ETV Bharat / city

ନୟାପଲ୍ଲୀ ଲୁଟ ଏବଂ ହତ୍ଯା ଘଟଣାର ପର୍ଦ୍ଦାଫାଶ, ପୋଲିସ ହାତରେ 2 ହାର୍ଡକୋର - ନୟାପଲ୍ଲୀ ଲୁଟ ଏବଂ ହତ୍ଯା ଘଟଣାର ପର୍ଦ୍ଧାଫାସ

ନୟାପଲ୍ଲୀ ଲୁଟ ଏବଂ ହତ୍ଯା ଘଟଣାର ପର୍ଦ୍ଦାଫାସ, ପୋଲିସ ହାତରେ 2 ହାର୍ଡକୋର

author img

By

Published : Jan 9, 2021, 11:42 AM IST

Updated : Jan 9, 2021, 3:54 PM IST

11:31 January 09

ନୟାପଲ୍ଲୀ ଲୁଟ ଏବଂ ହତ୍ଯା ଘଟଣାର ପର୍ଦ୍ଦାଫାଶ, ପୋଲିସ ହାତରେ 2 ହାର୍ଡକୋର

ଭୁବନେଶ୍ବର: ଜେଲରେ ଶୁଣାଉଥିଲା ଗପ। ଆଉ ଗପ ଭିତରେ କହିଦେଲା ସତ। ଏହି ଗପରୁ ମିଳିଛି ହତ୍ଯାକାରିର ସୁରାକ। ଏମିତି କିଛି ଢଙ୍ଗରେ ନୟାପଲ୍ଲୀ ତୁଳଶୀ ମିଶ୍ରଙ୍କ ହତ୍ୟାକାଣ୍ଡର ହତ୍ୟାକାରୀଙ୍କ ପାଖରେ ପହଁଞ୍ଚିଛି କମିଶନରେଟ ପୋଲିସ। ଜେଲରେ ଥିବା ଅଭିଯୁକ୍ତ ଶେଷରେ ହତ୍ଯା ମାମଲାର ସବୁ ସତ କଥା ମାନିବା ସହ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ନାରାୟଣ ମହାନ୍ତି ,ସାଗର ପ୍ରଧାନ। ପୂର୍ବରୁ ମାଷ୍ଟର ମାଇଣ୍ଡ ଗିରଫ ହୋଇଥିଲା ବେଳେ ଆଉ ଏକ କେସରେ ଯାହାର ସୁରାକ ପାଇପାରିନଥିଲା ପୋଲିସ।  

ମାମୁଁ ଭଣଜା ମିଶି କରିଥିଲେ ଲୁଟ ଓ ପରେ ଆକ୍ରମଣ ଯାହାର ପରିମାଣ ସୁରୁପ ବୃଦ୍ଧାଙ୍କ ହୋଇଥିଲା ମୃତ୍ଯୁ। ଯାହାକୁ ନେଇ ଅଭିଯୁକ୍ତ ନାରାୟଣ ମହାନ୍ତିଙ୍କୁ ରିମାଣ୍ଡରେ ନେଇଛି କମିସନରେଟ ପୋଲିସ।

ଜୁଲାଇ ୨୭, ୨୦୨୦ ନୟାପଲ୍ଲୀ ଏନ ୪ରୁ ସକାଳ ୯ଟା ସମୟରେ ତୁଳଶୀ ମିଶ୍ରଙ୍କ ୨ ମହଲା ଘରେ ପଶି କିଛି ଦୁର୍ବୃତ୍ତ ସହଯୋଗ କରିବା ଆଳରେ ଛୁରୀରେ ଆକ୍ରମଣ କରିଥିଲେ। ଏହାସହ ୭୦ ବର୍ଷିୟ ବୃଦ୍ଧାଙ୍କ ଠୁ ସୁନା ଚେନ ଲୁଟ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ସେତେବଳେ ଏହି ଘଟଣା ଚର୍ଚ୍ଚାକୁ ଆସିଥିଲା ଜଣେ ବୃଦ୍ଧାଙ୍କୁ ଲୁଟ ପରେ ଆକ୍ରମଣ ଯୋଗୁ ବୃଦ୍ଧାଙ୍କ ପରେ କୋଭିଡ ହସପିଟାଲରେ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଁଞ୍ଚି ୟୁଭି ସ୍କାନରରେ ଫିଙ୍ଗରପ୍ରିଣ୍ଟ ସହ ଅନ୍ୟ ପ୍ରମାଣ ସଂଗ୍ରହ କରିଛି।  ସବୁ କେସକୁ ଦେଖିଲେ ସକାଳ ସମୟରେ ଏମାନେ ବିଶେଷ କରି ସକ୍ରିୟ ହୋଇଥିଲେ। ଯାହାକୁ ଟ୍ରାକ କରିବାକୁ ନୁତନ ଡିସିପି ଏକ ସ୍ବତନ୍ତ୍ର ଭାବେ ନିର୍ଦ୍ଦେଶ ପରେ ଘଟଣାର ପର୍ଦ୍ଦାଫାସ ପାଇ ପୋଲିସ ତଦନ୍ତକୁ ଜୋରଦାର କରିଛି।

ତେବେ ଲୁଟ କରି ନେଇଥିବା ସମସ୍ତ ଚୋରି ଜିନିଷକୁ ଅଭିଯୁକ୍ତ କେତେବେଳେ ନିଜ ପ୍ରେମିକା ତ କେତେବେଳେ ନିଜର କିଛି ସମ୍ପର୍କିୟଙ୍କୁ ଗିଫ୍ଟ ଦେଉଥିଲା। ଏପରିକି ବାଇକର ରୁଚି ରଖୁଥିବା ଅଭିଯୁକ୍ତ ନିଜର ବାଇକ ଚାଳନା ପାଇଁ ନିଜ ସହ ନିଜ ଭଣଜା ସାଗରକୁ ନିଜ ଗ୍ଯାଙ୍ଗରେ କରିଥିଲା ସାମିଲ। ତେବେ ଏହି ଘଟଣାରେ ଜଣେ ଲେଡିର ଭୂମିକା ନେଇ ସନ୍ଦେହ ହେଉଥିବାରୁ ନାରାୟଣର ପ୍ରେମିକାକୁ ନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ। 

ଭୁବନେଶ୍ବର ତାପସ ପରିଡା, ଇଟିଭି ଭାରତ

Last Updated : Jan 9, 2021, 3:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.