ଭୁବନେଶ୍ବର: ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ (NEET) ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ସେପ୍ଟେମ୍ବର 12 ତାରିଖରେ କୋଭିଡ କଟକଣା ମଧ୍ୟରେ ପରୀକ୍ଷା କରାଯିବ । ତେବେ ଏ ସମ୍ପର୍କରେ ଇଷ୍ଟ ଜୋନର କୋଡିନେଟର ପଲ୍ଲୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ନିଟ ପରୀକ୍ଷାକୁ ଇଷ୍ଟ ଜୋନର କୋଡ଼ିନେଟର ପଲ୍ଲୀ ପଟ୍ଟନାୟକ ସ୍ବାଗତ କରିଛନ୍ତି । ସମସ୍ତ ପ୍ରସ୍ତୁତ ଶେଷ ହୋଇଛି। ତୃତୀୟ ଲହର ହେଲେ ମଧ୍ୟ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଭରସା ଦିଆଯାଇଛି । ପରୀକ୍ଷା ସମୟରେ ସମସ୍ତ କେନ୍ଦ୍ରରେ କୋଭିଡ଼ କଟକଣା ପାଳନ କରାଯିବ। ସାମାଜିକ ଦୂରତା ବଜାଇ ରଖିବା ପାଇଁ ଏଥର ଅଧିକ ପରୀକ୍ଷା କେନ୍ଦ୍ର କରାଯାଇଛି । ଏପରିକି ଗ୍ରାମାଞ୍ଚଳରେ ମଧ୍ୟ ପରୀକ୍ଷା କେନ୍ଦ୍ର ହୋଇଛି । ତେବେ କୌଣସି ଅସୁବିଧା ହେବ ନାହିଁ । ପିଲାମାନେ ନିଦ୍ବନ୍ଦ୍ବରେ ପାଠପଢି ପରୀକ୍ଷା ଦିଅନ୍ତୁ ବୋଲି ସେ କହିଛନ୍ତି ।
ସେପ୍ଟେମ୍ବର 12ରୁ ନିଟ ପରୀକ୍ଷା ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ପରୀକ୍ଷା କରାଯିବ। ସାନିଟାଇଜ ସାମାଜିକ ଦୂରତା ଓ ମାସ୍କ ପିନ୍ଧି ପରୀକ୍ଷା କରାଯିବ। ସବୁ ପରୀକ୍ଷା ବନ୍ଦ କରି ହେବନାହିଁ । ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି କେନ୍ଦ୍ର ସରକାର ନେଇଛନ୍ତି ବୋଲି DMET ସିବି କେ ମହାନ୍ତି କହିଛନ୍ତି ।
ଆସନ୍ତା ସେପ୍ଟେମ୍ବର12 ତାରିଖରେ ନିଟ ପରୀକ୍ଷା ହେବକୁ ଥିବା ବେଳେ ପ୍ରସ୍ତୁତ ରହିଛି କେନ୍ଦ୍ର। ନିଟ ପରୀକ୍ଷା 155ଟି ସହରରେ ହେବାକୁ ଥିବାବେଳେ ଏହାକୁ ଚଳିତ ବର୍ଷ 197 ସହରକୁ ବଢ଼ାଇ ଦିଆଯାଇଛି । ଆଜି(ମଙ୍ଗଳବାର) ସନ୍ଧ୍ୟାଠାରୁ ଆବେଦନ ପକ୍ରିୟା ଆରମ୍ଭ ହେବ । (NTA.NIC.IN) ୱେବସାଇଟକୁ ଯାଇ ଛାତ୍ର ଛାତ୍ରୀମାନେ ଆବେଦନ କରିପାରିବେ ବୋଲି ସୂଚନା ମିଳିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ