ଭୁବନେଶ୍ବର: ଏକାଠି ବସିବେ ନବୀନ-ଅମିତ ଶାହା । ଲଞ୍ଚ ଟେବୁଲରେ ଏକାଠି ବସିବେ ଉଭୟ ନେତା । କେବଳ ଏହି ଦୁଇଜଣ ନୁହଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଥିରେ ସାମିଲ ହେବେ । ପଶ୍ଚିମବଙ୍ଗ ଓ ବିହାର ମୁଖ୍ୟମନ୍ତ୍ରୀ, ଝାଡଖଣ୍ଡ ଅର୍ଥମନ୍ତ୍ରୀ ପ୍ରମୁଖ ସାମିଲ ହେବେ ।
ତେବେ ନବୀନ ନିବାସରେ ଏହି ଭବ୍ୟ ଆୟୋଜନ ଅନେକଙ୍କ ଭୃକୁଞ୍ଚନ ସୃଷ୍ଟି କରିଛି । 1ଟାରୁ 3ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ବିରତି ରହିଛି । ଏହି ସମୟରେ ସମସ୍ତେ ନବୀନ ନିବାସ ଯିବେ ବୋଲି ସୂଚନା ମିଳିଛି ।
ସୂଚନା ଥାଉକି, ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ଏହି ଅବସରରେ ସେ ପୂର୍ବାଞ୍ଚଳ ପରିଷଦ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ଯେଉଁଥିରେ ପଶ୍ଚିମବଙ୍ଗ ଓ ବିହାର ମୁଖ୍ୟମନ୍ତ୍ରୀ, ଝାଡଖଣ୍ଡ ଅର୍ଥମନ୍ତ୍ରୀ ପ୍ରମୁଖ ସାମିଲ ଅଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ