ରାଜ୍ୟରେ ପ୍ରଥମଥର ପାଇଁ ମାନସ ବେହେରାଙ୍କୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସାହସୀ ସମ୍ମାନରେ ସମ୍ମାନିତ କରାଯାଇ ଏକ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ମହାନଦୀକୁ ଡେଇଁ ୩ଜଣଙ୍କ ଜୀବନ ବଞ୍ଚାଇଥିଲେ ମାନସ, ମଳିଲା  'ନେତାଜୀ ସୁବାଷ ଚନ୍ଦ୍ର ବୋଷ ସାହସୀ ସମ୍ମାନ'

ଭୁବନେଶ୍ବର: ଓଡିଶାରେ ଆରମ୍ଭ ହେଲା 'ନେତାଜୀ ସୁବାଷ ଚନ୍ଦ୍ର ବୋଷ ସାହସୀ ସମ୍ମାନ' । ଦୁର୍ଘଟଣା ସମୟରେ ନିଜ ଜୀବନକୁ ବାଜିରେ ଲଗାଇ ଅନ୍ୟକୁ ସାହାଯ୍ୟ କରିବାର ପ୍ରବଣତାକୁ ବଢାଇବା ଏହାର ଲକ୍ଷ୍ୟ । ରାଜ୍ୟରେ ପ୍ରଥମେ ମାନସ ବେହେରାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇ ଏକ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି ।

ଗତ ସପ୍ତାହରେ ମାନସ ଜୀବନକୁ ବାଜି ଲଗାଇ ମହାନଦୀରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ତିନି ଜଣଙ୍କୁ ଉଦ୍ଧାର କରିଥିଲେ । ଏପରି କାମ କରି ନିଜ ସାହସର ପରିଚୟ ଦେଇଥିଲେ ମାନସ । ନିଜକୁ ବିପଦ ଭିତରକୁ ଠେଲି, ଅନ୍ୟକୁ ମରଣ ମୁହଁରୁ ବଞ୍ଚାଇବାର ପ୍ରୟାସ ଓ ମାନସିକତାକୁ ସମ୍ମାନ ଜଣାଇବାକୁ ଯାଇ ତାଙ୍କୁ "ସୁଭାଷ ଚନ୍ଦ୍ର ବୋଷ ସାହସୀ ସମ୍ମାନ" ପ୍ରଦାନ କରାଯାଇଛି ।

ନିଜ ଜୀବନକୁ ବିପଦରେ ପକାଇ ଅନ୍ୟକୁ ସାହାଯ୍ୟ କରିବାର ପ୍ରବଣତା ବଢ଼ାଇବା ଏ ସମ୍ମାନର ଲକ୍ଷ୍ୟ । ଏ ସମ୍ମାନ ପାଉଥିବା ବ୍ୟକ୍ତି ଏକ ଲକ୍ଷ ଟଙ୍କା ପୁରସ୍କାର ପାଇବେ ବୋଲି ସତ୍ୟ ସୁତାର କହିଛନ୍ତି । ଗତକାଲି ଆରମ୍ଭ ହୋଇଯାଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବିଦାସ, ବରିଷ୍ଠ ସମ୍ବାଦିକ ସନ୍ଦିପ ସହୁ, ପ୍ରଶନ୍ନ ମହାନ୍ତି, ପରମବ୍ରହ୍ମ ତ୍ରିପାଠୀ ଓ ସମାଜ ସେବୀ କଳ୍ପନା ଦାସ ଯୋଗଦେଇଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.