ETV Bharat / city

ନ୍ୟାସନାଲ ବାମ୍ବୋ ମିଶନ: 3 ବର୍ଷରେ ଓଡିଶାକୁ ମିଳିଛି ୬.୭୭ କୋଟି କେନ୍ଦ୍ରୀୟ ଅନୁଦାନ

author img

By

Published : Sep 30, 2020, 6:36 PM IST

ନ୍ୟାସନାଲ ବାମ୍ବୋ ମିଶନ ଅଧୀନରେ ଗତ ତିନି ବର୍ଷରେ ଓଡ଼ିଶାକୁ ୬.୭୭ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏନେଇ ଟ୍ବିଟ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ନିର୍ଦ୍ଧାରିତ ସମୟରେ ହେବ UPSC ପ୍ରିଲିମ ପରୀକ୍ଷା

ଭୁବନେଶ୍ବର: ନ୍ୟାସନାଲ ବାମ୍ବୋ ମିଶନ ଅଧୀନରେ ଗତ ତିନି ବର୍ଷରେ ଓଡ଼ିଶାକୁ ୬.୭୭ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ରାଜ୍ୟର ସାମଗ୍ରିକ ବାଉଁଶ କ୍ଷେତ୍ରର ବିକାଶକୁ ଅଧିକ ସୁଦୃଢ଼ କରିବା ସହ ବାଉଁଶ ଶିଳ୍ପର ବୃଦ୍ଧି କରିବ ବୋଲି ଧର୍ମେନ୍ଦ୍ର ଟ୍ବିଟ କରି ଲେଖିଛନ୍ତି ।

ନ୍ୟାସନାଲ ବାମ୍ବୋ ମିଶନ: 3 ବର୍ଷରେ ଓଡିଶାକୁ ମିଳିଛି ୬.୭୭ କୋଟି କେନ୍ଦ୍ରୀୟ ଅନୁଦାନ
ନ୍ୟାସନାଲ ବାମ୍ବୋ ମିଶନ: 3 ବର୍ଷରେ ଓଡିଶାକୁ ମିଳିଛି ୬.୭୭ କୋଟି କେନ୍ଦ୍ରୀୟ ଅନୁଦାନ

ଧର୍ମେନ୍ଦ୍ର ଲେଖିଛନ୍ତି, ଅମାପ ଜଙ୍ଗଲ ସମ୍ପଦରେ ଭରପୂର ଓଡ଼ିଶାରେ ପ୍ରାକୃତିକ ଜଙ୍ଗଲ ସମ୍ପଦର ଏକ ତୃତୀୟାଂଶ ବାଉଁଶ ରହିଛି । ବାଉଁଶ ଚାଷ ରାଜ୍ୟର ଲୋକମାନଙ୍କ ପାଇଁ ବିଶେଷ କରି ଜନଜାତି ଏବଂ ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କ ଅର୍ଥନୀତି ଏବଂ ଜୀବିକା ସହ ପରିବେଶର ସୁରକ୍ଷାକୁ ସୁନିଶ୍ଚିତ କରିଛି ।

କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁଯାୟୀ ବଜେଟରେ କୃଷି ଯୋଜନାରେ ମହିଳାଙ୍କ ପାଇଁ ୩୦ ପ୍ରତିଶତ ବ୍ୟବସ୍ଥା ରହିଛି । ନ୍ୟାସନାଲ ବାମ୍ବୋ ମିଶନ ଅଧୀନରେ ଥିବା ଅର୍ଥ ବାଉଁଶ ଚାଷ କ୍ଷେତ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରି କ୍ଷୁଦ୍ର, ମଧ୍ୟମ, ମହିଳା ଏବଂ ଜନଜାତି ଚାଷୀଙ୍କ ଆୟକୁ ବୃଦ୍ଧି କରିବ । ନ୍ୟାସନାଲ ବାମ୍ବୋ ମିଶନ ବଜାରର ଆବଶ୍ୟକତା ଅନୁଯାୟୀ ବାଉଁଶ କାରିଗରମାନଙ୍କ ଦକ୍ଷତା ବିକାଶ କରିବା ଦିଗରେ କାର୍ଯ୍ୟ କରୁଛି । ଏହି ମିଶନ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ସହ ପରିବେଶକୁ ସ୍ବଚ୍ଛ ଓ ସୁରକ୍ଷିତ ରଖିବାରେ ବିଶେଷ ସହାୟକ ହେବ ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.