ଭୁବନେଶ୍ବର: 5 ଦିନିଆ ଓଡିଶା ଗସ୍ତରେ ଜାତୀୟ ସଫେଇ କର୍ମଚାରୀ କମିଶନ । ଭାରତ ସରକାରଙ୍କ ଜାତୀୟ ସଫେଇ କର୍ମଚାରୀ କମିଶନ ମନୋହର ଭାଲଜିଭାଇ ଜାଲାଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଟିମ୍ ମଙ୍ଗଳବାର ସକାଳ ୯ ଟାରେ ଭୁବନେଶ୍ବରରେ ପହଞ୍ଚିବେ।
ଏହି ଗସ୍ତ ସମୟରେ ଟିମ୍ ବିଏମସି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିବେ । ଏଥିସହିତ ବିଏମସି ପକ୍ଷରୁ ଆୟୋଜିତ ସ୍ବାସ୍ଥ୍ୟ ଶିବିର ସହ ସଫେଇ କ୍ୟାମ୍ପ ପରିଦର୍ଶନ କରିବେ । ପରେ ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
ତେବେ ବିଏମସି କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଟ୍ବିନ୍ ସିଟି ପୋଲିସ କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ବର ସଫେଇ କର୍ମଚାରୀ ସଂଘ, ଶ୍ରମ କମିଶନରଙ୍କ ସମେତ ବିଭିନ୍ନ ବରିଷ୍ଠ ପଦାଧିକାରୀ ଯୋଗ ଦେବେ। ଭୁବନେଶ୍ବରରେ 3 ଦିନ ସମୀକ୍ଷା ପରେ ଚିମ୍ ପାରାଦ୍ବୀପ ପୋର୍ଟ ଗସ୍ତ କରିବ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ