ଯାଜପୁର: ବୟସ ସିନା ସାନ କିନ୍ତୁ ତାଙ୍କ କାର୍ଯ୍ୟ ମହାନ । କୋରୋନା ଟିକା ନେବାରୁ ବିରତ ରହୁଥିବା ଲୋକଙ୍କୁ ସଚେତନ କରାଉଛନ୍ତି କୁନିକୁନି ଶିଶୁ । ଅଭିନୟ ମାଧ୍ୟମରେ କରୁଛନ୍ତି ସଚେତନତା । ସୋସିଆଲ ମିଡିଆରେ ଭିଡିଓ ଭାଇରଲ ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି ଏହି ଶିଶୁ ଗୋଷ୍ଠୀ । ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିବା ସହ ପ୍ରଶଂସା କରିଛନ୍ତି ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, "କୋଭିଡରୁ ସୁରକ୍ଷିତ ରହିବା ପାଇଁ ଟିକା ହିଁ ଶ୍ରେଷ୍ଠ ଉପାୟ ବୋଲି ଏହି କୁନି କୁନି ପିଲାମାନେ ଖୁବ ସୁନ୍ଦର ଭାବେ ବୁଝାଇ ଦେଇଛନ୍ତି । ଏପରି ସୁନ୍ଦର ପ୍ରୟାସ କରିଥିବା ପିଲାମାନଙ୍କୁ ସ୍ନେହ ଓ ସାଧୁବାଦ।"
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, "କୋଭିଡ-19ରୁ ରକ୍ଷା ପାଇବା ପାଇଁ ଟିକା ନେବା ହିଁ ଏକମାତ୍ର ଅସ୍ତ୍ର । କୁନିକୁନି ପିଲାମାନେ ସୁନ୍ଦର ଭିଡିଓ ମାଧ୍ୟମରେ ଟିକା ନେବା ପାଇଁ ଯେଉଁଭଳି ଭାବରେ ସଚେତନତାର ବାର୍ତ୍ତା ଦେଇଛନ୍ତି, ପ୍ରକୃତପକ୍ଷେ ଅତ୍ୟନ୍ତ ପ୍ରଶଂସନୀୟ ।"
ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ ଟିକାକୁ ନେଇ ଭିନ୍ନଭିନ୍ନ ମତ ଆସୁଛି । କିଛି ଲୋକ ଟିକାକୁ ଜାତି, ଧର୍ମ ବିଭେଦ ଭିତରେ ତଉଲୁଛନ୍ତି । ଆଉ କେହି ଟିକା ନିର୍ମାଣରେ ବ୍ୟବହାର ହେଉଥିବା ସାମଗ୍ରୀ ନେଇ ସନ୍ଦେହ କରୁଛନ୍ତି । ତେଣୁ କିଛି ଲୋକ ଟିକା ନେବାରୁ ବିରତ ରହୁଛନ୍ତି । ଏହି ଲୋକଙ୍କୁ ସଚେତନ କରୁଛନ୍ତି କିଛି ଶିଶୁ ଗୋଷ୍ଠୀ ।
ଯାଜପୁର ରସୁଲପୁର ଅଞ୍ଚଳରେ ଶିଶୁଙ୍କୁ ନେଇ କୋଭିଡ଼ ସଚେତନତା ବାର୍ତ୍ତାବହ ଭିଡିଓ ପ୍ରସ୍ତୁତ କରିଛନ୍ତି କିଛି ସ୍ଥାନୀୟ ଯୁବକ । କୋରୋନାରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନର ଆବଶ୍ୟକତା ନେଇ ଅଭିନୟ ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି କୁନିକୁନି ଛୁଆ । ଛୋଟପିଲାଙ୍କ ଏଭଳି ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
-
କୋଭିଡରୁ ସୁରକ୍ଷିତ ରହିବା ପାଇଁ ଟିକା ହିଁ ଶ୍ରେଷ୍ଠ ଉପାୟ ବୋଲି ଏହି କୁନି କୁନି ପିଲାମାନେ ଖୁବ ସୁନ୍ଦର ଭାବେ ବୁଝାଇ ଦେଇଛନ୍ତି। ଏପରି ସୁନ୍ଦର ପ୍ରୟାସ କରିଥିବା ପିଲାମାନଙ୍କୁ ସ୍ନେହ ଓ ସାଧୁବାଦ। #VaccinateIndia https://t.co/r2bdfoOU07
— CMO Odisha (@CMO_Odisha) July 3, 2021 " class="align-text-top noRightClick twitterSection" data="
">କୋଭିଡରୁ ସୁରକ୍ଷିତ ରହିବା ପାଇଁ ଟିକା ହିଁ ଶ୍ରେଷ୍ଠ ଉପାୟ ବୋଲି ଏହି କୁନି କୁନି ପିଲାମାନେ ଖୁବ ସୁନ୍ଦର ଭାବେ ବୁଝାଇ ଦେଇଛନ୍ତି। ଏପରି ସୁନ୍ଦର ପ୍ରୟାସ କରିଥିବା ପିଲାମାନଙ୍କୁ ସ୍ନେହ ଓ ସାଧୁବାଦ। #VaccinateIndia https://t.co/r2bdfoOU07
— CMO Odisha (@CMO_Odisha) July 3, 2021କୋଭିଡରୁ ସୁରକ୍ଷିତ ରହିବା ପାଇଁ ଟିକା ହିଁ ଶ୍ରେଷ୍ଠ ଉପାୟ ବୋଲି ଏହି କୁନି କୁନି ପିଲାମାନେ ଖୁବ ସୁନ୍ଦର ଭାବେ ବୁଝାଇ ଦେଇଛନ୍ତି। ଏପରି ସୁନ୍ଦର ପ୍ରୟାସ କରିଥିବା ପିଲାମାନଙ୍କୁ ସ୍ନେହ ଓ ସାଧୁବାଦ। #VaccinateIndia https://t.co/r2bdfoOU07
— CMO Odisha (@CMO_Odisha) July 3, 2021
-
କୋଭିଡ-19ରୁ ରକ୍ଷା ପାଇବା ପାଇଁ ଟିକା ହିଁ ଏକମାତ୍ର ଅସ୍ତ୍ର । ଏହି କୁନି ପିଲାମାନେ ସୁନ୍ଦର ଭିଡ଼ିଓ ମାଧ୍ୟମରେ ଟିକା ନେବା ପାଇଁ ଯେଉଁଭଳି ଭାବରେ ସଚେତନତାର ବାର୍ତ୍ତା ଦେଇଛନ୍ତି, ପ୍ରକୃତପକ୍ଷେ ଅତ୍ୟନ୍ତ ପ୍ରଶଂସନୀୟ । https://t.co/V48pmuRDBy
— Dharmendra Pradhan (@dpradhanbjp) July 3, 2021 " class="align-text-top noRightClick twitterSection" data="
">କୋଭିଡ-19ରୁ ରକ୍ଷା ପାଇବା ପାଇଁ ଟିକା ହିଁ ଏକମାତ୍ର ଅସ୍ତ୍ର । ଏହି କୁନି ପିଲାମାନେ ସୁନ୍ଦର ଭିଡ଼ିଓ ମାଧ୍ୟମରେ ଟିକା ନେବା ପାଇଁ ଯେଉଁଭଳି ଭାବରେ ସଚେତନତାର ବାର୍ତ୍ତା ଦେଇଛନ୍ତି, ପ୍ରକୃତପକ୍ଷେ ଅତ୍ୟନ୍ତ ପ୍ରଶଂସନୀୟ । https://t.co/V48pmuRDBy
— Dharmendra Pradhan (@dpradhanbjp) July 3, 2021କୋଭିଡ-19ରୁ ରକ୍ଷା ପାଇବା ପାଇଁ ଟିକା ହିଁ ଏକମାତ୍ର ଅସ୍ତ୍ର । ଏହି କୁନି ପିଲାମାନେ ସୁନ୍ଦର ଭିଡ଼ିଓ ମାଧ୍ୟମରେ ଟିକା ନେବା ପାଇଁ ଯେଉଁଭଳି ଭାବରେ ସଚେତନତାର ବାର୍ତ୍ତା ଦେଇଛନ୍ତି, ପ୍ରକୃତପକ୍ଷେ ଅତ୍ୟନ୍ତ ପ୍ରଶଂସନୀୟ । https://t.co/V48pmuRDBy
— Dharmendra Pradhan (@dpradhanbjp) July 3, 2021
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା ଓ ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ