ETV Bharat / city

ପ୍ରକାଶ ପାଇଲା NEET ରେଜଲ୍ଟ: ଟପ୍ପର ହୋଇ ଇତିହାସ ରଚିଲେ ଓଡିଆ ପୁଅ

author img

By

Published : Oct 16, 2020, 7:09 PM IST

Updated : Oct 17, 2020, 6:02 AM IST

ପ୍ରକାଶ ପାଇଛି ସର୍ବଭାରତୀୟ NEET ପ୍ରବେଶିକା ପରୀକ୍ଷା ଫଳ । ରାଉରକେଲାର ସୋଏବ ଅଫତାବ ହୋଇଛନ୍ତି ସର୍ବଭାରତୀୟ ଟପ୍ପର । ଅଧିକ ପଢନ୍ତୁ...

ପ୍ରକାଶ ପାଇଲା NEET ରେଜଲ୍ଟ, ଟପ୍ପର ହେଲେ ଓଡିଆ ପୁଅ

ଭୁବନେଶ୍ବର: ପ୍ରକାଶ ପାଇଛି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (NEET) ଫଳ । ଚଳିତ ଥର ନିଟ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଓଡିଆ ପୁଅ ସୋଏବ ଅଫତାବ । ସେ ଶତ ପ୍ରତିଶତ ମାର୍କ ରଖି ଇତିହାସ ରଚିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟ

ସୋଏବ ନିଟ ପରୀକ୍ଷାରେ ସର୍ବୋମୋଟ 720 ରୁ 720 ନମ୍ବର ରଖି ସମସ୍ତ ରେକର୍ଡକୁ ଭାଙ୍ଗିଛନ୍ତି । ଶତପ୍ରତିଶତ ନମ୍ବର ରଖିବାରେ ଦେଶରେ ପ୍ରଥମ ଛାତ୍ର ହୋଇଛନ୍ତି ସୋଏବ । ଏହାସହ ଓଡିଶାରୁ ପ୍ରଥମ ଟପ୍ପର ହୋଇ ସେ ଇତିହାସ ରଚିଛନ୍ତି ।

ରାଉରକେଲାର ଆଜାଦ ବସ୍ତିରେ ସୋଏବ ଅଫତାବଙ୍କ ଘର । ସେ ରାଜସ୍ଥାନର କୋଟାରେ ରହି ମେଡିକାଲ କୋଚିଂ ନେଉଥିଲେ । କିଛି ଦିନ ତଳେ ଲୋକସଭାର ବାଚସ୍ପତି ସୋଏବଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ । ନିଟ ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ହାସଲ କରିଥିବା ସୋଏବଙ୍କ ପରିବାର ନିଜ ପୁଅର ସଫଳତାକୁ ନେଇ ବେଶ ଗର୍ବ ଅନୁଭବ କରୁଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ

କେବଳ ପରିବାର ନୁହେଁ ସୋଏବଙ୍କ ଏହି ସଫଳତାକୁ ନେଇ ବିଭିନ୍ନ ମଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋଏବଙ୍କ ଏହି ସଫଳତାକୁ ନେଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେହିପରି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଟ୍ବିଟ କରି ସୋଏବଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ଦେଶ ତାଙ୍କ ଉପରେ ଗର୍ବ କରୁଥିବା ବୈଜୟନ୍ତ ଲେଖିଥିବା ବେଳେ ସୋଏବଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ।

ବୈଜୟନ୍ତ ପଣ୍ଡାଙ୍କ ଟ୍ବିଟ
ବୈଜୟନ୍ତ ପଣ୍ଡାଙ୍କ ଟ୍ବିଟ

ପୂର୍ବରୁ ସୋଏବଙ୍କ ବାପା ଜଣେ ଚା' ବ୍ୟବସାୟ କରୁଥିବା ବେଳେ ଏଥିରେ କ୍ଷତି ହେବାରୁ ସେ ଅନ୍ୟ ବ୍ୟବସାୟ କରିଥିଲେ । ପୁଅକୁ ବଡ କୋଚିଂ ସେଣ୍ଟରରେ ପଢାଇବାକୁ ପରିବାର ପାଖରେ ନଥିଲା ଏତେଟା ସମ୍ବଳ । ତେବେ ସୋଏବ ଓ ତାଙ୍କ ମା' କୋଟା ଚାଲିଆସିଥିଲେ । ଏଠାରେ ରହି ମେଡିକାଲ ପାଇଁ କୋଚିଂ ନେଉଥିଲେ ସୋଏବ ।

ଦିନକୁ 13ରୁ 14 ଘଣ୍ଟା ପାଠ ପଢୁଥିବା କହିଛନ୍ତି ସୋଏବ । ସେ ସିବିଏସଇ ଛାତ୍ର ଥିବା ବେଳେ ଯୁକ୍ତ 2 ପରୀକ୍ଷାରେ 96 ପ୍ରତିଶତ ମାର୍କ ରଖିଥିଲେ । ତେବେ ଏହି ସଫଳତାକୁ ନେଇ ସୋଏବ ନିଜ ମା ଓ ପରିବାରକୁ ଶ୍ରେୟ ଦେଇଥିବା ବେଳେ ମେଡିକାଲ ପାଠ ପଢିବା ପାଇଁ ନୂଆଦିଲ୍ଲୀର ଏମ୍ସ କଲେଜରେ ଆଡମିଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ମହାମାରୀ କୋରୋନା ସଂକଟ ମଧ୍ୟରେ 13 ସେପ୍ଟେମ୍ବରରେ ଜାତୀୟ ପରୀକ୍ଷା ଏଜେନ୍ସି ଏନଟିଏ ପକ୍ଷରୁ NEET 2020 ପରୀକ୍ଷା କରାଯାଇଥିଲା । 26 ସେପ୍ଟେମ୍ବରରେ NEET UG ଉତ୍ତର ଖାତା ପ୍ରକାଶ ପାଇଥିଲା । କୋରୋନା ସଙ୍କଟ ମଧ୍ୟରେ ଏହି ପରୀକ୍ଷା କରାଯାଇଥିଲା | ଏଭଳି ପରିସ୍ଥିତିରେ ବିଭିନ୍ନ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ବର୍ଷ ମାଗଣା ପରିବହନ ଏବଂ ରହିବା ପାଇଁ ଘରର ବ୍ୟବସ୍ଥା ମଧ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 17, 2020, 6:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.