ETV Bharat / city

କମିଶନରେଟ ପୋଲିସକୁ ବଡ ସଫଳତା; 46ଟି ବାଇକ ଜବତ, 5 ଗିରଫ

ବଡ ଲୁଟେରା ଗ୍ୟାଙ୍ଗଙ୍କୁ ଧରିବାକୁ ସକ୍ଷମ ହୋଇଛି ନୟାପଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

Nayapalli police arrest 5 byke lootera gang memer, recovered 46 byke
କମିଶନରେଟ ପୋଲିସକୁ ସଫଳତା, 46ଟି ବାଇକ ଜବତ 5 ଗିରଫ
author img

By

Published : Dec 3, 2020, 8:20 PM IST

ଭୁବନେଶ୍ୱର: କମିଶନରେଟ ପୋଲିସକୁ ବଡ ସଫଳତା । ବାଇକ ଜବତ ସହ ବନ୍ଧାହେଲେ ଦୁଇଟି ବାଇକ ଲୁଟେରା ଗ୍ୟାଙ୍ଗ୍ । ଏହି ବଡ ଲୁଟେରା ଗ୍ୟାଙ୍ଗଙ୍କୁ ଧରିବାକୁ ସକ୍ଷମ ହୋଇଛି ନୟାପଲ୍ଲୀ ପୋଲିସ । ଯାହା ରାଜଧାନୀର ବିଭିନ୍ନ ସ୍ଥାନରୁ ବାଇକ ଚୋରି କରି ସେହି ବାଇକରେ ଛିନତାଇ କରିଥାନ୍ତି । ସେମାନଙ୍କ ଠାରୁ ମୋଟ 46 ଟି ବାଇକ ଓ 7 ଟି ମୋବାଇଲ ଫୋନ ଜବତ କରିବା ସହ 5 ଜଣଙ୍କୁ ଗିରଫ କରିଛି ପୋଲିସ ।

କମିଶନରେଟ ପୋଲିସକୁ ବଡ ସଫଳତା, 46ଟି ବାଇକ ଜବତ 5 ଗିରଫ

ସହିଦ ନଗର ମଞ୍ଚେଶ୍ୱର ଓ ନୟାପଲ୍ଲୀ ଅଞ୍ଚଳରୁ ବିଭିନ୍ନ ସମୟରେ ରାସ୍ତା ଉପରେ ଥିବା ବାଇକ ଓ ଘର ସାମ୍ନାରେ ଥିବା ବାଇକକୁ ଟାର୍ଗେଟ କରିଥାନ୍ତି ଏହି ଗ୍ୟାଙ୍ଗ୍ । ଲୁଟ ବାଇକ ସବୁ ଖୋର୍ଦ୍ଧାର ଜଙ୍କିଆ ଅଞ୍ଚଳରେ ବିକ୍ରି କରୁଥିଲେ । ଏହି ଚୋରି ବାଇକ ବ୍ୟବହାର କରି ରାଜପଥରେ ଛିନତାଇ ମଧ୍ୟ କରୁଥିଲେ ।

ଯାହାକୁ ନେଇ କମିଶନରେଟ ପୋଲିସ ଏମାନଙ୍କ ଗତିବିଧି ଉପରେ କଡା ନଜର ରଖିଆସୁଥିଲ । ଫଳରେ 46 ଟି ବାଇକ ଓ 7 ଟି ମୋବାଇଲ ଫୋନ ଆଦି ଜବତ କରିବା ସହ ଦୁଇଟି ଗ୍ୟାଙ୍ଗର 5 ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ ।
ପରେ ବାଇକ ମାଲିକମାନେ ଥାନାକୁ ଆସି ନିଜର ଗାଡି ନେଇଛନ୍ତି । ଥାନା ଆଇଆଇସି ଓ ଏସିପି ଉପସ୍ଥିତ ରହି ଅସଲି ମାଲିକ ମାନଙ୍କୁ ଗାଡି ଚାବିଦେଇଥିଲେ । ଗାଡି ଫେରିପାଇବା ପରେ ମାଲିକ ମାନେ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.