ETV Bharat / city

ଆସନ୍ତା 8ରେ ନବୀନଙ୍କୁ ଭେଟିବେ ଦ୍ରୌପଦୀ !

author img

By

Published : Jul 4, 2022, 5:06 PM IST

ଜୁଲାଇ ୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସମର୍ଥନ ଲୋଡିବେ ଦ୍ରୌପଦୀ । ନବୀନ ନିବାସରେ ଏହି ଭେଟଘାଟ ହେବ । ସେହିପରି ୟୁପିଏ ପ୍ରାର୍ଥୀ ଯୋଶବନ୍ତ ସିହ୍ନା ଓଡ଼ିଶା ଆସିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

ଆସନ୍ତା ୮ରେ ନବୀନଙ୍କୁ ଭେଟିବେ ଦ୍ରୌପଦୀ
ଆସନ୍ତା ୮ରେ ନବୀନଙ୍କୁ ଭେଟିବେ ଦ୍ରୌପଦୀ

ଭୁବନେଶ୍ବର: ଜୁଲାଇ ୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସମର୍ଥନ ଲୋଡିବେ ଦ୍ରୌପଦୀ । ନବୀନ ନିବାସରେ ଏହି ଭେଟଘାଟ ହେବ । ସେହିପରି ୟୁପିଏ ପ୍ରାର୍ଥୀ ଯୋଶବନ୍ତ ସିହ୍ନା ଓଡ଼ିଶା ଆସିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ପ୍ରଚାର ଲାଗି ଓଡିଶା ଆସୁଥିବା ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତା ୮ ତାରିଖରୁ ଦୁଇ ଦିନିଆ ଓଡିଶା ଗସ୍ତ ନେଇ ଚୂଡାନ୍ତ ହୋଇଛି । ଦ୍ରୌପଦୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପୂର୍ବରୁ ବିଜେଡି ଦ୍ରୌପଦୀଙ୍କୁ ନିର୍ବାଚନରେ ସମର୍ଥନ ଘୋଷଣା କରିଛି । ଏଥିପାଇଁ ସେ ନବୀନଙ୍କୁ ସୌଜନ୍ୟମୂଳକ ଭାବେ ଭେଟି ଧନ୍ୟବାଦ ଜଣାଇବେ ।

ଏହାସହ ଦ୍ରୌପଦୀ ରାଜ୍ୟର ଅନ୍ୟ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଭେଟିବା ନେଇ ଚର୍ଚ୍ଚା ହେଉଛି । ଦ୍ରୌପଦୀ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ସହିତ ଭେଟି ସମର୍ଥନ ଲୋଡି ପାରନ୍ତି । ସେହିପରି ୟୁପିଏ ପ୍ରାର୍ଥୀ ଯଶବନ୍ତ ସିହ୍ନା ଓଡ଼ିଶା ଆସିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ହେଲେ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.