ନୂଆପଡା: ଜିଲ୍ଲାର ହାଡ଼ିପାଗୁରୁ ମହାସମାଜ ଆନୁକୂଲ୍ୟରେ ଖଡ଼ିଆଳ ସ୍ଥିତ ଗାନ୍ଧିନଗର ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ ମେଜର ଡ. ରାମଚନ୍ଦ୍ର ମିଶ୍ର ଯୋଗଦେଇ ଭାରତର ସମ୍ବିଧାନର ବିଭିନ୍ନ ଧାରା ଉପରେ ଆଲୋଚନା କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ
22:52 November 26
ନୂଆପଡାରେ ସମ୍ବିଧାନ ଦିବସ ପାଳିତ

18:05 November 26
କଂଗ୍ରେସ ଭବନରେ ସମ୍ବିଧାନ ଦିବସ ପାଳିତ
ଭୁବନେଶ୍ବର: ଆଜି ସମ୍ବିଧାନ ଦିବସ ଅବସରରେ କଂଗ୍ରେସ ଭବନ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଉଭୟ ବିଜେପି ଏବଂ ବିଜେଡି ସରକାରରେ ଗଣତନ୍ତ୍ରକୁ ଏବେ ବ୍ୟବସାୟୀକରଣ କରିଛନ୍ତି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ଏହାସହ ସମ୍ବିଧାନ ଦିବସରେ ସମ୍ବିଧାନର ଅସହାୟତା କଥା କହିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏଥିସହିତ ସମ୍ବିଧାନକୁ ନଷ୍ଟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।
ସମ୍ବିଧାନ ଆମ ମାନଙ୍କ ପାଇଁ ଗୀତା, କୋରାନ, ବାଇବେଲ । ସମ୍ବିଧାନକୁ ଜବରଦସ୍ତ ଭାଙ୍ଗି ଦିଆଯାଉଛି ତା’ର ପ୍ରତିବାଦ ସ୍ବରୂପ ଜନସଚେତନତା ସୃଷ୍ଟି କରିବା ପାଇଁ କଂଗ୍ରେସ ଆଗେଇଛି ବୋଲି କହିଛନ୍ତି ସେ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ
18:04 November 26
ଭଦ୍ରକରେ ସମ୍ବିଧାନ ଦିବସ ପାଳିତ
ଭଦ୍ରକ: ବିଜେପି ସରକାର ସମ୍ବିଧାନକୁ ଅସୁରକ୍ଷିତ କରିଥିବା ଅଭିଯୋଗ କରିଛି ଭଦ୍ରକ ଜିଲ୍ଲା କଂଗ୍ରେସ । ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଦୀର୍ଘ ଦୁଇ ଶହ ବର୍ଷ ଇଂରେଜ ଶାସନରେ କବଳିତ ହୋଇ ଭାରତ ବର୍ଷର ମୁକ୍ତି ପାଇଁ କଂଗ୍ରେସ ସଂଗ୍ରାମ ଚଳାଇଥିଲା ବୋଲି ଦଳ କହିଛି । ଶେଷରେ ଭାରତ ସ୍ବାଧୀନତାର ସ୍ବାଦ ଚାଖିଲା ।
ଏହି ଅଖଣ୍ଡ ଭାରତରେ ସବୁ ବର୍ଗର ସମାନତା ଆଣିବା ପାଇଁ ବାବା ସାହେବ ଆମ୍ବେଦକରଙ୍କ ଦ୍ବାରା ପ୍ରଣୟନ ହୋଇଛି ସମ୍ବିଧାନ । ମାତ୍ର ବିଜେପି ଶାସିତ ନରେନ୍ଦ୍ର ମୋଦି ସରକାର ସମ୍ବିଧାନକୁ ସୁରକ୍ଷିତ ରଖିବା ବଦଳରେ ମୋଡି ମକଚି ଅସୁରକ୍ଷିତ କରିଦେଲେଣି । ସମ୍ବିଧାନକୁ ଅସମ୍ମାନ କରାଯାଉଛି ବୋଲି କହିଛି କଂଗ୍ରେସ ।
ତେଣୁ, ଏହାର ସୁରକ୍ଷା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି । ସମ୍ବିଧାନକୁ ସମ୍ମାନ ଦେବା ଲାଗି ଦେଶବ୍ୟାପି ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
18:03 November 26
ବିଜେପି କାର୍ଯ୍ୟାଳୟରେ ସମ୍ବିଧାନ ଦିବସ ପଳିତ
ଭୁବନେଶ୍ବର: ଦେଶ ପାଳୁଛି ସମ୍ବିଧାନ ଦିବସ । ଏହି ଅବସରରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ସମ୍ବିଧାନ ଦିବସ ପାଳନ କରାଯାଇଛି । ବାବା ସାହେବ ଆମ୍ବେଦକର ଦ୍ବାରା ସମ୍ବିଧାନ ପ୍ରଣିତ ହୋଇଥିବା ବେଳେ ଆଜିର ଦିନରେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ସମ୍ବିଧାନର ସମ୍ମାନ ଦେବା ଦରକାର ବୋଲି କହିଛି ବିଜେପି ।
ଖାଲି ସେତିକି ନୁହେଁ ସମ୍ବିଧାନକୁ ବୁଝିବା ଦରକାର। ତେଣୁ, ଏହାର ମୂଲ୍ୟବୋଧକୁ ବୁଝି ପ୍ରଣେତାଙ୍କ ପ୍ରତି ସର୍ବଦା ସମ୍ମାନ ଦେଇ ସଚେତନତା ସୃଷ୍ଟି କରିବାର ଆବଶ୍ୟକ ରହିଛି । ଏଥିପାଇଁ ସବୁ ନାଗରିକଙ୍କୁ ପଣ କରିବା ଦରକାର, କାରଣ ଆମେ ସମସ୍ତେ ଭାରତୀୟ ଆଉ ଏହି ସମ୍ବିଧାନ ହିଁ ଆମକୁ ସବୁ ପ୍ରକାର ଅଧିକାର ଦେବା ସହ ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି କହିଛି ବିଜେପି ।
ଏହି ଅବସରରେ ଏଜି ଛକକୁ ବାବା ସାହେବ ଆମ୍ବେଦକର ଛକ ନାମରେ ନାମିତ କରିବାକୁ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଦାବି କରିଛି । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇିଟିଭି ଭାରତ
14:59 November 26
ଭବାନୀପାଟଣାରେ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ପାଳିତ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଜ୍ୟୁମର ଫୋରମ ପକ୍ଷରୁ ଭବାନୀପାଟଣା ଠାରେ ରାଷ୍ଟ୍ରୀୟ ସମ୍ବିଧାନ ଇତିହାସ ଓ ସ୍ୱାଧୀନ ଭାରତୀୟ ସମ୍ବିଧାନରେ ମୌଳିକ ଅଧିକାର ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠିତ ଆଲୋଚନାଚକ୍ରରେ ପୂର୍ବତନ ବିଚାରପତି ଦେବେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ସାମିଲ ହୋଇ ସାମ୍ପ୍ରତିକ ପରିସ୍ଥିତିରେ ସମ୍ବିଧାନ ବିଷୟରେ ସାଧାରଣ ଲୋକଙ୍କୁ ଅବଗତ ପାଇଁ ଗୁରୁତ୍ୱାରୋପ କରିଥିଲେ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ