ETV Bharat / city

CYCLONE JAWAD ମୁକାବିଲା ନେଇ NCMCର ବୈଠକ: ପ୍ରଭାବିତ ରାଜ୍ୟକୁ ସହଯୋଗ କରିବ କେନ୍ଦ୍ରୀୟ ସଂସ୍ଥା

ସମ୍ଭାବ୍ୟ ବାତ୍ୟା ଜଓ୍ବାଦ (Cyclone Jawad) ମୁକାବିଲା ନେଇ ବସିଲା NCMC ବୈଠକ । ବାତ୍ୟା ସମୟରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା । ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ସମସ୍ତ କେନ୍ଦ୍ରୀୟ ଏଜେନ୍ସି ପ୍ରସ୍ତୁତ । ଅଧିକ ପଢନ୍ତୁ

author img

By

Published : Dec 2, 2021, 9:02 AM IST

CYCLONE JAWAD ମୁକାବିଲା ନେଇ NCMCର ବୈଠକ
CYCLONE JAWAD ମୁକାବିଲା ନେଇ NCMCର ବୈଠକ

ଭୁବନେଶ୍ବର: ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା ଜଓ୍ବାଦ (Cyclone Jawad) । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଡିସେମ୍ବର ୩ରେ ସାମୁଦ୍ରିକ ଝଡ଼ର ରୂପ ନେବ । ତେବେ ବାତ୍ୟା ମୁକାବିଲା ନେଇ ଗତକାଲି କେନ୍ଦ୍ର ମନ୍ତ୍ରଣାଳୟ (Union Ministry) ପକ୍ଷରୁ ରାଜ୍ୟ ସରକାରମାନଙ୍କ ପ୍ରସ୍ତୁତି ସମୀକ୍ଷା ନିମନ୍ତେ କ୍ୟାବିନେଟ ସଚିବ ରାଜୀବ ଗୌବା (Cabinet Secretary Rajeev Gauba)ଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (NCMC)ର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହର ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦିଆଯାଇଥିଲା । ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଯୋଗୁ ପ୍ରଭାବିତ ହେବାକୁ ଥିବା କ୍ଷେତ୍ରରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ତେବେ ବାତ୍ୟା ପ୍ରଭାବରୁ ଭିତ୍ତିଭୂମିଜନିତ କ୍ଷତିକୁ ସର୍ବନିମ୍ନ ସ୍ତରକୁ ହ୍ରାସ କରିବା ଲାଗି ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ସୂଚନା ଦିଆଯାଇଥିଲା ।

ଏହିସବୁ ରାଜ୍ୟରେ NDRFର ୩୨ଟି ଦଳକୁ ନିୟୋଜିତ କରାଯାଇଛି । ଅତିରିକ୍ତ ଦଳକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସ୍ଥଳସେନା ଓ ନୌସେନାର ରିଲିଫ ଓ ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯିବା ସହିତ ଜାହାଜ ଓ ବିମାନଗୁଡ଼ିକୁ ଆବଶ୍ୟକତା କ୍ଷେତ୍ରରେ ମୁତୟନ ପାଇଁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏଜେନ୍ସିଗୁଡ଼ିକର ମୁକାବିଲା ପ୍ରସ୍ତୁତି ପଦକ୍ଷେପ ସମୀକ୍ଷା କରି କ୍ୟାବିନେଟ ସଚିବ ରାଜୀବ ଗୌବା ଜୋର ଦେଇ କହିଥିଲେ ଯେ ବାତ୍ୟା ସ୍ଥଳଭାଗରେ ପହଞ୍ଚିବା ପୂର୍ବରୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ଏଜେନ୍ସିମାନେ ସମସ୍ତ ସତର୍କତା ଏବଂ ପ୍ରଶମନ ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ଯାହାଫଳରେ ଜୀବନ ହାନିକୁ ରୋକିବା ଏବଂ ସମ୍ପତ୍ତି, ଭିତ୍ତିଭୂମି ଓ ଫସଲ କ୍ଷତି ହ୍ରାସ କରିବା ସମ୍ଭବ ହେବ । କ୍ୟାବିନେଟ ସଚିବ ମଧ୍ୟ କହିଛନ୍ତି ଯେ, ସମସ୍ତ ମତ୍ସ୍ୟଜୀବୀ ଏବଂ ଡଙ୍ଗା ତୁରନ୍ତ ଉପକୂଳକୁ ଫେରାଇ ଆଣିବା ଏବଂ ବାତ୍ୟା ପ୍ରଭାବିତ କ୍ଷେତ୍ରରୁ ଲୋକମାନଙ୍କୁ ଆଗୁଆ ଉଦ୍ଧାର କରିବାକୁ ସମସ୍ତ ପ୍ରୟାସ ସୁନିଶ୍ଚିତ କରିବା ଲାଗି ରାଜ୍ୟ ସରକାର ସମସ୍ତ ପ୍ରୟାସ କରିବା ଉଚିତ୍ । ରାଜ୍ୟ ସରକାରଙ୍କୁ ସହଯୋଗ ଲାଗି ସମସ୍ତ କେନ୍ଦ୍ରୀୟ ଏଜେନ୍ସି ସହାୟତା ପାଇଁ ପ୍ରସ୍ତୁତ ଏବଂ ଉପଲବ୍ଧ ରହିଛନ୍ତି ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ , ବନ୍ଦର ଜାହାଜ ଚଳାଚଳ ଏବଂ ଜଳମାର୍ଗ, ମତ୍ସ୍ୟ ବିଭାଗ, ଟେଲିଯୋଗାଯୋଗ ବିଭାଗ, ଶକ୍ତି ମନ୍ତ୍ରଣାଳୟ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସମେତ, NSRF ଡିଜି, IMD ଡିଜି, CISC , IDS ଓ NDMAର ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।

ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ସମିତି (NCMC)କୁ ବିସ୍ତୃତ ସୂଚନା ଦେଇଛନ୍ତି । ଡିସେମ୍ବର ୪ ସକାଳେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଦେଇ ଏହା ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ପ୍ରଭାବିତ ରାଜ୍ୟଗୁଡ଼ିକର ଉପକୂଳବର୍ତ୍ତୀ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ରହିବା ସହିତ ପ୍ରବଳ ବର୍ଷା ଓ ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ରହିଛି । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ବିଶାଖାପାଟଣା ଓ ବିଜୟନଗରମ ଜିଲ୍ଲା ସହିତ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ସାମ୍ଭାବ୍ୟ ବାତ୍ୟା ଅଧିକ ପ୍ରଭାବିତ କରିବ । ଏହାର ପ୍ରଭାବରେ ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟାକା କ୍ଷେତ୍ରରେ ଥିବା ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସୂଚନା ମିଳିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.