ETV Bharat / city

ଜାତୀୟ ଅନୁସୂଚିତ ଜାତି କମିଶନ ଉପାଧ୍ୟକ୍ଷଙ୍କ ୨ ଦିନିଆ ଓଡ଼ିଶା ଗସ୍ତ

author img

By

Published : Jun 25, 2022, 11:25 AM IST

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରୀୟ ଅନୁସୂଚିତ ଜାତି କମିଶନର ଉପାଧ୍ୟକ୍ଷ ଅରୁଣ ହାଲଦାର । ଅଧିକ ପଢନ୍ତୁ

ଜାତୀୟ ଅନୁସୂଚିତ ଜାତି କମିଶନ ଉପାଧ୍ୟକ୍ଷଙ୍କ ୨ ଦିନିଆ ଓଡ଼ିଶା ଗସ୍ତ, ଉନ୍ନୟନମୂଳକ ଯୋଜନାର ସମୀକ୍ଷା

ଭୁବନେଶ୍ବର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରୀୟ ଅନୁସୂଚିତ ଜାତି କମିଶନର ଉପାଧ୍ୟକ୍ଷ ଅରୁଣ ହାଲଦାର । ଜାତି କମିଶନର ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର ଏକ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ ଅନୁସୂଚିତ ଜାତି ଲାଗି ଚାଲିଥିବା ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରାଯାଇଛି । ଅନୁସୂଚିତ ଜାତିଙ୍କ ପାଇଁ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା, ଚାକିରି ଓ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣ, ଆଟ୍ରୋସିଟି କେସ୍‌, ଭିଜିଲାନ୍ସ ମନିଟରିଂ କମିଟି ଆଦିର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଛି ।

ଏହାର ସଫଳ ରୂପାୟନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏତଦ୍‌ବ୍ୟତୀତ ଅନୁସୂଚିତ ଜାତିଙ୍କ ମଙ୍ଗଳ ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା, ଦକ୍ଷତା ବିକାଶ ତାଲିମ, ବ୍ୟାଙ୍କ ମାଧ୍ୟମରେ ଦିଆଯାଉଥିବା ରିହାତିଯୁକ୍ତ ଋଣ ଇତ୍ୟାଦି ବାବଦରେ ତ୍ୱରିତ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଓ ଅନ୍ୟାନ୍ୟ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ଉପସ୍ଥିତ ରହିଥିଲେ ।

ସେହିପରି ପୋଲିସ ଡିଜି ସୁନିଲ କୁମାର ବନସଲ୍‌, ଅତିରିକ୍ତ ଡିଜି(ଏଚ୍‌ଆର୍‌ପିସି) ସିଦ୍ଧାର୍ଥ ନରଭଣେ, ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଅତିରିକ୍ତ ଶାସନ ସଚିବ ପବିତ୍ର ମଣ୍ଡଳ, ଓଏସ୍‌ଏଫ୍‌ଡିସିର ଜେନେରାଲ ମ୍ୟାନେଜର ଇତିଶ୍ରୀ ଦାସ ଓ ଅନ୍ୟ ବିଭାଗୀୟ ଅଧିକାରୀ, ବିଭିନ୍ନ ଜନଜାତି ଓ ଜାତି ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.