ଭୁବନେଶ୍ବର: କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଥିବା ପ୍ରବାସୀ ଓଡ଼ିଆ ରାଜ୍ୟକୁ ଆସିବେ । ସେମାନଙ୍କୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
ଭିଡିଓ କନଫରେନ୍ସିଂ ଜରିଆରେ ନବୀନ ପ୍ରଥମେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରାପ୍ପା ଓ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହ ଆଲୋଚନା କରିଥିଲେ । ଉଭୟ ରାଜ୍ୟରେ ଥିବା ପ୍ରବାସୀ ଓଡିଆମାନେ କିଭଳି ସୁରକ୍ଷିତ ଭାବେ ଫେରାଇ ଅଣାଯିବ, ସେନେଇ ଆଲୋଚନା କରିଥିଲେ ନବୀନ । ଏହି କଥାବାର୍ତ୍ତାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ