ETV Bharat / city

ବିଷ୍ଣୁଙ୍କ ବିୟୋଗରେ ନବୀନଙ୍କ ଶୋକ ବାର୍ତ୍ତା

ବିଷ୍ଣୁଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ । ଅମର ଆତ୍ମାର ସଦଗତି କାମନା ସହ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ..

author img

By

Published : Jul 6, 2020, 9:17 PM IST

Updated : Jul 6, 2020, 9:37 PM IST

ବିଷ୍ଣୁଙ୍କ ବିୟୋଗରେ ନବୀନଙ୍କ ଶୋକ
ବିଷ୍ଣୁଙ୍କ ବିୟୋଗରେ ନବୀନଙ୍କ ଶୋକ

ଭୁବନେଶ୍ବର: ବିଧାୟକ ବିଷ୍ଣୁଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଷ୍ଣୁଙ୍କୁ ଲୋକପ୍ରିୟ ରାଜନେତା, ଦକ୍ଷ ସଂଗଠକ ଓ ପ୍ରଶାସକ କହିବା ସହ ଦଳିତ ଓ ଅବହେଳିତଙ୍କ କଲ୍ୟାଣ ପାଇଁ ସେ ଉତ୍ସର୍ଗୀକୃତ ଥିଲେ ବୋଲି ଟ୍ବିଟ ଯୋଗେ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଷ୍ଣୁଙ୍କ ବିୟୋଗରେ ନବୀନଙ୍କ ଶୋକ ବାର୍ତ୍ତା
ବିଷ୍ଣୁଙ୍କ ବିୟୋଗରେ ନବୀନଙ୍କ ଶୋକ ବାର୍ତ୍ତା

ବିଷ୍ଣୁଚରଣ ଦାସ ବର୍ତ୍ତମାନ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ରହିଥିଲେ । ବିଷ୍ଣୁଚରଣ 6ଥର ବିଧାୟକ ରହିବା ସହ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ମଧ୍ୟ ଥିଲେ । ସେହିପରି ୧୯୯୦ରୁ ୨୦୧୪ ଯାଏଁ ଜଗତସିଂହପୁର ବିଧାୟକ ଥିଲେ । ଚଳିତ ନିର୍ବାଚନରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଷ୍ଣୁ ।

ସେହିପରି ବିଷ୍ଣୁଙ୍କ ଶେଷ ଦର୍ଶନ ପାଇଁ ହସ୍ପିଟାଲରେ ଦଳର ଅନେକ ତୁଙ୍ଗ ନେତାଙ୍କ ଭିଡ ଜମୁଥିବା ବେଳେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଶୋକ ବାର୍ତ୍ତା ଜଣାଇବା ସହ କହିଛନ୍ତି, ଯେଉଁ ଦାୟିତ୍ୱରେ ରହିଥିଲେ, ସଫଳତାର ସହ ତାକୁ ନିର୍ବାହ କରିଥିଲେ । ଜଣେ ଜନପ୍ରିୟ ନେତା ଭାବେ ସେ ଜଗତସିଂହପୁର ଅଞ୍ଚଳରେ ପରିଚିତ ।

ଅନ୍ୟପଟେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବିଜେଡ଼ିର ସମସ୍ତ ବିଧାୟକ ଓ ନେତା ଶୋକବ୍ୟକ୍ତ କରିଛନ୍ତି । ସେହିପରି ବିଜେପି ଏବଂ କଂଗ୍ରେସର ଅନେକ ବରିଷ୍ଠ ନେତା ମଧ୍ୟ ଶୋକ ବାର୍ତ୍ତା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 6, 2020, 9:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.