ETV Bharat / city

ଜାତୀୟ ସଫେଇ କମିଶନଙ୍କ ସମୀକ୍ଷା ବୈଠକ, ସଫେଇ କର୍ମଚାରୀଙ୍କ ସମସ୍ୟା ନେଇ କ୍ଷୁବ୍ଧ - national safei commission

ଭୁବନେଶ୍ବର ସଫେଇ କର୍ମଚାରୀଙ୍କ ସମସ୍ୟା ନେଇ ଜାତୀୟ ସଫେଇ କର୍ମଚାରୀ କମିଶନ କ୍ଷୁବ୍ଧ। ସମସ୍ୟାର ସମାଧାନ ପାଇଁ ବିଏମସି ପ୍ରଶାସନ କାହିଁକି ପଦକ୍ଷେପ ନେଇନି ସେ ନେଇ ପ୍ରଶ୍ନ କରିଛନ୍ତି ଜାତୀୟ ସଫେଇ କର୍ମଚାରୀ କମିଶନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 6, 2019, 10:42 AM IST

ଭୁବନେଶ୍ବର: ଭୁବନେଶ୍ବର ସଫେଇ କର୍ମଚାରୀଙ୍କ ସମସ୍ୟା ନେଇ ଜାତୀୟ ସଫେଇ କର୍ମଚାରୀ କମିଶନ କ୍ଷୁବ୍ଧ। ସ୍ମାର୍ଟସିଟିକୁ ସଫା ସୁତୁରା ରଖୁଥିବା ସଫେଇ କର୍ମଚାରୀଙ୍କ ଆର୍ଥିକ, ପାରିବାରିକ ଏବଂ ସାମାଜିକ ସ୍ଥିତି କାହିଁକି ଦୁର୍ବଳ ଏବଂ ବିଏମସି ପ୍ରଶାସନ କାହିଁକି ପଦକ୍ଷେପ ନେଇନି ସେ ନେଇ ପ୍ରଶ୍ନ କରିଛନ୍ତି ଜାତୀୟ ସଫେଇ କର୍ମଚାରୀ କମିଶନ। ମଙ୍ଗଳବାର ବିଏମସିରେ ସମୀକ୍ଷା ବୈଠକ ଅବସରରେ ଦିଲ୍ଲୀରୁ ଆସିଥିବା ଜାତୀୟ ସଫେଇ କର୍ମଚାରୀ କମିଶନଙ୍କ 3 ଜଣିଆ ଟିମ୍‌ ଏନେଇ ଆଲୋଚନା କରିଛନ୍ତି ।

ବିଭିନ୍ନ ସମସ୍ୟା ଭିତରେ ଗତି କରୁଛନ୍ତି ସ୍ମାର୍ଟସିଟିର ସଫେଇ କର୍ମଚାରୀ। ସହରକୁ ପରିଷ୍କାର ପରିଚ୍ଛନ ରଖିବା ପାଇଁ ପ୍ରାୟ 5 ହଜାର ସଫେଇ କର୍ମଚାରୀ ସଫେଇ କାର୍ଯ୍ୟରେ ନିୟୋଜିତ ଥିବାବେଳେ ସେମାନଙ୍କ ମଧ୍ୟରୁ 4 ହଜାରରୁ ଅଧିକ କର୍ମଚାରୀ ଠିକା ଭାବେ ନିଯୁକ୍ତି ପାଇଛନ୍ତି। ଏମାନେ କାମ କଲେ ଦରମା ନକଲେ ଦରମା କଟା ହେଉଛି ବୋଲି ଜାତୀୟ ସଫେଇ କମିଶନ ଆଗରେ ଅଭିଯୋଗ ହୋଇଛି।

ଜାତୀୟ ସଫେଇ କମିଶନଙ୍କ ସମୀକ୍ଷା ବୈଠକ, ସଫେଇ କର୍ମଚାରୀଙ୍କ ସମସ୍ୟା ନେଇ କ୍ଷୁବ୍ଧ

ଅନ୍ୟପଟେ ସଫେଇ କର୍ମଚାରୀ ବର୍ଷା ଦିନେ ଭୋଗୁଥିବା ସମସ୍ୟା ସହିତ ଗର୍ଭବତୀ ସମୟରେ ମହିଳା ସଫେଇ କର୍ମଚାରୀଙ୍କୁ ଛୁଟି ମିଳୁନି ବଂର ସେମାନଙ୍କୁ ଚାକିରୀରୁ ଛଟେଇ କରାଯାଉଥିବା ଅଭିଯୋଗ ହୋଇଛି। ଯାହା ଶୁଣିବା ପରେ ଜାତୀୟ କମିଶନ ଚିନ୍ତା ପ୍ରକଟ କରିଥିବା ବେଳେ ଆଗକୁ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଖୋଦ କମିଶନ ଅଧ୍ୟକ୍ଷ ମନୋହର ଭାଲଜି ଭାଇ ଜାଲା। ତୁରନ୍ତ ସଫେଇ କର୍ମଚାରୀଙ୍କ ସମସ୍ୟା ଉପରେ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି ।

ଶେଷରେ ସଫେଇ କର୍ମଚାରୀ ରହୁଥିବା ବାପୁଜୀ ନଗର କେଦାରପଲ୍ଲୀ ଯାଇ ସଫେଇ କର୍ମଚାରୀଙ୍କ ଝୁମ୍ପୁଡି ଘର, ପାଣି, ବିଜୁଳି ସୁବିଧାର ସ୍ଥିତି ଅନୁଧ୍ୟାନ କରିଥିଲେ। ସୂଚନା ଥାଉକି, ଜାତୀୟ ସଫେଇ କର୍ମଚାରୀ କମିଶନଙ୍କ 3 ଜଣିଆ ଟିମ୍‌ 5ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:ବିଏମସି ରେ ଜାତୀୟ ସଫେଇ କର୍ମଚାରୀ କମିଶନଙ୍କ ସମୀକ୍ଷା ବୈଠକ।

Body:ସଫେଇ କର୍ମଚାରୀ କମିଶନଙ୍କ ଭୁବନେଶ୍ୱର ଗସ୍ତ।ଭୁବନେଶ୍ୱର ସଫେଇ କର୍ମଚାରୀଙ୍କ ସମସ୍ୟା ନେଇ ଜାତୀୟ ସଫେଇ କମିଶନ କ୍ଷୁବ୍ଧ।ସ୍ମାର୍ଟସିଟି କୁ ସଫା ସୁତୁରା ରଖୁଥିବା ସଫେଇ କର୍ମଚାରୀଙ୍କ ଆର୍ଥିକ ,ପାରିବାରିକ ଏବଂ ସାମାଜିକ ସ୍ଥିତି କାହିଁକି ଦୁର୍ବଳ ଏବଂ ବିଏମସି ପ୍ରଶାସନ କାହିଁକି ପଦକ୍ଷେପ ନେଇନି ସେ ନେଇ ପ୍ରଶ୍ନ କରିଛନ୍ତି ଜାତୀୟ ସଫେଇ କର୍ମଚାରୀ କମିଶନ।ଦିଲ୍ଲୀରୁ ଆସିଥିବା ୩ଜଣିଆ କମିଶନ ,ମଙ୍ଗଳବାର ବିଏମସି ରେ ସମୀକ୍ଷା ବୈଠକରେ କମିଶନ ଆଲୋଚନା କରିଛନ୍ତି।

ବିଭିନ୍ନ ସମସ୍ୟା ଭିତରେ ଗତି କରୁଛନ୍ତି ସ୍ମାର୍ଟସିଟିର ସଫେଇ କର୍ମଚାରୀ।ସହରକୁ ପରିଷ୍କାର ପରିଚ୍ଛନ ରଖିବା ପାଇଁ ପ୍ରାୟ ୫ ହଜାର ସଫେଇ କର୍ମଚାରୀ ସଫେଇ କାର୍ଯ୍ୟରେ ନିୟୋଜିତ ଥିବାବେଳେ ସେମାନଙ୍କ ମଧ୍ୟରୁ ୪ ହଜାର ରୁ ଅଧିକ କର୍ମଚାରୀ ଠିକା ଭାବେ ନିଯୁକ୍ତି ପାଇଛନ୍ତି।କାମ କଲେ ଦରମା ନକଲେ ଦରମା କଟା ହେଉଛି ବୋଲି ଜାତୀୟ ସଫେଇ କମିଶନ ଆଗରେ ଅଭିଯୋଗ ହୋଇଛି।କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଜାତୀୟ ସଫେଇ କର୍ମଚାରୀ କମିଶନଙ୍କ ୩ ଜଣିଆ କମିଟିର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ,ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମରେ ଏକ ସମୀକ୍ଷା ବୈଠକ କରିଥିଲେ।ଏଥିରେ ରାଜଧାନୀ ସଫେଇ କର୍ମଚାରୀ ସଂଘର ବିଭିନ୍ନ କର୍ମକର୍ତ୍ତା ଙ୍କ ସହ ବହୁ ସ୍ବେଚ୍ଛାସେବୀ ସଂଗଠନ ଯୋଗ ଦେଇ ସଫେଇ କର୍ମଚାରୀ ମାନେ ଭୋଗୁଥିବା ସମସ୍ୟାକୁ ଉତ୍ଥାପନ କରିଥିଲେ।

ବରିଷ୍ଠ ସିପିଆଇଏମ ନେତା ଜାନାର୍ଦନ ପତି ରାଜ୍ୟରେ ୨୮୬ ଟଙ୍କା ସର୍ବନିମ୍ନ ମଜୁରୀ ଥିଲେ ମଧ୍ୟ ସରକାର ସଫେଇ କର୍ମଚାରୀ ଙ୍କୁ ୧୯୦ ଟଙ୍କା ପ୍ରଦାନ କରୁଛନ୍ତି ବୋଲି କହିଥିଲେ।ସେହିପରି ପୂର୍ବରୁ ମିଳୁଥିବା ଇଂସେଂଟିଭ ମଧ୍ୟ କମେଇଦେଇଛନ୍ତି ରାଜ୍ୟ ସରକାର ବୋଲି ସେ ଅଭିଯୋଗ କରିଛନ୍ତି।

ସେହିପରି ବିଏମସି ରେ ସଫେଇ କାମ କରୁଥିବା ବାପୁଜି ନଗର କେଦାରପଲି ର ସୁକାନ୍ତି ଦେଇ କହିଛନ୍ତି ଦୀର୍ଘ ୨୦ ବର୍ଷ ଭୁବନେଶ୍ୱର କୁ ସଫା କଲା ପରେ ଦରମା ମାସିକ ୯,୫୦୦ତାଙ୍କ,ଦିନେ ଘରେ ରହିଲେ ଦରମା କାଟୁଛନ୍ତି।ବିଏମସି କୌଣସି ସୁବିଧା କରୁନାହିଁ।ନା ଛୁଟି ଅଛି ,ନା ଇପିଏଫ, ନା କୌଣସି ସୁବିଧା ସୁଯୋଗ ନଯୋଗେଇ ହଇରାଣ କରୁଛି ବିଏମସି।

ସେହିପରି ସଫେଇ କର୍ମଚାରୀ ବର୍ଷା ଦିନେ ଭୋଗୁଥିବା ସମସ୍ୟା ସହିତ ଗର୍ଭବତୀ ସମୟରେ ମହିଳା ସଫେଇ କର୍ମଚାରୀ ଙ୍କୁ ମିଳୁନଥିବା ଛୁଟି ସମସ୍ତଙ୍କୁ ଚକିତ କରିଥିଲା,କାରଣ ମହିଳା ସଫେଇ କର୍ମଚାରୀ ଙ୍କୁ ଗର୍ଭବତୀ ସମୟରେ ଛୁଟି ମିଳିବା ପରିବର୍ତ୍ତେ ସେମାନଙ୍କ ଚାକିରିରୁ ଛଟେଇ କରାଯାଉଛି।

ଏହି ବିଷୟ ଶୁଣିବା ପରେ ଜାତୀୟ କମିଶନ ଚିନ୍ତା ପ୍ରକଟ କରିଥିବା ବେଳେ ଆଗକୁ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଖୋଦ କମିଶନ ଅଧ୍ୟକ୍ଷ ମନୋହର ଭାଲଜି ଭାଇ ଜାଲା।ତୁରନ୍ତ ସଫେଇ କର୍ମଚାରୀ ଙ୍କ ସମସ୍ୟା ଉପରେ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।

ଏହି ବୈଠକ ପରେ କମିଶନ ବିଏମସି ର ବରିଷ୍ଠ ଅଧିକାରୀ, ଖୋର୍ଦ୍ଧା ଜିଲ୍ଲାପାଳ, ପୋଲିସ ଅଧିକାରୀ ଙ୍କ ସହ ବୈଠକ ନେଇଛନ୍ତି।ଶେଷରେ ସଫେଇ କର୍ମଚାରୀ ରହୁଥିବା ବାପୁଜୀ ନଗର କେଦାରପଲ୍ଲୀ ଯାଇ ସଫେଇ କର୍ମଚାରୀ ଙ୍କ ଝୁପୁଡି ଘର,ପାଣି,ବିଜୁଳି ସୁବିଧା ର ସ୍ଥିତି ଅନୁଧ୍ୟାନ କରିଥିଲେ।

ସୂଚନା ଥାଉ କି ଜାତୀୟ ସଫେଇ କର୍ମଚାରୀ କମିଶନ ୩ ଜଣିଆ ଟିମ ୫ଦିନ ଓଡ଼ିଶା ଗସ୍ତରେ ଆସିଛନ୍ତି।ତେବେ ପୁରୀ,ପାରାଦ୍ୱୀପ ଗସ୍ତକରିବାର କାର୍ଯ୍ୟକ୍ରମ ରହିଛି।

byt--manohar bhal ji bhai zala, chairman national safei karmachari commission।

byt2 -president ,bhubaneswar safei karmachari sangha

byt3--sukanti dei safei karmachari bmc।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.