ETV Bharat / city

ସୂକ୍ଷ୍ମ କଳାକୃତିରେ ସାମ୍ବାଦିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା - press day

ଜାତୀୟ ସାମ୍ବାଦିକତା ଦିବସରେ ସୁକ୍ଷ୍ମ କଳାକୃତିରେ ସାମ୍ବାଦିକଙ୍କୁ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ପ୍ରିୟଙ୍କା ସାହାଣୀ । ବିଭିନ୍ନ ସାମଗ୍ରୀରେ ଓଡ଼ିଶାର ସମସ୍ତ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲର ବୁମ୍ ତିଆରି କରି ଚର୍ଚ୍ଚାରେ ଭୁବନେଶ୍ବରର ପ୍ରିୟଙ୍କା ସାହାଣୀ । ଅଧିକ ପଢନ୍ତୁ

ଜାତୀୟ ସାମ୍ବାଦିକତା ଦିବସ: ସୁକ୍ଷ୍ମ କଳାକୃତିରେ ସାମ୍ବାଦିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା ସାହାଣୀ

author img

By

Published : Nov 17, 2021, 10:14 PM IST

ଭୁବନେଶ୍ବର : ଜାତୀୟ ସାମ୍ବାଦିକତା ଦିବସରେ ସୂକ୍ଷ୍ମ କଳାକୃତିରେ ସାମ୍ବାଦିକଙ୍କୁ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ପ୍ରିୟଙ୍କା ସାହାଣୀ । ବିଭିନ୍ନ ସାମଗ୍ରୀରେ ଓଡ଼ିଶାର ସମସ୍ତ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲର ବୁମ୍ ତିଆରି କରି ଚର୍ଚ୍ଚାରେ ଭୁବନେଶ୍ବରର ପ୍ରିୟଙ୍କା ସାହାଣୀ । ପ୍ରିୟଙ୍କା ପେସାରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ହୋଇଥିବା ବେଳେ ନିଶାରେ ଜଣେ ଶିଳ୍ପୀ । ବିଭିନ୍ନ ସମୟରେ କାରୁକାର୍ଯ୍ୟ କରି ଲୋକ ଲୋଚନରେ ପ୍ରଶଂସା ସାଉଁଟି ଥିବା ପ୍ରିୟଙ୍କା ସମ୍ବାଦିକତା ଦିବସରେ ସୁକ୍ଷ୍ମ କଳାକୃତି ସାମ୍ବାଦିକମାନଙ୍କୁ ଉତ୍ସାହିତ କରିଛନ୍ତି ।

ଜାତୀୟ ସାମ୍ବାଦିକତା ଦିବସ: ସୁକ୍ଷ୍ମ କଳାକୃତିରେ ସାମ୍ବାଦିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା ସାହାଣୀ

ଇୟର ବଡ, କାର୍ଡ ବୋର୍ଡ, ଆକ୍ରିଲିକ୍, ଅଠା ଏବଂ ମଇଦା ବ୍ୟବହାର କରି ୫୦ ରୁ ଉର୍ଦ୍ଧ୍ବ ବୁମ୍ ତିଆରି କରି ସମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମାତ୍ର ୨ ଘଣ୍ଟା ମଧ୍ୟରେ ଏହି କଳାକୃତି କରିବା ସହ ଘରେ ତାକୁ ପ୍ରଦର୍ଶିତ କରିଛନ୍ତି ପ୍ରିୟଙ୍କା । ସବୁବେଳେ କିଛି ନା କିଛି କଳାକୃତି କରିବା ପାଇଁ ପସନ୍ଦ କରୁଥିବା ପ୍ରିୟଙ୍କାଙ୍କୁ ଟିଭି ବୁମ ପ୍ରତି ଦୁର୍ବଳତା ରହିଥିବା ବେଳେ ସେ ସାମ୍ବାଦିକ ମାନଙ୍କୁ ବେଶ୍ ସମ୍ମାନ କରନ୍ତି ବୋଲି କହିଛନ୍ତି । ସାମ୍ବାଦିକମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସମ୍ବାଦ ପରିବେଶଣ କରିବାକୁ ଭୁଲନ୍ତି ନାହିଁ ।

ତେଣୁ ସାମ୍ବାଦିକ ଦିବସରେ ସାମ୍ବାଦିକ ମାନଙ୍କର ପ୍ରମୁଖ୍ୟ ଅସ୍ତ୍ର ବୁମ । ତେଣୁ ସେମାନଙ୍କୁ ସମ୍ମାନ ଜଣାଇ ସେ ଏଭଳି କରିଥିବା କହିଛନ୍ତି। ଅନ୍ୟପଟେ ଲକଡାଉନ ତାଙ୍କୁ ଏହି ନୂଆ ପରିଚୟ ଦେଇଥିବା ବେଳେ ଘରେ ବସିବା ସମୟରେ ସେ ଜଗନ୍ନାଥଙ୍କ ବିଭିନ୍ନ ପଟ୍ଟଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଥିଲେ ।

ରାଜ୍ୟରେ ଓଡ଼ିଆ ଟେଲିଭିଜନ ଚ୍ୟାନେଲର ସୁକ୍ଷ୍ମ ଲୋଗୋ ସହ ବୁମ୍ ତିଆରି କରିବାରେ ପ୍ରିୟଙ୍କା ପ୍ରଥମ ।ଆଗକୁ ପଟଚିରତ୍ର ଏବଂ କାରୁକାର୍ଯ୍ୟ ମାଧ୍ୟମରେ ସମାଜରେ ସଚେତନତା ସୃଷ୍ଟି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.