ETV Bharat / city

‘ହସ୍ତତନ୍ତକୁ ଆନ୍ତର୍ଜାତୀୟ ମାନ୍ୟତା ପାଇଁ ପ୍ରଚାର ପ୍ରସାର ଜରୁରୀ’ - ହସ୍ତତନ୍ତ

ଆୟୋଜିତ ହୋଇଛି 5ମ ଜାତୀୟ ହସ୍ତତନ୍ତ ଦିବସ । ଏଥିରେ ଯୋଗ ଦେଇ ଓଡିଶାର ହସ୍ତତନ୍ତକୁ ଓଡିଶାବାସୀ ଆଗକୁ ବଞ୍ଚାଇ ରଖିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ହସ୍ତତନ୍ତ ବିଭାଗ ସଚିବ ରବି କାପୁର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 8, 2019, 5:34 PM IST

ଭୁବନେଶ୍ବର: ସାରା ପୃଥିବୀରେ ହାତଗଣତି କେତୋଟି ଦେଶରେ ହସ୍ତତନ୍ତ କଳା ବଞ୍ଚିରହିଥିବା ବେଳେ ଭାରତ ହସ୍ତତନ୍ତରେ ଆଗରେ ରହିଛି ଓ ଏହାର ଉତ୍ପାଦ କ୍ଷମତା ଅତ୍ୟନ୍ତ ଉନ୍ନତମାନର । ଏହାର ଚାହିଦା ଆନ୍ତର୍ଜାତୀୟ ବଜାରରେ ଢେର ଅଧିକ । ଆନ୍ତର୍ଜାତୀୟ ମାନ୍ୟତା ହାସିଲ କରିବା ପାଇଁ ଏହାର ପ୍ରଚାର, ପ୍ରସାର ଓ ପ୍ରଦର୍ଶନ ଜରୁରୀ । ତେବେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ 5ମ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସମ୍ମାନିତ ଅତିଥିଭାବେ ଯୋଗଦେଇ କେନ୍ଦ୍ର ବୟନ ଶିଳ୍ପବିଭାଗ ସଚିବ ରବି କାପୁର ଏହା କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସେ ଆହୁରି ମଧ୍ୟ କହିଥିଲେ କି, ଦେଶରେ ଅନ୍ୟ ରାଜ୍ୟରେ ହସ୍ତତନ୍ତ କାରିଗରର ସ୍ଥାନ ମେସିନ ଅକ୍ତିଆର କରିଥିବା ବେଳେ ଓଡ଼ିଶାରେ କିନ୍ତୁ ସେହି କୌଳିକ ପ୍ରଥା ଜାରି ରହିଛି । ଧୀରେ ଧୀରେ କାରିଗରଙ୍କ ସଂଖ୍ୟା କମୁଥିବା ବେଳେ ପରବର୍ତ୍ତୀ ପିଢି ପାଇଁ ଏହାକୁ ବଞ୍ଚାଇ ରଖିବା ପାଇଁ ଶିଳ୍ପୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଏଥିରେ ସଂଶ୍ଲିଷ୍ଟ କରୁଛନ୍ତି ବୋଲି କହିଥିଲେ । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କାରିଗରଙ୍କ ଉନ୍ନତି ନିମିତ୍ତ ସରକାର ସବୁ ପ୍ରକାର ପଦକ୍ଷେପ ନେଉଥିବା କହିଛନ୍ତି ।

ଏହି ଉତ୍ସବରେ ସମ୍ମାନିତ ହସ୍ତତନ୍ତ ଶିଳ୍ପୀ ଚତୁର୍ଭୁଜ ମେହେର ବିଗତ ଦିନ ଅପେକ୍ଷା ବର୍ତ୍ତମାନ କାରୀଗରଙ୍କ ସ୍ଥିତିରେ ବହୁତ ପରିବର୍ତ୍ତନ ଆସିଥିବା କହିଛନ୍ତି । ସରକାର କରୁଥିବା ବିଭିନ୍ନ ଯୋଜନାରେ ଏଠାକାର ହସ୍ତତନ୍ତ ଦ୍ରବ୍ୟକୁ ବିଦେଶରେ ସଠିକଭାବେ ଉପସ୍ଥାପିତ କରି ବ୍ୟବସାୟର ସୁଯୋଗ ମିଳିଲେ ଆହୁରି ସୁବିଧା ହେବ ବୋଲି ସେ କହିଛନ୍ତି । ତେବେ ଏହି ଉତ୍ସବରେ ସର୍ବଭାରତୀୟ ହସ୍ତତନ୍ତ ସେନ୍ସ ରିପୋର୍ଟ ଉନ୍ମୋଚନ କରାଯିବା ସହିତ ବୁଣାକାର ଭାଇ ଓ ଭଉଣୀମାନଙ୍କୁ ପେହେଚାନ କାର୍ଡ, (yarn)ପାସ ବୁକ, ମୁଦ୍ରା ଲୋନ ଓ ଆଲୋକୀକରଣ ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବୟନ ଶିଳ୍ପ ସଚିବ ଶୋଭା ଶର୍ମା ଓ ହସ୍ତତନ୍ତ ଡେଭଲପମେଣ୍ଟ କମିଶନର ସଞ୍ଜୟ ରସ୍ତୋଗି ପ୍ରମୁଖ ଯୋଗ ଦେଇ ଏହି କ୍ଷେତ୍ରରେ ଥିବା ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ପଦ୍ମ ଓ ସନ୍ଥ କବିର ସମ୍ମାନିତ ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନୀକୁ ଅତିଥିମାନେ ବୁଲି ଦେଖିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ସାରା ପୃଥିବୀରେ ହାତଗଣତି କେତୋଟି ଦେଶରେ ହସ୍ତତନ୍ତ କାରିଗରୀ ବଞ୍ଚିଥିବା ବେଳେ ଆମ ଦେଶର ଉତ୍ପାଦ ଅତ୍ୟନ୍ତ ଉନ୍ନତମାନର।ଯାହାର ଚାହିଦା ଆନ୍ତର୍ଜାତିକ ବଜାର ଯଥେଷ୍ଟ ଥିବା ବେଳେ ତାହାର ସେଠାରେ ନିୟମିତ ପ୍ରଚାର,ପ୍ରସାର ଓ ପ୍ରଦର୍ଶନ କରିବା ସହିତ ଆନ୍ତର୍ଜାତିକ ମାନ୍ୟତା ହାସଲ ପାଇଁ ଭାରତ ସରକାରଙ୍କ ତରଫରୁ ପ୍ରଚେଷ୍ଟା ଜାରି ରହିଛି।

Body:ଆଜି ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ 5ମ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସମ୍ମାନିତ ଅତିଥିଭାବେ ଯୋଗଦେଇ କେନ୍ଦ୍ର ବୟନ ଶିଳ୍ପବିଭାଗ ସଚିବ ରବି କାପୁର ଏହା କହିଛନ୍ତି।ସେ ଆହୁରି କହିଲେ କି ଦେଶରେ ଅନ୍ୟ ରାଜ୍ୟମାନଙ୍କରେ ହସ୍ତତନ୍ତ କାରିଗର ର ସ୍ଥାନ ମେସିନ ଅକ୍ତିଆର କରି ଦେଉଥିବା ବେଳେ ଓଡ଼ିଶାରେ କିନ୍ତୁ ସେହି କୌଳିକ ପ୍ରଥା ଜାରି ରହିଛି।ଧୀରେ ଧୀରେ କାରୀଗରଙ୍କ ସଂଖ୍ୟା କାମୁଥିବା ବେଳେ ପରବର୍ତ୍ତୀ ପିଢିପାଇ ଏହାକୁ ବଞ୍ଚାଇ ରଖିବା ପାଇଁ ଶିଳ୍ପୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଏଥିରେ ସଂଶ୍ଲିଷ୍ଟ କରିବା ପାଇଁ ଯୋଜନା ହେଉଥିବା ସେ କହିଛନ୍ତି।ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କାରିଗରଙ୍କ ଉନ୍ନତି ନିମିତ୍ତ ସରକାର ସବୁ ପ୍ରକାର ପଦକ୍ଷେପ ନେଉଥିବା କହିଛନ୍ତି।
ଏହି ଉତ୍ସବରେ ସମ୍ମାନିତ ବର୍ଷୀୟାନ ହସ୍ତତନ୍ତ ଶିଳ୍ପୀ ଚତୁର୍ଭୁଜ ମେହେର ବିଗତ ଦିନ ଅପେକ୍ଷା ବର୍ତ୍ତମାନ କାରୀଗରଙ୍କ ସ୍ଥିତିରେ ବହୁତ ପରିବର୍ତ୍ତନ ଆସିଥିବା କହିଛନ୍ତି।ଆଗକାଳେ ପରିବାର ପୋଷିବା ପାଇଁ ବାର ଦୁଆର ହେଉଥିବା ଶିଳ୍ପୀ ସ୍ୱଚ୍ଛଜୀବନଯାପନ କରିବାକୁ ସାହସ ଜୁଟାଇ ପାରୁଥିବା ସେ କହିଛନ୍ତି।ସରକାର କରୁଥିବା ଯୋଜନା ଅନୁସାରେ ଏଠାକାର ହସ୍ତତନ୍ତ ଦ୍ରବ୍ୟକୁ ବିଦେଶରେ ସଠିକଭାବେ ଉପସ୍ଥାପିତ କରି ବ୍ୟବସାୟର ସୁଯୋଗ ମିଳିଲେ ଆହୁରି ସୁବିଧା ହେବ ବୋଲି ସେ କହିଛନ୍ତି।

Conclusion:ଆଜିର ଏହି 5ମ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବ ଅବସରରେ
ସର୍ବଭାରତୀୟ ହସ୍ତତନ୍ତ ସେନ୍ସସ ରିପୋର୍ଟ ଉନ୍ମୋଚନ କରାଯିବା ସହିତ ବୁଣାକାର ଭାଇ ଓ ଭଉଣୀମାନଙ୍କୁ ପେହେଚାନ କାର୍ଡ,(yarn)ପାସ ବୁକ,ମୁଦ୍ରା ଲୋନ ଓ ଆଲୋକୀକରଣ ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା।ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବୟନ ଶିଳ୍ପ ସଚିବ ଶୋଭା ଶର୍ମା ଓ ହସ୍ତତନ୍ତ ଡେଭଲପମେଣ୍ଟ କମିଶନର ସଞ୍ଜୟ
ରସ୍ତୋଗି ପ୍ରମୁଖ ଯୋଗ ଦେଇ ଏହାର ଏହି କ୍ଷେତ୍ରରେ ଥିବା ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ପୂର୍ବରୁ ପଦ୍ମ ଓ ସନ୍ଥ କବିର ସମ୍ମାନିତ ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନୀକୁ ଅତିଥିମାନେ ବୁଲି ଦେଖିଥିଲେ।
ବାଇଟ-ମନ୍ତ୍ରୀ-ପଦ୍ମିନୀ ଦିଆନ
ବାଇଟ-ସଚିବ ବୟନ ଶିଳ୍ପ,ଭାରତ ସରକାର-ରବି କାପୁର
ବାଇଟ-ଚତୁର୍ଭୁଜ ମେହେର
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.