ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବା ପାଇଁ ରାଜ୍ୟର କୋଭିଡ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି । ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ କୋଭିଡ ତଥ୍ୟ ନେଇ ସରକାରଙ୍କୁ ପ୍ରଶ୍ନ କରିବା ପରେ କୋଭିଡ ମୃତ୍ୟୁ ତଥ୍ୟକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
କିଛି ଦିନ ତଳେ ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ କୋଭିଡ ତଥ୍ୟ ନେଇ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଉଚ୍ଚ ନ୍ୟାୟାଳୟ ପକ୍ଷରୁ କୋଭିଡ ମୃତ୍ୟୁ ଜନିତ ତଥ୍ୟ ବିଷୟରେ ଆଫିଡେଭିଟ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା ଜୋର ଧରିଛି । ବିରୋଧୀ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ମଙ୍ଗଳବାର DMET ଡ. ସିବିକେ ମହାନ୍ତି କୋଭିଡ ମୃତ୍ୟୁ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । କୋଭିଡ ମୃତ୍ୟୁ ଯାହା ହେଉଛି ସବୁ ଅଡ଼ିଟ ହୋଇ ଆସୁଛି ।ତେଣୁ କୋଭିଡ ମୃତ୍ୟୁ ତଥ୍ୟ ସରକାର ଲୁଚାଉ ନାହାନ୍ତି ।
ଏହି ପ୍ରସଙ୍ଗକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ସରକାରଙ୍କୁ ଦାୟୀ କରିଛନ୍ତି । ନବୀନ ସରକାର ପୁରସ୍କାର ପାଇବା ପାଇଁ କୋଭିଡ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି । କୋଭିଡ ମୃତ୍ୟୁ ତଥ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ଉଭୟ ବିଜେପି ଓ କଂଗ୍ରେସ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ