ETV Bharat / city

ନୂଆଦିଲ୍ଲୀରେ ନିବେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 31, 2022, 9:51 PM IST

Updated : Aug 31, 2022, 10:20 PM IST

ତୃତୀୟ ଓଡ଼ିଶା କନକ୍ଲେଭ ପୂର୍ବରୁ ନୂଆଦିଲ୍ଲୀରେ ନିବେଶକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତରୀ ନବୀନ ପଟ୍ଟନାୟକ (Make in Odisha Conclave)। ନିବେଶକଙ୍କ ସହ ଓଡ଼ିଶାରେ ନିବେଶ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

Naveen met Investors Meet and Curtain raiser for Make in Odisha Conclave 22 in New Delhi
ନୂଆଦିଲ୍ଲୀରେ ନିବେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ତୃତୀୟ ଓଡ଼ିଶା କନକ୍ଲେଭ ପୂର୍ବରୁ ନୂଆଦିଲ୍ଲୀରେ ନିବେଶକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତରୀ ନବୀନ ପଟ୍ଟନାୟକ(Make in Odisha Conclave ) । ଏଥିପାଇଁ ନୂଆଦିଲ୍ଲୀରେ "ମିଟ୍‌ ଆଣ୍ଡ କର୍ଟନ ରେଜର ଫର୍‌ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ୨୦୨୨" ନାମକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ନିବେଶକଙ୍କ ସହ ଓଡ଼ିଶାରେ ନିବେଶ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି ।

  • Glad to meet the ambassadors at the curtain raiser of third edition of #MIO2022 in Delhi. Highlighted #Odisha’s immense potential for investment, conducive business environment & industry ready infra. Invited them to participate in our flagship investors’ meet, #MakeInOdisha22. pic.twitter.com/3Gs989iGiG

    — Naveen Patnaik (@Naveen_Odisha) August 31, 2022 " class="align-text-top noRightClick twitterSection" data=" ">

ଏହି କାର୍ଯ୍ୟକ୍ରମରେ ୩୦ଟି ଦେଶର ଆମ୍ବାସାଡାରଙ୍କ ସହ ୫୦ ଜଣ ନିବେଶକଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ବିଭିନ୍ନ କ୍ଷେତ୍ରର ନିବେଶକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । (Federation of Indian Chambers of Commerce and Industry)ଓଡ଼ିଶା ସରକାର ଓ ଫିକିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଓଡ଼ିଶା କିଭଳି ଭାବରେ ଉନ୍ନତି ପଥରେ ଆଗେଇ ଚାଲିଛି ତାହା ଦର୍ଶା ଯାଇଥିଲା । ଏହି ରାଜ୍ୟରେ ଦିନକୁ ଦିନ ମୁଣ୍ଡ ପିଛା ଆୟ ପଢ଼ି ଚାଲିଛି । ଏଣୁ ଏହି ରାଜ୍ୟ ନିବେଶକଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି "ମିଟ୍‌ ଆଣ୍ଡ କର୍ଟନ ରେଜର ଫର୍‌ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ୨୦୨୨"ରେ ଦର୍ଶାଯାଇଛି ।

ଏହାକୁ ନେଇ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, "ଆଜି ଓଡ଼ିଶାରେ ଦେଶରେ ସବୁଠାରୁ ଅଧିକ ଷ୍ଟିଲ୍‌, ଆଲୁମିନିୟମ ପ୍ରଡକ୍ସନର ରାଜ୍ୟ । ସେହିଭି ରସାୟନ, ପେଟ୍ରୋକେମିକାଲ, କପଡ଼ା ଓ ପୋଷାକ ପ୍ରଡକ୍ସନ କ୍ଷେତ୍ରରେ ଓଡି଼ଶା ଦେଶରେ ଅଗ୍ରଣୀ ଭୁମିକା ବହନ କରିଛି । ଖାଦ୍ୟ ପ୍ରକ୍ରିୟାକରଣ, Information Technology କ୍ଷେତ୍ରରେ ମଧ୍ୟ ଓଡ଼ିଶା ଭୁମିକା ଗୁରୁତ୍ବପୂର୍ଣ୍ଣ ।"

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌କୁ ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, "ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ଆମର ଏକ ଫ୍ଲାଗସିପ୍ ପୁଞ୍ଜି ବିନିଯୋଗ ସମ୍ମିଳନୀ । ଏହାର ଉଦ୍ଦେଶ୍ୟ କେବଳ ଓଡିଶାର ବିସ୍ତୃତସୁଯୋଗ ସୃଷ୍ଟି କରିବା ନୁହେଁ ବରଂ ବ୍ୟବସାୟ କ୍ଷେତ୍ରରେ ବିଶ୍ବଗୁରୁଙ୍କୁ ନେଇ ଏଠାରେ ବାଣିଜ୍ୟର ଭବିଶ୍ୟତ ଗଢ଼ିବା ମଧ୍ୟ ଏହାର ଲକ୍ଷ୍ୟ ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 31, 2022, 10:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.