ETV Bharat / city

ବୋମା ପକେଇ ଫେରାର ଥିଲା, ବର୍ଷେ ପରେ ବାନ୍ଧିଲା ପୋଲିସ - ମୁଖ୍ୟ ଅଭିଯୁକ୍ତକୁ ଗିରଫ

ବହୁଚର୍ଚ୍ଚିତ ଭୁବନେଶ୍ବର ଗରୁଡପଡିଆ ରିଙ୍କୁ ସ୍ବାଇଁ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ଗତବର୍ଷ ୨୦୧୯, ମେ' ୨୯ରେ ନୟାପଲ୍ଲୀ ଗରୁଡପଡିଆ ଠାରେ ବୋମାମାଡ ଘଟଣାରେ ଗିରଫ ହେଲେ ହତ୍ୟାକାରୀ ।

ବୋମା ପକେଇ ଫେରାର ଥିଲେ, ବର୍ଷେ ପରେ ବାନ୍ଧିଲା ପୋଲିସ
ମୁଖ୍ୟ ଅଭିଯୁକ୍ତକୁ ଗିରଫ
author img

By

Published : Aug 24, 2020, 2:17 PM IST

Updated : Aug 24, 2020, 5:05 PM IST

ଭୁବନେଶ୍ବର: ବହୁଚର୍ଚ୍ଚିତ ଭୁବନେଶ୍ବର ଗରୁଡପଡିଆ ରିଙ୍କୁ ସ୍ବାଇଁ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ଗତବର୍ଷ ୨୦୧୯, ମେ' ୨୯ରେ ନୟାପଲ୍ଲୀ ଗରୁଡପଡିଆ ଠାରେ ବୋମାମାଡ ଘଟଣାରେ ଗିରଫ ହେଲେ ହତ୍ୟାକାରୀ । ମୁଖ୍ୟ ଅଭିଯୁକ୍ତ ଶୋଭରାଜ ମହାରଣା ଓରଫ ଶିକନକୁ ବରୁଣେଇ ପାହାଡ଼ରୁ ଗିରଫ କରାଯାଇଛି ।

ବୋମା ପକେଇ ଫେରାର ଥିଲେ,ବର୍ଷେ ପରେ ଗିରଫ ହେଲେ

ଏହାସହ ଏହି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶିକନ ସମେତ ୫ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି କମିସନରେଟ ପୋଲିସ । କ୍ଲବ ଗଣ୍ଡଗୋଳକୁ କେନ୍ଦ୍ର କରି ଗରୁଡପଡିଆ ଠାରେ ମିଳିମିଶି ହତ୍ୟା କରିଥିଲେ ଅଭିଯୁକ୍ତ । ଅନ୍ୟ ଅଭିଯୁକ୍ତମାନେ ହେଲେ ଗଞ୍ଜାମର ବଳରାମ ବାରିକ, ଗଣେଶ ବେହେରା, ବାଲେଶ୍ବରର ଅଚ୍ୟୁତାନନ୍ଦ ଦାସ ଏବଂ କଟକର ସୌମ୍ୟରଞ୍ଜନ ମହାପାତ୍ର ।

swain-murder-case
ଅଭିଯୁକ୍ତଙ୍କ ଠାରୁ ବାଇକ ଜବତ

ତେବେ ସୂଚନା ମୁତାବକ, ୨୦୧୯ ମସିହା ମେ' ୨୯ରେ ବାଣୀବିହାର ସ୍ଥିତ ନିଜର ଜଣେ ସାଙ୍ଗ ବାହାଘରେ ସମସ୍ତେ ଯୋଗ ଦେଇଥିଲେ । ସେଠାରେ ପୂର୍ବରୁ ସୁନାମି କ୍ଲବକୁ ନେଇ ଗଣ୍ଡଗୋଳକୁ କେନ୍ଦ୍ର କରି ଶୋଭରାଜ ଓ ରିକୁ ସ୍ବାଇଁ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

swain-murder-case
ଅଭିଯୁକ୍ତଙ୍କ ଠାରୁ ଏୟାରଗନ ଜବତ

ପରେ ସମସ୍ତେ ବାହାଘରରୁ ଫେରିଥିଲେ । ହେଲେ ରିକୁ ସ୍ବାଇଁ ଫେରୁଥିବା ବେଳେ ପୁର୍ବରୁ ଯୋଜନା ମୁତାବକ, ଶୋଭରାଜ ସହ ଅନ୍ୟ ସହଯୋଗୀ ଗଉଡପଡିଆ ନିକଟରେ ରିଙ୍କୁ ଉପରକୁ ବୋମାମାଡ କରି ଫେରାର ହୋଇଯାଇଥିଲେ ।

ପରେ ଗୁରୁତର ଅବସ୍ଥାରେ ରିଙ୍କୁକୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ତାର ମୃତ୍ୟୁ ହୋଇଯାଇଥିଲା । ତେବେ ଏନେଇ ସେତେବଳେ ଏହି ମାମଲାରେ ସନାତନ ରେଡ୍ଡୀ ଓ ବିକ୍ରମ ରେଡ୍ଡୀକୁ ଗିରଫ କରିଥିଲା ପୋଲିସ । ହେଲେ ଏହି ଘଟଣାରେ ଜଡିତ ଥିବା ଅନ୍ୟ 5 ଜଣ ଫେରାର ଥିଲେ ।

ତେବେ ହତ୍ୟା ପରେ ମାଡ୍ରାସ, ଚେନ୍ନାଇ ଓ କଲିକତା ଫେରାର ପରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶିକନକୁ ବରୁଣେଇ ପାହାଡ଼ ନିକଟରେ ଏକ ଶ୍ରମିକ ଭାବେ କାମ କରୁଥିବାର ଖବର ପାଇଥିଲା ପୋଲିସ । ପରେ ଏନେଇ ତାକୁ ଗିରଫ ପରେ କୋରୋନା ସମୟରେ ଘରକୁ ଫେରିଥିବା ସମସ୍ତ ଅଭିଯୁକ୍ତ ସାଲିଆସାହି ଓ ବେହେରା ସାହିରୁ ଗିରଫ କରିଛି କମିସନରେଟ ପୋଲିସ ।

ତେବେ ନୂତନ ଡିସିପି ଯୋଗଦେବା ପରେ ପୁରୁଣା କେସକୁ ରିଓପନ କରି କ୍ଲୋଜ କରିବାକୁ ଟାର୍ଗେଟ ଦେବାପରେ ପୋଲିସ ଏହି କେସର ବାକି ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ଏକ ଏୟାର ଗନ ଓ ବାଇକ ଜବତ କରାଯାଇଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Aug 24, 2020, 5:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.