ETV Bharat / city

ଭୁବନେଶ୍ବରରେ ଜାତୀୟ ଜନଜାତି କଳା ସାମଗ୍ରୀ ପ୍ରଦର୍ଶିତ - ଭୁବନେଶ୍ବର ଖବର

ଅଷ୍ଟମ ଜାତୀୟ ଜନଜାତି କଳା ସାମଗ୍ରୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ୧୮ ଗୋଟି ରାଜ୍ୟରୁ ୨୫୦ ଜନଜାତିର କଳାକାର ଅଂଶଗ୍ରହଣ କରିଛନ୍ତି । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 24, 2019, 1:05 AM IST

ଭୁବନେଶ୍ବର: ଅଷ୍ଟମ ଜାତୀୟ ଜନଜାତି କଳା ସାମଗ୍ରୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । 7 ଦିନ ଧରି ଏହି କଳା ପ୍ରଦର୍ଶନୀ କରାଯିବ । ଦେଶର ୧୮ ଗୋଟି ରାଜ୍ୟରୁ ୨୫୦ ଜନଜାତିର କଳାକାର ଅଂଶଗ୍ରହଣ କରିଛନ୍ତି ।

ସୂଚନାନୁଯାୟୀ, ଓଡିଶା ରାଜ୍ୟ ଜନଜାତି ସଂଗ୍ରାଳୟ ପରିସରରେ ଶନିବାର ଠାରୁ 7 ଦିନ ଧରି ମେଳା ଅନୁଷ୍ଠିତ ହେବ । ଏହି ଜନଜାତି ମେଳାରେ ଓଡିଶା ସମେତ ସିକିମ, ମହାରାଷ୍ଟ୍ର, ତାମିଲନାଡୁ ପରି ୧୮ ଗୋଟି ରାଜ୍ୟର ୨୫୦ରୁ ଅଧିକ ଜନଜାତି କଳାକାର ଅଂଶଗ୍ରହଣ କରିଛନ୍ତି । ହସ୍ତଶିଳ୍ପ, ତନ୍ତବୁଣା ସାମଗ୍ରୀ, ବାଉଁଶ କାରୁକାର୍ଯ୍ୟ, ଲାଖ, ଜନଜାତି ଅଳଙ୍କାର, ଚିତ୍ରକଳା ସହ ବିଭିନ୍ନ କଳା ସାମଗ୍ରୀର ପ୍ରଦର୍ଶନ ଏହି ଜନଜାତି ମେଳାର ମୁଖ୍ୟ ଆକର୍ଷଣ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଜନଜାତି ମାନଙ୍କର କଳା ଓ ସଂସ୍କୃତିର ସଂରକ୍ଷଣ, ବିକାଶ ଓ ସେଗୁଡିକୁ ଅଧିକ ଲୋକପ୍ରିୟ କରିବା ସହ ଜନଜାତି କଳାକାରମାନେ ନିଜ ନିଜ ଭିତରେ ସାଂସ୍କୃତିକ ଭାବରେ ଆଦାନ ପ୍ରଦାନ କରି କିଭଳି ନିଜକୁ ଜଣେ ଦକ୍ଷ କଳାକାର ଭାବରେ ପ୍ରତିଷ୍ଠିତ କରିବା ସହିତ ସ୍ବାବଲମ୍ବୀ ହୋଇପାରିବେ । ଯାହା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା 5'ଟି' ପ୍ରୟାସ ଆଧାରରେ 21ଟି ଆଦିବାସୀ ଭାଷାରେ ପ୍ରସ୍ତୁତ ୪୫ଟି ପୁସ୍ତିକା ଉନ୍ମୋଚନ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.