ETV Bharat / city

ସିଆରପି ହତ୍ଯାକାଣ୍ଡ: ଅଭିଯୁକ୍ତଙ୍କ ସମେତ 7 ଜଣ କୋର୍ଟଚାଲାଣ - ସିଆରପି ହତ୍ଯାକାଣ୍ଡ ନ୍ୟୁଜ

ସିଆରପି ଭିଆଇପି କଲୋନୀ ହତ୍ୟାକାଣ୍ଡ ଅଭିଯୁକ୍ତ ହେଲେ କୋର୍ଟ ଚାଲାଣ। ଟୁକୁନା ଦାସ ଓରଫ ଜଟିଆ ହତ୍ୟାକାଣ୍ଡ ମାମଲାରେ ଗିରଫ ଦୁଇ ଭାଇ ସାଗର ପୃଷ୍ଟି ଓ ସୁଧୀର ପୃଷ୍ଟିକୁ କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ। ଉଭୟଙ୍କୁ ହତ୍ୟା ମାମଲାରେ କୋର୍ଟ ଚାଲାଣ କରାଯାଇଛି। ଅଧିକ ପଢନ୍ତୁ...

ଅଭିଯୁକ୍ତଙ୍କ ସମେତ 7 ଜଣଙ୍କ କୋର୍ଟ ଚାଲାଣ
ଅଭିଯୁକ୍ତଙ୍କ ସମେତ 7 ଜଣଙ୍କ କୋର୍ଟ ଚାଲାଣ
author img

By

Published : Mar 7, 2021, 7:44 PM IST

ଭୁବନେଶ୍ବର: ସିଆରପି ଭିଆପି କଲୋନୀ ହତ୍ୟାକାଣ୍ଡ ଅଭିଯୁକ୍ତ ହେଲେ କୋର୍ଟ ଚାଲାଣ। ଟୁକୁନା ଦାସ ଓରଫ ଜଟିଆ ହତ୍ୟାକାଣ୍ଡ ମାମଲାରେ ଗିରଫ ଦୁଇ ଭାଇ ସାଗର ପୃଷ୍ଟି ଓ ସୁଧୀର ପୃଷ୍ଟିକୁ କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ। ଉଭୟଙ୍କୁ ହତ୍ୟା ମାମଲାରେ କୋର୍ଟ ଚାଲାଣ କରାଯାଇଛି।

ଅଭିଯୁକ୍ତଙ୍କ ସମେତ 7 ଜଣଙ୍କ କୋର୍ଟ ଚାଲାଣ

ଭୁବନେଶ୍ବର ଡିସିପି କହିଛନ୍ତି ଯେ, ଟୁକୁନା ସହ ସୁଧୀର ଓ ସାଗରର ଗଣ୍ଡଗୋଳ ହୋଇଥିଲା। ସାଗର ଓ ସୁଧିର ଟୁକୁନାକୁ ଥାନାକୁ ଆଣିବା ପାଇଁ ଏପରି ପିକଅପ୍ ଭ୍ୟାନରେ ଆସୁଥିଲେ। ଟୁକୁନା ସନ୍ଦେହ କରିବ ଭାବି ଭିଆଇପି କଲୋନି ଦେଇ ଆଣୁଥିଲେ। ତେଣୁ ହଠାତ୍ ଟୁକୁନା ନିଜ ପାଖରେ ରଖୁଥିବା ଛୁରିରେ ଖସିବା ପାଇଁ ଉଭୟ ଭାଇଙ୍କୁ ଆକ୍ରମଣ କରିଥିଲା ।

ଫଳରେ ଦୁଇ ଭାଇ ସେହି ଗାଡିରେ ଟୁକୁନାକୁ ସେହି ଛୁରିରେ ଆକ୍ରମଣ କରିଥିଲେ । ଫଳରେ ଟୁକୁନାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଦୁଇ ଭାଇ ଖସିଯିବାକୁ ଉଦ୍ୟମ କରୁଥିଲେ ।

ପରେ ଏପରି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ପାଇଁ ଉତ୍ୟକ୍ତ ଲୋକେ ଆଇନକୁ ହାତକୁ ନେଇଥିଲେ । ଫଳରେ ପିସିଆର ଭ୍ୟାନକୁ ପ୍ରଶାନ୍ତ ଦାସ ନାମକ ବ୍ୟକ୍ତି ଅଟକାଇଥିଲା । ପରେ ତାଙ୍କ ପୁଅ ଶୁଭଜିତ ପିସିଆର ଚାବି ନେଇ ଫେରାର ହୋଇଥିଲା। ହେଲେ ଉତ୍ୟକ୍ତ ଲୋକେ ଘଟଣା ସ୍ଥଳରେ ପିସିଆର ଭ୍ୟାନ କାଚ ଭାଙ୍ଗିବା ସହ ଦୁଇ ଅଭିଯୁକ୍ତଙ୍କୁ ପାଇପରେ ନିର୍ଧୁମ ଛେଚିଥିଲେ ।

ଯାହାକୁ ନେଇ ଘଟଣା ସ୍ଥଲରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ପୋଲିସକୁ କାମରେ ବାଧାଦେବା ସର୍ବସାଧାରଣରେ ଆତଙ୍କ ସୃଷ୍ଟି କରିବା ଭଳି ମାମଲାରେ ଏଭଳି କାଣ୍ଡ ଭିଆଇଥିବା ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.