ETV Bharat / city

ସେପ୍ଟେମ୍ବର 13ରେ ନିଟ୍ ପରୀକ୍ଷା, ବିଏମସିର ଜୋରଦାର ପ୍ରସ୍ତୁତି

ଆସନ୍ତା ୧୩ ତାରିଖ, ରବିବାର ଭୁବନେଶ୍ବରରେ ଅନୁଷ୍ଠିତ ହେବ ନିଟ୍ ପରୀକ୍ଷା । ବିଏମସି ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପାଖାପାଖି 15 ହଜାର ପିଲାଙ୍କ ମାଗଣା ରହିବା ଓ ଯାତାୟତ ବ୍ୟବସ୍ଥା ହୋଇଛି । ଅଧିକ ପଢନ୍ତୁ...

ସେପ୍ଟେମ୍ବର 13ରେ ନିଟ୍ ପରୀକ୍ଷା, ବିଏମସିର ଜୋରଦାର ପ୍ରସ୍ତୁତି
ସେପ୍ଟେମ୍ବର 13ରେ ନିଟ୍ ପରୀକ୍ଷା, ବିଏମସିର ଜୋରଦାର ପ୍ରସ୍ତୁତି
author img

By

Published : Sep 10, 2020, 7:41 PM IST

ଭୁବନେଶ୍ବର: ଆସନ୍ତା ୧୩ ତାରିଖ, ରବିବାର ଭୁବନେଶ୍ବରରେ ଅନୁଷ୍ଠିତ ହେବ ନିଟ୍ ପରୀକ୍ଷା । ବିଏମସି ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ଯାତାୟତ ଏବଂ ରହିବାର ବ୍ୟବସ୍ଥା କରିଛି ବିଏମସି । ଶନିବାରଠୁ ବସରେ ବସି ନିଜ ରହଣି ସ୍ଥଳରୁ ଆସିବେ ପରୀକ୍ଷାର୍ଥୀ । ପାଖାପାଖି 15 ହଜାର ପିଲାଙ୍କ ମାଗଣା ରହିବା ଓ ଯାତାୟତ ବ୍ୟବସ୍ଥା ହୋଇଛି । ଏଥିପାଇଁ 5ଟି ଇଞ୍ଜିନିୟରିଂ କଲେଜରେ ରହିବା ବ୍ୟବସ୍ଥା ହୋଇଛି । ଏହି ଇଞ୍ଜିନିୟରିଂ କଲେଜ ତାଲିକାରେ ମଦନପୁସ୍ଥିତ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଆଡଭାନ୍ସମେଣ୍ଟ, ଇନଫୋସିଟିସ୍ଥିତ ସିଲିକନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ପୀତାପଲ୍ଲୀସ୍ଥିତ ମହାବୀର ଇଞ୍ଜିନିୟରିଂ କଲେଜ, ମଞ୍ଚେଶ୍ବରସ୍ଥିତ ଚିପେଟ ଏବଂ ଯାଆଁଳସ୍ଥିତ ସିଭି ରମଣ ଗ୍ଲୋବାଲ ୟୁନିର୍ଭସିଟି ରହିଛି ।

ସେପ୍ଟେମ୍ବର 13ରେ ନିଟ୍ ପରୀକ୍ଷା, ବିଏମସିର ଜୋରଦାର ପ୍ରସ୍ତୁତି

ରବିବାର ଅପରାହ୍ନ 2ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ସେହିପରି ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ସାଢେ 12ଟାରୁ ପ୍ରବେଶ କରିବେ । ପରୀକ୍ଷା ପୂର୍ବରୁ ସମସ୍ତ ସେଣ୍ଟର ଗୁଡିକ ସାନିଟାଇଜ କରାଯିବ । ସେଠାରେ ଏକ ଡାକ୍ତରୀ ଟିମ ନିୟୋଜିତ ରହିବେ ।

ଭୁବନେଶ୍ବରର 30ଟି ପରୀକ୍ଷା କେନ୍ଦ୍ରରେ ପାଖାପାଖି 15ରୁ 16 ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । 1300 ପରୀକ୍ଷାର୍ଥୀ ସରକାରୀ ସୁବିଧା ପାଇଁ ପଞ୍ଜୀକରଣ କରିଛନ୍ତି । ପରୀକ୍ଷା କେନ୍ଦ୍ର ବାହାରେ ମାଇକ ଦ୍ବାରା ଗହଳି ନ କରିବାକୁ ନିବେଦନ କରାଯିବ । ବିଏମସି 3ଟି ଜୋନର ଜୋନାଲ ଡେପ୍ୟୁଟି କମିଶନର ଓ ସ୍ଥାନୀୟ ପୋଲିସ ପକ୍ଷରୁ ଗହଳି ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଛି । ଜେଇଇ ପରୀକ୍ଷାର୍ଥୀଙ୍କ ପରି ନିଟ୍ ପରୀକ୍ଷାର୍ଥୀଙ୍କ ବି ଥର୍ମାଲ ସ୍କ୍ରିନିଂ ହେବ । ତେବେ ଏଯାବତ୍ କୌଣସି ପରୀକ୍ଷାର୍ଥୀଙ୍କ କୋଭିଡ ଲକ୍ଷଣ ଦେଖାଯାଇନଥିବା ବିଏମସି କମିଶନର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.