ETV Bharat / city

ଗାନ୍ଧୀ ଜୟନ୍ତୀରେ ଆୟୋଜିତ ହେବ ଜାତୀୟ ସଂହତି ଶିବିର

150ତମ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଜାତୀୟ ସଂହତି ଶିବିର ଆୟୋଜିତ ହେବ । ଯେଉଁଥିରେ ଯୋଗ ଦେବେ ବହୁ ସ୍ବାଧୀନତା ସଂଗ୍ରାମୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 26, 2019, 10:24 PM IST

ଭୁବନେଶ୍ବର: ସାରା ଦେଶ ପାଳିବାକୁ ଯାଉଛି ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ । ଏଥିପାଇଁ ବି ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ହେବ ଜାତୀୟ ସଂହତି ଶିବିର । ଏନେଇ ସ୍ଥାନୀୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଭାରତର ବହୁ ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ, ଗାନ୍ଧୀବାଦର ଚିନ୍ତାନାୟକ ଓ ମାର୍ଗଦର୍ଶକମାନେ ଯୋଗ ଦେବେ । ସାମ୍ପ୍ରତିକ ପରିପ୍ରେକ୍ଷୀରେ ଗାନ୍ଧୀ ବିଚାର ଧାରା ଓ ମୂଲ୍ୟବୋଧର ବହୁ ଗୁରୁତ୍ବ ରହିଥିବାବେଳେ ଏହାକୁ ଆଗାମୀ ପିଢ଼ିଙ୍କି ନିକଟରେ ଏହା ଜାଗ୍ରତ କରାଇବା ପାଇଁ ଶାନ୍ତି,ଅହିଂସା,ଜାତୀୟ ସଂହତି ଓ ଗ୍ରାମ ବିକାଶ ଆଦି ପ୍ରସଙ୍ଗ ଭିତ୍ତିକ ଆଲୋଚନା ଚକ୍ର ଓ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏହି ଶିବିରର ଦ୍ବିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଶିବିର ଆସନ୍ତା 1 ତାରିଖରୁ ଆରମ୍ଭ ହେବ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ସାରା ଦେଶରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ ହେବାକୁ ଯାଉଛି।ଏଥିପାଇଁ ଆସନ୍ତା ଅକ୍ଟୋବର1 ଓ 2 ତାରିଖ ଦୁଇ ଦିନ ଧରି ଭୁବନେଶ୍ୱରରେ ଜାତୀୟ ସଂହତି ଶିବିର ଆୟୋଜନ କରାଯାଉଛି।

Body:ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟର୍ସ ଠାରେ ହେବ ବୋଲି ଆଜି ଏନେଇ ସ୍ଥାନୀୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଭାରତ ବର୍ଷର ବହୁ ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ,ଗାନ୍ଧୀ ରଚନାତ୍ମକ କାର୍ଯ୍ୟକ୍ରମର ଅଗ୍ରଣୀ ନେତୃବୃନ୍ଦ,ଗାନ୍ଧୀବାଦର ଚିନ୍ତାନାୟକ ଓ ମାର୍ଗଦର୍ଶକମାନେ ଯୋଗଦେବେ ବୋଲି ସୂଚନା ମିଳିଛି।
ସାମ୍ପ୍ରତିକ ପରିପ୍ରେକ୍ଷୀରେ ଗାନ୍ଧୀ ବିଚାର ଧାରା ଓ ମୂଲ୍ୟବୋଧ ର ବହୁ ଗୁରୁତ୍ୱ ରହିଥିବାବେଳେ ଏହାକୁ ଆଗାମୀ ପିଢ଼ିଙ୍କି ନିକଟରେ ଜାଗ୍ରତ କରାଇବା ପାଇଁ ଶାନ୍ତି,ଅହିଂସା,ଜାତୀୟ ସଂହତି ଓ ଗ୍ରାମ ବିକାଶ ଆଦି ପ୍ରସଙ୍ଗ ଭିତ୍ତିକ ଆଲୋଚନା ଚକ୍ର ଓ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ଏହି ଶିବିର ର ଦ୍ଵିତୀୟ ଦିବସରେ ପ୍ରାରମ୍ଭିକ ଅଧିବେଶନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଉଦଯାପନୀ ଅଧିବେଶନ ରେ ରାଜ୍ୟପାଳ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିବା ଆୟୋଜକ କମିଟିର ମୁଖ୍ୟ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ପ୍ରକାଶ କରିଛନ୍ତି।ତେଣୁ ଏଥିରେ ବହୁ ସଂଖାରେ ସ୍ବାଧୀନତା ସଂଗ୍ରାମୀ ,ଯୁବକ ଯୁବତୀ ଓ ସାଧାରଣ ଜନତା ଯୋଗ ଦେବାକୁ ଆୟୋଜକଙ୍କ ପକ୍ଷରୁ ନିବେଦନ କରାଯାଇଛି।ଏହି ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପ୍ରସ୍ତାବକୁ ସମ୍ମାନ ଜଣାଇ ଅହିଂସାକୁ ସମ୍ବିଧାନ ର ମୁଖବନ୍ଧ ରେ ଅନ୍ତର୍ଭୁକ୍ତ କରିବା ପାଇଁ ଏକମାସ ଧରି ରାଜ୍ୟବ୍ୟାପୀ ଚାଲୁଥିବା ଅଭିଯାନର ଉଦଯାପନ ସମେତ ଏହି ଦସ୍ତଖତ ସମ୍ବଳିତ ପୁସ୍ତିକା ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି କୁହାଯାଇଛି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.