ଭୁବନେଶ୍ବର: ଆଜି ହେଉଛି ପବିତ୍ର ଇଦ-ଉଲ-ଜୁହା ତଥା ବକ୍ରି ଇଦ୍ । ମୁସଲମାନ ସମ୍ପ୍ରଦାୟ ପାଇଁ ଏହା ପବିତ୍ର ଦିନ । ଆଜିର ଦିନରେ ସମସ୍ତ ମୁସଲମାନ ଭାଇମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ନମାଜ ପାଠ କରିଥାନ୍ତି । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
![ପବିତ୍ର ଇଦ-ଉଲ-ଜୁହା](https://etvbharatimages.akamaized.net/etvbharat/prod-images/8253020_cm.jpg)
ଟ୍ବିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମସ୍ତ ମୁସଲମାନ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଦେଇଛନ୍ତି । ଏହି ଇଦ୍ ସମସ୍ତଙ୍କ ପାଇଁ ସୁଖ ଆଣୁ ଏବଂ ସମାଜରେ ଶାନ୍ତି , ଭାଇଚାରା ବଜାୟୀ ରହୁ ବୋଲି ପ୍ରାର୍ଥନା କରିଛନ୍ତି ନବୀନ ।
![ପବିତ୍ର ଇଦ-ଉଲ-ଜୁହା](https://etvbharatimages.akamaized.net/etvbharat/prod-images/eetxii5uwaew5zd_0108newsroom_1596252662_785.jpg)
ସୂଚନାଯୋଗ୍ୟ, ଚଳିତ ବର୍ଷ ମହାମାରୀ କୋରୋନା ପାଇଁ ବିଭିନ୍ନ କଟକଣା ମାଧ୍ୟମରେ ଏହିପର୍ବ ପାଳନ କରାଯାଉଛି । ସଂକ୍ରମଣ ଦୃଷ୍ଟିରେ ରଖି ସାମାଜିକ ଦୂରତା ସହ ପାଳନ କରାଯାଉଛି ।